Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନର୍ମଦା ଉଦଗମ ସ୍ଥଳୀରେ ପୂଜା କଲେ ପ୍ରଧାନମନ୍ତ୍ରୀ, ଅମରକଣ୍ଟକ ଠାରେ ନମାମି ନର୍ମଦେ-ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଉଦବୋଧନ

ନର୍ମଦା ଉଦଗମ ସ୍ଥଳୀରେ ପୂଜା କଲେ ପ୍ରଧାନମନ୍ତ୍ରୀ, ଅମରକଣ୍ଟକ ଠାରେ ନମାମି ନର୍ମଦେ-ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଉଦବୋଧନ

ନର୍ମଦା ଉଦଗମ ସ୍ଥଳୀରେ ପୂଜା କଲେ ପ୍ରଧାନମନ୍ତ୍ରୀ, ଅମରକଣ୍ଟକ ଠାରେ ନମାମି ନର୍ମଦେ-ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଉଦବୋଧନ

ନର୍ମଦା ଉଦଗମ ସ୍ଥଳୀରେ ପୂଜା କଲେ ପ୍ରଧାନମନ୍ତ୍ରୀ, ଅମରକଣ୍ଟକ ଠାରେ ନମାମି ନର୍ମଦେ-ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଉଦବୋଧନ


ନର୍ମଦା ନଦୀର ଉଦଗମ ସ୍ଥଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜା କରିଥିଲେ । ସେ ମଧ୍ୟପ୍ରଦେଶର ଅମରକଣ୍ଟକ ଠାରେ “ନମାମି ନର୍ମଦେ – ନର୍ମଦା ସେବା ଯାତ୍ରା” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସମବେତ ହୋଇଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ସ୍ୱାମୀ ଅବଧେଶନନ୍ଦଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ବିକାଶ ଅବତାର’ ଭାବେ ଅଭିହିତ କରିଥିଲେ ଏବଂ କହିଥିଲେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରି ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି ।

ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ ଲୋକମାନଙ୍କ ଭାଗିଦାରୀତା ମାଧ୍ୟମରେ ନର୍ମଦାକୁ ବିଶ୍ୱର ସବୁଠୁ ସ୍ୱଚ୍ଛ ନଦୀରେ ପରିଣତ କରାଯିବ । ନର୍ମଦା ନଦୀ ତଟରେ ଅବସ୍ଥିତ 18ଟି ସହରରେ ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ସେ ଆହୁରି କହିଥିଲେ ଯେ ଏହି ଆନ୍ଦୋଳନ ଏତିକିରେ ଅଟକି ଯିବ ନାହିଁ, ବରଂ ଏହା ଅନ୍ୟ ନଦୀକୁ ମଧ୍ୟ ପରିବ୍ୟାପ୍ତ ହେବ ।

ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁରେ ପରିଣତ ହୋଇପାରିବ । କେନ୍ଦ୍ର ସରକାରଙ୍କ 3 ବର୍ଷ ପୂର୍ତ୍ତି ନିମନ୍ତେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନର୍ମଦା ନଦୀ ପ୍ରବାହକୁ ସ୍ୱାଭାବିକ କରିବା ଲାଗି ନର୍ମଦା ପ୍ରବାହ ମିଶନର ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନର୍ମଦା ସେବା ଯାତ୍ରାରେ ସାମିଲ ହୋଇଥିବା ଭ୍ରମଣକାରୀଙ୍କ ନିକଟରେ ସେ ନତମସ୍ତକ ହେଉଛନ୍ତି । ସେମାନଙ୍କ ଉଦ୍ୟମ ଫଳବତୀ ହେବ ଯାହା ଭାରତ ଏବଂ ଦରିଦ୍ରରୁ ଦରିଦ୍ରତମ ଲୋକମାନଙ୍କ ସେବା କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତାଧିକ ବର୍ଷ ଧରି ନର୍ମଦା ନଦୀ ଜୀବନଧାରା ହୋଇ ରହିଆସିଛି ହେଲେ ଗତ କିଛିଦିନ ହେବ ଏହି ନଦୀ ପ୍ରତି ଅତ୍ୟାଚାର ହେଉଛି, ଏହି କାରଣରୁ ନର୍ମଦା ସେବା ଯାତ୍ରାର ଆବଶ୍ୟକତା ରହିଥିଲା । ସେ ଆହୁରି କହିଥିଲେ ଯେ ଯଦି ଆମେ ଆମ ନଦୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ନକରିବା ତେବେ ମାନବଜାତି ହିଁ ପରାଜୟବରଣ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 150 ଦିନର ନର୍ମଦା ସେବା ଯାତ୍ରା ଅସାଧାରଣ, ଏପରିକି ବିଶ୍ୱସ୍ତରର । ନର୍ମଦା ନଦୀ ବରଫରୁ ନୁହେଁ ବୃକ୍ଷରୁ ଉତ୍ପତ୍ତି ହୋଇଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୃହତ ବୃକ୍ଷ ରୋପଣ ଲାଗି ମଧ୍ୟପ୍ରଦେଶ ସରକାରଙ୍କ କାର୍ଯ୍ୟକ୍ରମ ମାନବସମାଜ ପାଇଁ ଏକ ବୃହତ ସେବା ହେବ ।

ନର୍ମଦା ନଦୀ ଦ୍ୱାରା ଉପକୃତ ହେଉଥିବା ଗୁଜରାଟ ଏବଂ ମହାରାଷ୍ଟ୍ରର କୃଷକଙ୍କ ପକ୍ଷରୁ ନର୍ମଦା ସେବା ଯାତ୍ରା ପାଇଁ ମଧ୍ୟପ୍ରଦେଶ ସରକାର ଏବଂ ସ୍ଥାନୀୟ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଶୀର୍ଷ 100 ସ୍ୱଚ୍ଛ ସହର ମଧ୍ୟରେ ମଧ୍ୟପ୍ରଦେଶର 22 ସହର ସାମିଲ୍ ହୋଇଥିବାରୁ ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ଦିଗରେ ମଧ୍ୟପ୍ରଦେଶ ସରକାରଙ୍କ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରାକୃତିକ ସମ୍ବଳର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନର୍ମଦା ସେବା ମିଶନ୍ ଭବିଷ୍ୟତ ପାଇଁ ଉପଯୁକ୍ତ ତଥା ଦୂରଦୃଷ୍ଟି ସମ୍ପନ୍ନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର କୃଷକଙ୍କ ଆୟ ଦୁଇ ଗୁଣା କରିବା ଲାଗି ସଂକ୍ରଳ୍ପବଦ୍ଧ ଏବଂ ମଧ୍ୟପ୍ରଦେଶ ସରକାର ଏ ଦିଗରେ ଭଲ ଦୂରଦୃଷ୍ଟି ନେଇ ପ୍ରସ୍ତୁତି କରୁଛନ୍ତି । 2022ରେ ଦେଶ ସ୍ୱାଧୀନ ହେବାର 75 ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ସକାରାତ୍ମକ ଯୋଗଦାନ ଦେବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଶଂସାସୂଚକ ମନ୍ତବ୍ୟ ଲାଗି ପ୍ରଧାନମନ୍ତ୍ରୀ ସ୍ୱାମୀ ଅବଧେଶନନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଶେଷରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ନର୍ମଦା ନଦୀ ପାଇଁ ଯୋଗଦାନ ଏବଂ ବଳୀଦାନ ଦେବା ଲାଗି ପ୍ରସ୍ତୁତ ରହିବା ପାଇଁ ଆହ୍ୱାନ ଦେଇ କହିଥିଲେ ନର୍ମଦା ଯାତ୍ରା ହୁଏତ’ ସରିଯାଇଛି, କିନ୍ତୁ ଯଜ୍ଞ ଏଇମାତ୍ର ଆରମ୍ଭ ହୋଇଛି ।

**********