Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନମୋ ଆପ୍‌ରେ ବିକଶିତ ଭାରତ ଆମ୍ବାସାଡର ମଡ୍ୟୁଲରେ ପ୍ରଭାବଶାଳୀ କାର୍ଯ୍ୟ କରିବାର ୧୦୦ ଦିନିଆ ଚ୍ୟାଲେଞ୍ଜ ସ୍ୱୀକାର କରିବାକୁ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନମୋ ଆପ୍‌ରେ ବିକଶିତ ଭାରତ ଆମ୍ବାସାଡର ମଡ୍ୟୁଲରେ ପ୍ରଭାବଶାଳୀ କାର୍ଯ୍ୟ କରିବାର ୧୦୦ ଦିନିଆ ଚ୍ୟାଲେଞ୍ଜ ସ୍ୱୀକାର କରିବାକୁ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବିକଶିତ ଭାରତର ଆମ୍ବାସାଡର ହେବା ଦକ୍ଷତା ଏକତ୍ର, ବିକାଶ ଏଜେଣ୍ଡା ପ୍ରସାର ଏବଂ ଏକ ବିକଶିତ ଭାରତର ମିଶନକୁ ସମ୍ପୂର୍ଣ୍ଣ କରିବା ଲାଗି ଏକ ଆଦର୍ଶ ଉପାୟ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘୧୪୦ କୋଟି ଭାରତୀୟ ବିଶ୍ୱକୁ ଦେଖାଇଛନ୍ତି ଯେ ଲୋକଙ୍କ ଦ୍ୱାରା ଚାଳିତ ବିକାଶ କ’ଣ!

 

ବିକଶିତ ଭାରତ ପାଇଁ ସାମୂହିକ ପ୍ରୟାସରେ ଆମ ଭିତରୁ ପ୍ରତ୍ୟେକ ଜଣେ ଅଭିନ୍ନ ସହଯୋଗୀ ।

 

https://www.narendramodi.in/ViksitBharatAmbassador

 

ବିକଶିତ ଭାରତର ରାଷ୍ଟ୍ରଦୂତ ହେବା ଦକ୍ଷତା ଏକତ୍ର, ବିକାଶ ଏଜେଣ୍ଡା ପ୍ରସାର ଏବଂ ଏକ ବିକଶିତ ଭାରତର ମିଶନକୁ ସମ୍ପୂର୍ଣ୍ଣ କରିବାରେ ଆମର ସମସ୍ତ ଶକ୍ତିକୁ ଉପଯୋଗ କରିବାର ଏକ ଆଦର୍ଶ ଉପାୟ ।

 

ଆସନ୍ତୁ ଏହି ଜନ ଆନ୍ଦୋଳନରେ ନମୋ ଆପ୍‌ରେ ସାଇନିଂ ଅପ୍ କରି ଏବଂ ବିକଶିତ ଭାରତ ଆମ୍ବାସାଡର ମଡ୍ୟୁଲରେ ସରଳ କିନ୍ତୁ ଅଧିକ ପ୍ରଭାବଶାଳୀ କାର୍ଯ୍ୟ କରିବାର ୧୦୦ ଦିନିଆ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ।

 

ଜୀବନର ସବୁ କ୍ଷେତ୍ରର କେତେଜଣ ସବୁଠୁ ଉତ୍ସାହୀ ତଥା ପ୍ରତିଭାଶାଳୀ ରାଷ୍ଟ୍ରଦୂତଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଉତ୍ସୁକ ଅଛି ।’

 

  SR