ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରୋଜ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଶେଷ ଦିନଟି ସମସ୍ତଙ୍କ ପାଇଁ ଖୁସି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ନବରୋଜ ମୁବାରକ!
ଏହି ବିଶେଷ ଦିନଟି ସମସ୍ତଙ୍କ ପାଇଁ ଖୁସି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ । ଆଗାମୀ ବର୍ଷ ସଫଳତା ଏବଂ ପ୍ରଗତିରେ ପରିପୂର୍ଣ୍ଣ ହେଉ ତଥା ସଦ୍ଭାବନାର ବନ୍ଧନ ମଜବୁତ ହେଉ ।
ଏକ ସମୃଦ୍ଧ ଏବଂ ଆନନ୍ଦଦାୟକ ବର୍ଷ ପାଇଁ ଶୁଭକାମନା!”
SR
Navroz Mubarak!
— Narendra Modi (@narendramodi) March 20, 2025
May this special day bring abundance of happiness, prosperity and good health to all. May the coming year be marked by success and progress, and may the bonds of harmony be strengthened.
Wishing a joyful and fulfilling year ahead!