Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଧ୍ରୁବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ ମାର୍କ-3 କାର୍ଯ୍ୟକ୍ରମର ଷଷ୍ଠ ପର୍ଯ୍ୟାୟକୁ କ୍ୟାବିନେଟ ଅନୁମୋଦନ; ପିଏସଏଲଭିର 30ଟି ପରିଚାଳନା ଉତକ୍ଷେପଣ


ପ୍ରଧାନମନ୍ତ୍ରୀର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଧ୍ରୁବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ (ପିଏସଏଲଭି) ଜାରି ରଖିବା କାର୍ଯ୍ୟକ୍ରମର ଷଷ୍ଠ ପର୍ଯ୍ୟାୟ ଏବଂ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 30 ପିଏସଲଭି ପ୍ରକ୍ଷେପଣ ପରିଚାଳନାକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଭୂପୃଷ୍ଠର ଅବଲୋକନ, ଦିଗ ସୂଚନା ଏବଂ ମହାକାଶ ବିଜ୍ଞାନ ଲାଗି ଉପଗ୍ରହ ଉତକ୍ଷେପଣ ଆବଶ୍ୟକତାକୁ ପୂରଣ କରିବ । ଏହାଦ୍ୱାରା ଭାରତୀୟ ଉଦ୍ୟୋଗରେ ଉତ୍ପାଦନ ମଧ୍ୟ ଜାରି ରହିବ ।

ଏଥିରେ ମୋଟ 6,131କୋଟି ଟଙ୍କାର ପାଣ୍ଠି ଆବଶ୍ୟକତା ରହିଛି ଏବଂ ଏଥିରେ 30 ପିଏସଏଲଭି ଯାନ, ଆବଶ୍ୟକ ସୁବିଧା ବୃଦ୍ଧି କରିବା, କାର୍ଯ୍ୟକ୍ରମ ପରିଚାଳନା ଏବଂ ଉତକ୍ଷେପଣ ଅଭିଯାନ ବ୍ୟୟ ମଧ୍ୟ ସାମିଲ ରହିଛି ।

ପ୍ରମୁଖ ପ୍ରଭାବ

ପିଏସଏଲଭି ପରିଚାଳନା ଦ୍ୱାରା ଦେଶ ଭୂପୃଷ୍ଠ ଅବଲୋକନ, ବିପର୍ଯ୍ୟୟ ପରିଚାଳନା, ଦିଗ ନିର୍ଣ୍ଣୟ ଏବଂ ମହାକାଶ ବିଜ୍ଞାନ ଲାଗି ଉପଗ୍ରହ ଉତକ୍ଷେପଣ କ୍ଷମତାରେ ଆତ୍ମନିର୍ଭରଶୀଳ ହୋଇପାରିଛି । ପିଏସଏଲଭି ଜାରି ରଖିବା କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ଆବଶ୍ୟକତାର ଅଧିକ ଉପଗ୍ରହ ଉତକ୍ଷେପଣରେ କ୍ଷମତା ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ।

ପିଏସଏଲଭି ଜାରି ରଖିବା କାର୍ଯ୍ୟକ୍ରମର ଷଷ୍ଠ ପର୍ଯ୍ୟାୟ ଅବସରରେ ସର୍ବାଧିକ ଭାରତୀୟ ଉଦ୍ୟୋଗର ଭାଗିଦାରୀ ଦ୍ୱାରା ପ୍ରତିବର୍ଷ ଆଠଟି ଉତକ୍ଷେପଣ କରିବାର ଉପଗ୍ରହ ପ୍ରକ୍ଷେପଣ ଚାହିଦା ପୂରଣ ହେବ । 2019-2024ର ଅବଧିରେ ସମସ୍ତ ଅଭିଯାନ ସମ୍ପନ୍ନ କରାଯିବ ।
ଏହି କାର୍ଯ୍ୟକ୍ରମ ଦ୍ୱାରା ଭୂପୃଷ୍ଠ ଅବଲୋକନ, ଦିଗବାରେଣୀ ଏବଂ ମହାକାଶ ବିଜ୍ଞାନ ଲାଗି ଉପଗ୍ରହ ଉତକ୍ଷେପଣ ଆବଶ୍ୟକତା ସମ୍ପୂର୍ଣ୍ଣ କରାଯିବ ଯାହାଦ୍ୱାରା ଭାରତୀୟ ଉଦ୍ୟୋଗରେ ଉତ୍ପାଦନ ମଧ୍ୟ ଜାରି ରହିବ ।

ପିଏସଏଲଭି ଜାରି ରଖିବା କାର୍ଯ୍ୟକ୍ରମ 2008ରେ ଆରମ୍ଭ କରାଯାଇଥିଲା ଏବଂ ଏହାର 4ଟି ପର୍ଯ୍ୟାୟ ପୂରଣ ହୋଇସାରିଛି । 2019-2020ର ପ୍ରଥମ 6 ମାସ ସୁଦ୍ଧା ପଞ୍ଚମ ପର୍ଯ୍ୟାୟ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି । ଷଷ୍ଠ ପର୍ଯ୍ୟାୟର ମଞ୍ଜୁରି ଦ୍ୱାରା 2019-20ରୁ 2023-24ର ପ୍ରଥମ ତିନି ମାସ କାଳରେ ଉପଗ୍ରହ ଉତକ୍ଷେପଣ ଅଭିଯାନରେ ସହାୟତା ମିଳିପାରିବ ।

**********