ମହାମହିମ
ବିଶିଷ୍ଟ ଅତିଥିଗଣ
ମହିଳା ଓ ସଜ୍ଜନମଣ୍ଡଳୀ,
ରାଇସିନା ବାର୍ତ୍ତାର ଦ୍ୱିତୀୟ ସଂକଳନର ଉଦ୍ଘାଟନୀ ଅବସରରେ ଆପଣମାନଙ୍କ ସମ୍ମୁଖରେ ନିଜର ମତ ରଖିବା ମୋ’ ପାଇଁ ସୌଭାଗ୍ୟର କଥା । ମହାମହିମ କରଜାଇ, ମିଷ୍ଟର ହାର୍ପର, ମିଷ୍ଟର କେଭିନ୍ ରୁଡ୍ଡଙ୍କୁ ଦିଲ୍ଲୀରେ ଦେଖି ଖୁସି ଲାଗୁଛି । ଆଉ ସମସ୍ତ ଅତିଥିଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଆଗାମୀ କିଛିଦିନ ମଧ୍ୟରେ ଆପଣମାନେ ନିଜ ଆଖପାଖ ରାଷ୍ଟ୍ର ସହ ବିଶ୍ୱର ସ୍ଥିତି ଉପରେ ଅନେକ ଆଲୋଚନା କରିବେ । ଆପଣ ତା’ର ନିଶ୍ଚିତତା ଓ ପ୍ରଚଳିତ ପ୍ରବାହ, ବିବାଦ ଓ ଆପଦ, ତା’ର ସଫଳତା ଓ ସୁଯୋଗ, ତା’ର ଅତୀତ ଆଚରଣ ଓ ସମ୍ଭାବନା, ତା’ର ଦକ୍ଷତା ଓ ନୂଆ ସ୍ୱାଭାବିକତା ଉପରେ ବିତର୍କ କରିପାରନ୍ତି ।
ବନ୍ଧୁଗଣ
2014 ମଇ, ଭାରତୀୟ ଲୋକମାନେ ମଧ୍ୟ “ନୂଆ ସ୍ୱାଭାବିକ” ପଥରେ ଯାତ୍ରାର ଆରମ୍ଭ କରିଥିଲେ । ମୋର ସହଯୋଗୀ ଭାରତୀୟମାନେ ଏକ ସ୍ୱରରେ ପରିବର୍ତ୍ତନ ସପକ୍ଷରେ ଜନାଦେଶ ଦେଇ ମୋ’ ସରକାର ଉପରେ ଆସ୍ଥା ପ୍ରକଟ କରିଥିଲେ । ପରିବର୍ତ୍ତନ କେବଳ ଏକ ଆଚରଣର ନୁହେଁ ବରଂ ମାନସିକତାର । ପରିବର୍ତ୍ତନ ଏକ ମନ୍ଥର ରାଜ୍ୟରୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ସକ୍ରିୟତାର । ସାହାସିକ ନିଷ୍ପତ୍ତି ନେବା ପାଇଁ ପରିବର୍ତ୍ତନ । ଏକ ଜନାଦେଶ ଯାହା ଅର୍ଥବ୍ୟବସ୍ଥା ଓ ସମାଜକୁ ଯେପର୍ଯ୍ୟନ୍ତ ପରିବର୍ତ୍ତନ ନକରିଛି, ସଂସ୍କାର ଯଥେଷ୍ଟ ହେବ ନାହିଁ । ଏ ପରିବର୍ତ୍ତନ ଯେଉଁଥିରେ ଭାରତୀୟ ଯୁବବର୍ଗଙ୍କ ଆଶା ଓ ଆକାଂକ୍ଷା ଅନ୍ତର୍ନିହିତ ରହିଛି ଓ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଅସୀମ ଶକ୍ତି ରହିଛି । ପ୍ରତ୍ୟେକ ଦିନ କାମରେ, ମୁଁ ଏହି ପବିତ୍ର ଶକ୍ତିକୁ ଗ୍ରହଣ କରେ । ପ୍ରତ୍ୟେକ ଦିନ କାମରେ ‘ମୋର କାର୍ଯ୍ୟ କରିବାର ତାଲିକା’ରେ ଏହା ସାମିଲ ଥାଏ, ଯାହା କ୍ରମାଗତ ଭାରତରେ ସୁଧାର ଓ ପରିବର୍ତ୍ତନ ଆଣିବା, ସମସ୍ତ ଭାରତୀୟଙ୍କ ସମୃଦ୍ଧି ଓ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ରହିଥାଏ ।
ବନ୍ଧୁଗଣ
ଭାରତର ସୁଧାର ତା’ର ବାହ୍ୟ ସନ୍ଦର୍ଭଠାରୁ ଭିନ୍ନ ନୁହେଁ ବୋଲି ମୁଁ ସଚେତନ ଅଛି । ଆମର ଆର୍ଥିକ ଅଭିବୃଦ୍ଧି, ଆମ ଚାଷୀଙ୍କ କଲ୍ୟାଣ, ଆମର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ, ପୁଞ୍ଜି ଉପଲବ୍ଧତା, ଜ୍ଞାନକୌଶଳ, ବଜାର ଓ ସମ୍ବଳ ଏବଂ ଆମ ଦେଶର ନିରାପତ୍ତା, ଏ ସବୁର ଗଭୀର ପ୍ରଭାବ ବିଶ୍ୱର ବିକାଶ ଉପରେ ରହିଛି । କିନ୍ତୁ ଏହାର ବିପରୀତ ମଧ୍ୟ ସତ୍ୟ ।
ଭାରତର ନିରନ୍ତର ଅଭିବୃଦ୍ଧି ହେବା ବିଶ୍ୱର ଆବଶ୍ୟକତା, ଆଉ ସେତିକି ପରିମାଣରେ ଭାରତ ମଧ୍ୟ ଚାହୁଁଛି ବିଶ୍ୱର ବିକାଶ । ଆମ ଦେଶକୁ ପରିବର୍ତ୍ତନ କରିବାର ଇଚ୍ଛା ଭିତରେ ବାହ୍ୟ ବିଶ୍ୱର ଏକ ଅବିଭାଜ୍ୟ ଅଧ୍ୟାୟ ସାମିଲ ଅଛି । ତେଣୁ ଏହା ସ୍ୱାଭାବିକ ଯେ ଭାରତର ପସନ୍ଦ ହେଉଛି ନିଜ ଘର ଓ ଆମର ଆନ୍ତର୍ଜାତିକ ପ୍ରାଥମିକତା ହେଉଛି ଏକ ସହଜ ନିରବିଚ୍ଛନ୍ନ ପ୍ରକ୍ରିୟାର ଅଂଶବିଶେଷ । ସୁଦୃଢ଼ ଭାବେ ଭାରତର ପରିବର୍ତ୍ତନକାରୀ ଲକ୍ଷ୍ୟକୁ ହାସଲ କରିବା ।
ବନ୍ଧୁଗଣ
ଏକ ଅସ୍ଥିର ସମୟରେ ଭାରତ ତା’ର ପରିବର୍ତ୍ତନ ଆଡ଼କୁ ଯାଉଛି । ଯାହାକି ମାନବ ବିକାଶର ଫଳାଫଳ ଓ ହିଂସାତ୍ମକ ଉତ୍ଥାନ ପତନ ସହ ସମାନ । ବିଭିନ୍ନ କାରଣ ପାଇଁ ଓ ବହୁମୁଖୀସ୍ତରରେ ବ୍ୟାପକ ପରିବର୍ତ୍ତନ ମଧ୍ୟ ଦେଇ ବିଶ୍ୱ ଗତି କରୁଛି । ଆନ୍ତର୍ଜାତିକସ୍ତରରେ ସମାଜ ସହ ସଂଯୋଗ, ଡିଜିଟାଲ ସୁଯୋଗ, ଜ୍ଞାନକୌଶଳ ସ୍ଥାନାନ୍ତର, ଜ୍ଞାନର ଅଭିବୃଦ୍ଧି(Knowledge Boom) ଓ ଉଦ୍ଭାବନ ହେଉଛି