ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତ ପାଇଁ ମୁଁ ଏବେ ବିମାନରେ ଚଢ଼ିବାକୁ ଯାଉଛି ।
ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ଆମନ୍ତ୍ରଣ କ୍ରମେ ଏହା ମୋର ପ୍ରଥମ ନାଇଜେରିଆ ଗସ୍ତ, ଯିଏକି ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଘନିଷ୍ଠ ସହଯୋଗୀ । ଆମର ରଣନୀତିକ ସହଭାଗିତା ଯାହାକି ଗଣତନ୍ତ୍ର ଓ ବହୁଳବାଦର ପାରସ୍ପରିକ ବିଶ୍ୱାସ ଆଧାରିତ ତାକୁ ସୁଦୃଢ଼ କରିବା ପାଇଁ ମୋର ଗସ୍ତ ଏକ ସୁଯୋଗ । ନାଇଜେରିଆରୁ ହିନ୍ଦୀରେ ମୋତେ ସ୍ୱାଗତମ ବାର୍ତ୍ତା ପଠାଇଥିବା ଭାରତୀୟ ସମୁଦାୟ ଓ ବନ୍ଧୁମାନଙ୍କୁ ଭେଟିବାକୁ ମଧ୍ୟ ମୁଁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛି ।
ବ୍ରାଜିଲରେ ମୁଁ ୧୯ ତମ ଜି–୨୦ ଶିଖର ସମ୍ମିଳନୀରେ ଟ୍ରୋଇକା ସଦସ୍ୟ ଭାବେ ଯୋଗ ଦେବି । ଗତ ବର୍ଷ ଭାରତ ସଫଳତାର ସହ ଅଧ୍ୟକ୍ଷତା କରିବା କରି ଜି–୨୦କୁ ଜନସାଧାରଣଙ୍କ ଜି–୨୦ ଭାବେ ଶୀର୍ଷକୁ ନେଇଥିଲା ଏବଂ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା । ଚଳିତ ବର୍ଷ ବ୍ରାଜିଲ ଏହେି ପରମ୍ପରାକୁ ଆଗକୁ ନେବ । ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଦୃଷ୍ଟିକୋଣ ଅନୁଯାୟୀ ଫଳପ୍ରଦ ଆଲୋଚନାକୁ ମୁଁ ଅପେକ୍ଷା କରି ରହିଛି । ଅନ୍ୟାନ୍ୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କରେ ଭାବ ବିନିମୟ କରିବାକୁ ମଧ୍ୟ ଏହି ସୁଯୋଗର ମୁଁ ସଦ୍ବ୍ୟବହାର କରିବି ।
ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ଆମନ୍ତ୍ରଣ କ୍ରମେ ମୋର ଗୁୟାନା ଗସ୍ତ ବିଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୁୟାନା ଗସ୍ତ ହେବ । ଐତିହ୍ୟ, ସଂସ୍କୃତି ଓ ନୈତିକତା ଆଧାରରେ ଆମର ସ୍ୱତନ୍ତ୍ର ସମ୍ପର୍କକୁ ରଣନୀତିକ ଦିଗକୁ ନେବାକୁ ଆମେ ଭାବ ବିନିମୟ କରିବୁ । ଭାରତର ଏକ ପୁରାତନ ସମୁଦାୟ ଯେଉଁମାନେ କି ୧୮୫ ବର୍ଷ ପୂର୍ବେ ଗୁୟାନା ଚାଲି ଯାଇଥିଲେ ସେମାନଙ୍କୁ ମୁଁ ସମ୍ମାନ ଜଣାଇବି ଏବଂ ଲୋକତନ୍ତ୍ରର ସାଥୀ ଭାବେ ସଂସଦରେ ମୁଁ ଉଦବୋଧନ ଦେବି ।
ଏହି ଗସ୍ତ ଅବସରରେ ଦ୍ୱିତୀୟ ଭାରତ–କାରିକମ୍ ଶିଖର ସମ୍ମିଳନୀ ପାଇଁ ମୁଁ ନାରିବିୟନ ସହଯୋଗୀ ଦେଶର ନେତୃବୃନ୍ଦଙ୍କ ସହ ଯୋଗ ଦେବି । ସୁଖ ଦୁଃଖ ସମୟରେ ଆମେ ଏକାଠି ହୋଇ ରହିଛୁ । ଶିଖର ସମ୍ମିଳନୀ ଆମକୁ ଐତିହାସିକ ସମ୍ପର୍କର ନବୀକରଣ ପାଇଁ ଏବଂ ନୂତନ କ୍ଷେତ୍ରକୁ ଆମ ସହଯୋଗକୁ ସମ୍ପ୍ରସାରିତ କରିବାକୁ ସୁଯୋଗ ଦେବ ।
SR