Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାଗରିକଙ୍କ ଚିହ୍ନଟ ଓ ଫେରସ୍ତ ପାଇଁ ଭାରତ- ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ବୈଷୟିକ ବ୍ୟବସ୍ଥାକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଉଭୟ ସ୍ୱିସ୍ ଓ ଭାରତୀୟ ନାଗରିକଙ୍କ ଚିହ୍ନଟ ଏବଂ ଫେରସ୍ତ ପାଇଁ ଉଦ୍ଦିଷ୍ଟ ବୈଷୟିକ ବ୍ୟବସ୍ଥାର କାର୍ଯ୍ୟକାରୀ ନିମନ୍ତେ ରାଜିନାମାକୁ ଅନୁମୋଦନ କରିଛନ୍ତି । ଦ୍ୱିପାକ୍ଷିକ ବୈଷୟିକ ବ୍ୟବସ୍ଥା(ବିଟିଏ)ରେ କୂଟନୀତିକ ପାସପୋର୍ଟଧାରୀଙ୍କୁ ପ୍ୟାକେଜ୍ ଡିଲ୍ ଭାବେ ଭିସାମୁକ୍ତ ଚୁକ୍ତିନାମାକୁ ସଂଯୁକ୍ତ କରିବା ଏହାର ଉଦ୍ଦେଶ୍ୟ । ଦୁଇ ଦେଶ ମଧ୍ୟରେ ବେଆଇନ ପ୍ରବାସୀଙ୍କ ଫେରସ୍ତ ପାଇଁ ପ୍ରଚଳିତ ସହଯୋଗ ପ୍ରକ୍ରିୟାକୁ ଆଇନଗତ ରୂପ ଦେବା ତଥା କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଓ ଅତିରିକ୍ତ ଆଇନଗତ ବାଧ୍ୟତା ନରଖିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି । ଯଦି ସ୍ୱିଜରଲ୍ୟାଣ୍ଡ ସହ ବିଟିଏକୁ ପ୍ରସ୍ତାବିତ ଆକାରରେ ଅନୁମୋଦନ ମିଳେ ତା’ହେଲେ ଏହି ସମାନ ମଡେଲକୁ ଅନ୍ୟ ୟୁରୋପୀୟ ରାଷ୍ଟ୍ର ସହ ଲାଗୁ କରିବା ପାଇଁ ଭାରତ ନିମନ୍ତେ ସୁଯୋଗ ସୃଷ୍ଟି ହେବ । ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ନିୟମିତ ଭାବେ ଏହି ସମସ୍ୟା ଉଠାଉଛନ୍ତି । ଭାରତୀୟ ଗସ୍ତକାରୀଙ୍କୁ ଆଇନଗତ ସହଜ ଭିସା ଓ ୱାର୍କ ପରମିଟ୍ ଦେବାରେ ମଧ୍ୟ ସହାୟକ ହେବ । ମାଇଗ୍ରେସନ୍ ଓ ମୋବିଲିଟି ପ୍ରସଙ୍ଗରେ ଭାରତ-ଇୟୁ ମଧ୍ୟରେ ମିଳିତ ଏଜେଣ୍ଡାରେ ଏହା ମୁଖ୍ୟତଃ ସ୍ଥାନ ପାଇଥିଲା ।