ମାନବତାର ପ୍ରମୁଖ କାରକ । କିନ୍ତୁ ଧୀମା ଅଭିବୃଦ୍ଧି ଓ ଆର୍ଥିକ ଅସ୍ଥିରତା ମଧ୍ୟ ଏକ ଗମ୍ଭୀର ତଥ୍ୟ । କମ୍ପ୍ୟୁଟର ଯୁଗରେ ଭୂଭାଗ ସୀମାର ସ୍ୱଳ୍ପ ପ୍ରାସଙ୍ଗିକତା ରହିଛି । କିନ୍ତୁ ଦେଶ ଭିତରେ ପ୍ରାଚୀର, ବାଣିଜ୍ୟ ଓ ପ୍ରବାସ ବିରୋଧରେ ମାନସିକତା, ବିଶ୍ୱବ୍ୟାପୀ ସଂକୀର୍ଣ୍ଣ ଓ ସଂରକ୍ଷଣବାଦୀ ଆଭିମୁଖ୍ୟ ମଧ୍ୟ ଏକ ନିରାଟ ସାକ୍ଷ୍ୟ ହୋଇଛି । ଏହାଫଳରେ ଜଗତୀକରଣ ଲାଭର ଆପଦ(Risk) ବଢ଼ିଛି ଓ ଆର୍ଥିକ ସଫଳତା ଆସିବା ଆଉ ସହଜ ହୋଇ ରହିନି । ଅସ୍ଥିରତା, ହିଂସା, ଉଗ୍ରବାଦ, ବର୍ଜନ ଓ ଆନ୍ତର୍ଜାତିକ ଆଶଙ୍କା ଏବେ ବିପଦଜନକ ଦିଗରେ ତ୍ୱରାନ୍ୱିତ ଜାରି ରହିଛି । ଏବଂ ଏଭଳି ଚ୍ୟାଲେଞ୍ଜ ବ୍ୟାପିବାରେ ଅପରାଧିକ ତତ୍ୱମାନେ ପ୍ରମୁଖ ଭାଗିଦାରୀ ହୋଇଛନ୍ତି । ସଂସ୍ଥା ଓ ସ୍ଥପତି ନିର୍ମାଣ ଏକ ଭିନ୍ନ ଦୁନିଆ ପାଇଁ ଓ ଏକ ଭିନ୍ନ ଦୁନିଆ ଦ୍ୱାରା, ଏବେ ପୁରୁଣା ହୋଇଗଲାଣି । ପ୍ରଭାବଶାଳୀ ବହୁପକ୍ଷବାଦ ନିମନ୍ତେ ଏହା ଏକ ବଡ଼ ପ୍ରତିବନ୍ଧକ ହୋଇଛି । ଶୀତଳ ଯୁଦ୍ଧର ସ୍ପଷ୍ଟ ରଣନୀତି ଆସିବା ପରେ ବିଶ୍ୱ ନିଜକୁ ସଜାଡ଼ିବା ପାଇଁ 25 ବର୍ଷ ହେଲା ଉଦ୍ୟମ କରୁଛି । ଏହି ସ୍ଥାନରେ କ’ଣ ପରିବର୍ତ୍ତିତ କରାଯାଇଛି ତା’ର ଧୂଳି ଏପର୍ଯ୍ୟନ୍ତ ସମାଧାନ ହୋଇପାରିନି । କିନ୍ତୁ କିଛି କଥା ସ୍ପଷ୍ଟ ହୋଇଛି । ରାଜନୀତିକ ଓ ସାମରିକ ଶକ୍ତି ବ୍ୟାପକ ହେବା ସହ ବିଭାଜିତ ହୋଇଛି । ବିଶ୍ୱର ଧ୍ରୁବୀକରଣ, ଏସିଆରେ ବୃଦ୍ଧି ପାଉଥିବା ବହୁଧ୍ରୁବୀୟ ଶୃଂଖଳା ହେଉଛି ଆଜିର ପ୍ରମୁଖ ବାସ୍ତବତା । ଆଉ ଆମେ ତାକୁ ସ୍ୱାଗତ କରୁଛୁ ।
