ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଭିସିଙ୍କ ନୂତନ ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲ ଶୁଭାରମ୍ଭ କରିବେ । ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗର ସ୍ଥିତି ଉପରେ ନିୟମିତ ଭାବେ ସର୍ବଶେଷ ସୂଚନା ପ୍ରଦାନ କରିବାକୁ ପୋର୍ଟାଲ କଳ୍ପନା କରାଯାଇଛି । ସେ ନୈତିକତା ଏବଂ ଉତ୍ତମ ଅଭ୍ୟାସ ଉପରେ ଏକ ସଚିତ୍ର ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ; ସାର୍ବଜନୀନ କ୍ରୟ ଉପରେ “ପ୍ରତିଷେଧକ ଭିଜିଲାନ୍ସ” ଏବଂ ସ୍ୱତନ୍ତ୍ର ଅଙ୍କ “ଭିଜିଆଇ–ବାଣୀ” ଉପରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ସଂକଳନ ।
ଜୀବନର ସମସ୍ତ କ୍ଷେତ୍ରରେ ସାଧୁତାର ବାର୍ତ୍ତା ପ୍ରଚାର କରିବାରେ ସମସ୍ତ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ସିଭିସି ପ୍ରତିବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରିଥାନ୍ତି । ଚଳିତ ବର୍ଷ ଏହା ୩୧ ଅକ୍ଟୋବରରୁ ୬ ନଭେମ୍ବର ମଧ୍ୟରେ “ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ” ବିଷୟବସ୍ତୁ ସହିତ ପାଳନ କରାଯାଉଛି । ଭିଜିଲାନ୍ସ ସଚେତନତା ସପ୍ତାହର ଉପରୋକ୍ତ ବିଷୟବସ୍ତୁ ଉପରେ ସିଭିସିଙ୍କ ଦ୍ୱାରା ପରିଚାଳିତ ଦେଶବ୍ୟାପୀ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରବନ୍ଧ ଲେଖିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିବେ ।
HS
PM to address programme marking Vigilance Awareness Week on 3rd November at 11 AM. https://t.co/Ei7BDDlqbQ
— PMO India (@PMOIndia) November 2, 2022
via NaMo App pic.twitter.com/Blds1zAI9S