ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ବର୍ତ୍ତମାନର ଦ୍ୱିପାକ୍ଷିକ ସନନ୍ଦରେ କେତେକ ସଂଶୋଧନ ଅଣାଯିବ । ଏଥିଲାଗି ଏକ ପ୍ରୋଟୋକଲ ବୁଝାମଣା ହସ୍ତାକ୍ଷର କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।
ଏହି ପ୍ରୋଟୋକଲ ଲାଗୁ ହେବାପରେ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଟିକସ ସଂକ୍ରାନ୍ତ ତଥ୍ୟ ଓ ସୂଚନା ଆଦାନ-ପ୍ରଦାନ କରିବା ସହଜ ହେବ ଯାହାଫଳରେ ଦୁଇ ଦେଶ ମଧ୍ୟରେ ଟିକସ ଫାଙ୍କିକୁ ରୋକା ଯାଇପାରିବ ।