କାରଣ ଏହା ଅନେକ ରାଷ୍ଟ୍ରର ଉଦୟର ବାସ୍ତବତାକୁ ଦର୍ଶାଉଛି । ବିଶ୍ୱ ଏଜେଣ୍ଡାକୁ ଏକ ଆକାର ଦେବାରେ କିଛି ବିଚାର ନୁହେଁ ବରଂ ଅନେକଙ୍କ ସ୍ୱର ସ୍ୱୀକାର୍ଯ୍ୟ ହେଉଛି । ତେଣୁ ଆମକୁ ଯେକୌଣସି ସ୍ୱାଭାବିକତା ଓ ଦୁର୍ବଳତା ବିରୋଧରେ ପଦକ୍ଷେପକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ବିଶେଷକରି ଏସିଆ ମହାଦେଶରେ । ବର୍ତ୍ତମାନ ସମୟରେ ବହୁଧ୍ରୁବୀୟ ସହ ବହୁପାକ୍ଷିକ ଉପରେ ଏହି ସମ୍ମିଳନୀ କେନ୍ଦ୍ରିତ ରହିଛି ।
ବନ୍ଧୁଗଣ
ଆମେ ରଣନୀତିକ ଦୃଷ୍ଟିରୁ ଏକ ଜଟିଳ ପରିବେଶ ମଧ୍ୟରେ ବାସ କରୁଛୁ । ଇତିହାସର ବ୍ୟାପକ ପ୍ରବାହ ମଧ୍ୟରେ ପରିବର୍ତ୍ତିତ ବିଶ୍ୱ ଏକ ନୂଆ ସ୍ଥିତି ନୁହେଁ । ମହତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏଭଳି ସ୍ଥିତିରେ ଦେଶ କିଭଳି କାର୍ଯ୍ୟ କରିବ, ଯେଉଁଠି ଦ୍ରୁତ ଭାବେ ସମ୍ବନ୍ଧର ପରିସୀମା ଅନ୍ୟତ୍ର ସ୍ଥାନାନ୍ତର ହେଉଛି । ଆମ ପସନ୍ଦ ଓ କାର୍ଯ୍ୟ ହେଉଛି ଆମ ଦେଶର ଶକ୍ତି ଉପରେ ଆଧାରିତ । ଆମର ରଣନୀତିକ ଉଦ୍ଦେଶ୍ୟ ମଧ୍ୟ ଆମର ସଭ୍ୟତାର ପ୍ରକୃତି ଅନୁରୂପ ହୋଇଛି ।
ବାସ୍ତବତା,
ସହ-ଅସ୍ତିତ୍ୱ
ସହଯୋଗ
ସହଭାଗିତା
ଏହା ମାଧ୍ୟମରେ ଆମର ଜାତୀୟ ସ୍ୱାର୍ଥ ଏକ ସ୍ପଷ୍ଟ ଓ ଦାୟିତ୍ୱସମ୍ପନ୍ନ ଭାବେ ଅଭିବ୍ୟକ୍ତି ହେଉଛି । ଭାରତୀୟଙ୍କ ସମୃଦ୍ଧି ଉଭୟ ଘରେ ଓ ବିଦେଶରେ ଏବଂ ଆମର ନାଗରିକଙ୍କ ସୁରକ୍ଷା ହେଉଛି ସର୍ବୋପରି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆତ୍ମ ସ୍ୱାର୍ଥ ନା ଆମର ସଂସ୍କୃତିରେ ଅଛି ନା ଆମର ଆଚରଣରେ । ଆମର କାର୍ଯ୍ୟ ଓ ଆକାଂକ୍ଷା, ସାମର୍ଥ୍ୟ ଓ ମାନବ ସମ୍ବଳ, ଗଣତନ୍ତ୍ର ଓ ଜନସଂଖ୍ୟା ଏବଂ ଶକ୍ତି ଓ ସଫଳତା ସବୁ ପ୍ରକାରର ଆଂଚଳିକ ଓ ବିଶ୍ୱ ବିକାଶ ଧାରାର ମାଧ୍ୟମ ପାଲଟିବ । ଏକ ଆଂଚଳିକ ଓ ବିଶ୍ୱ ଅବସରର ମହାନ୍ ଗୁରୁତ୍ୱକୁ ଆମର ଅର୍ଥବ୍ୟବସ୍ଥା ଓ ରାଜନୀତିକ ବୃଦ୍ଧି ପ୍ରତିନିଧିତ୍ୱ କରୁଛି । ଏହା ଶାନ୍ତି ପାଇଁ ଏକ ବଳ, ସ୍ଥିରତା ପାଇଁ ଏକ କାରକ ଏବଂ ଆଂଚଳିକ ଓ ବିଶ୍ୱ ସମୃଦ୍ଧି ପାଇଁ ଏକ ଇଞ୍ଜିନ୍ ।
ମୋ’ ସରକାର ପାଇଁ, ଏହି ମାର୍ଗ ଆନ୍ତର୍ଜାତିକ ଗତିବିଧି ଉପରେ କେନ୍ଦ୍ରିତ ରହିଛି ।
ସମ୍ବନ୍ଧର ପୁନଃସ୍ଥାପନ, ଆମର ନିକଟତମ ଓ ସମ୍ପ୍ରସାରିତ ଭୌଗଳିକ ରାଷ୍ଟ୍ର ସହ ଭାରତର ସମ୍ବନ୍ଧକୁ ପୁନଃ ଆରମ୍ଭ କରିବା ।
ସମ୍ପର୍କର ନେଟୱାର୍କକୁ ଭାରତର ଆର୍ଥିକ ପ୍ରାଥମିକତା ଅନୁରୂପ କରିବା ।
ଆମର ପ୍ରତିଭାବାନ୍ ଯୁବବର୍ଗଙ୍କୁ ବିଶ୍ୱର ଆବଶ୍ୟକତା ଓ ଅବସର ଦ୍ୱାରା ଯୋଡ଼ି ଭାରତକୁ ମାନବ ସମ୍ବଳର ଶକ୍ତି ଭାବେ ଗଢ଼ିବା,
ବିକାଶର ଭାଗିଦାରୀ ସ୍ଥାପନ ଯାହା ହିନ୍ଦ୍ ମହାସାଗରର ଦ୍ୱୀପ ଓ ପ୍ରଶାନ୍ତ ମହାସାଗରର କାରବିୟାନ୍ ଦ୍ୱୀପ ଓ ବୃହତ୍ ଆଫ୍ରିକୀୟ ମହାଦେଶରୁ ଆମେରିକା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ବିଶ୍ୱ ଚାଲେଞ୍ଜକୁ ନେଇ ଭାରତୀୟ ବିବରଣୀ ସୃଷ୍ଟି କରିବା ।
ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଓ ସଂଗଠନକୁ ପୁନଃସ୍ଥାପନ ଓ ପୁନଃବିନ୍ୟସ୍ତ କରିବାରେ ସହାୟତା ।
ବିଶ୍ୱର ଭଲ ପାଇଁ ଆୟୁର୍ବେଦ ଓ ଯୋଗ ସହ ଭାରତୀୟ ସଭ୍ୟତାର ପରମ୍ପରାର ସୁଫଳକୁ ବ୍ୟାପକ କରିବା ।
ତେଣୁ ସଂସ୍କାର କେବଳ ଘରୋଇ ବ୍ୟବସ୍ଥା ଉପରେ କେନ୍ଦ୍ରିତ ନୁହେଁ । ଏହା ଆମର ବିଶ୍ୱ ଏଜେଣ୍ଡାରେ ମଧ୍ୟ ସାମିଲ ଅଛି ।
ମୋ’ ପାଇଁ ‘ସବ୍ କା ସାଥ, ସବ୍ କା ବିକାଶ’ ଆଭିମୁଖ୍ୟ କେବଳ ଭାରତ ନିମନ୍ତେ ନୁହେଁ, ସମଗ୍ର ବିଶ୍ୱ ପାଇଁ । ଆଉ ଏଥିରେ ଆପଣାଛାଏଁ ଅନେକ ପର୍ଯ୍ୟାୟ, ବହୁ ବିଷୟ ଓ ବିଭିନ୍ନ ଭୌଗଳିକ କ୍ଷେତ୍ର ଦର୍ଶାଯାଇଛି ।
ଏବେ ମୁଁ ଆମ ସହ ଭୌଗଳିକ ଓ ମିଳିତ ସ୍ୱାର୍ଥ ଦୃଷ୍ଟିରୁ ଘନିଷ୍ଠ ଥିବା ଦିଗ ପ୍ରତି ନଜର ପକାଉଛି । ଆମର ପଡ଼ୋଶୀଙ୍କ ପ୍ରତି ଆମର ସଂକଳ୍ପବଦ୍ଧ ‘ପଡ଼ୋଶୀ ପ୍ରଥମ’ ଆଭିମୁଖ୍ୟରେ ଏକ ବଡ଼ ପରିବର୍ତ୍ତନ ଆମେ ଦେଖୁଛୁ । ