ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦ୍ୱୈତ ଟିକସ ଏଡ଼ାଇବା ଏବଂ ଆୟ ଉପରେ ଟିକସ ସମ୍ପର୍କରେ ଆର୍ଥିକ ଫାଙ୍କି ରୋକିବା ଲାଗି ଭାରତ ଏବଂ କତାର ମଧ୍ୟରେ ବୁଝାମଣାରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
କାତାର ସହିତ ବର୍ତ୍ତମାନର ଦ୍ୱୈତ ଟିକସ ଏଡ଼ାଇବା ବୁଝାମଣା (ଡିଟିଏ) 7 ଏପ୍ରିଲ 1999ରେ ସ୍ୱାକ୍ଷରିତ ହୋଇଥିଲା । ଏହା 15 ଜାନୁଆରୀ 2000 ପରଠାରୁ କାର୍ଯ୍ୟକାରୀ ହେଲା । ସଂଶୋଧିତ ବୁଝାମଣାରେ ନବୀନତମ ମାନକର ସୂଚନା ବିନିମୟ ଲାଗି ବ୍ୟବସ୍ଥାରେ ସୁଧାର ବ୍ୟବସ୍ଥା ରହିଛି । ଏଥିରେ ଲାଭର ସୀମାଙ୍କନ ବ୍ୟବସ୍ଥା ରହିଛି ଯାହାଦ୍ୱାରା ଟ୍ରିଟି ସପିଂକୁ ରୋକାଯାଇପାରିବ ଏବଂ ଭାରତ ସହିତ ନିକଟରେ ହୋଇଥିବା ଚୁକ୍ତିର ବ୍ୟବସ୍ଥାକୁ ସାମିଲ କରାଯାଇପାରିବ । ସଂଶୋଧିତ ବୁଝାମଣା Action-6 ଏବଂ ଜି-20 ଆଇସିଡି ଆଧାରିତ କ୍ଷରଣ ଏବଂ ଲାଭ ପରିବର୍ତ୍ତନ (ବିଇପିଏସ) ପ୍ରକଳ୍ପର Action-14 ଅନ୍ତର୍ଗତ ଆପୋସ ବୁଝାମଣାର ପ୍ରକ୍ରିୟା ଅନ୍ତର୍ଗତ ଚୁକ୍ତିର ଦୁରୂପଯୋଗ ବିଷୟରେ ସର୍ବନିମ୍ନ ମାନକକୁ ପୂରଣ କରିଥାଏ, ଯେଉଁଥିରେ ଭାରତ ସମାନ ଭାଗିଦାର ଅଟେ ।
Cabinet clears India-Qatar double taxation avoidance treaty. https://t.co/LEbGoculuA
— PMO India (@PMOIndia) March 22, 2018
via NMApp pic.twitter.com/yKQwzCllpk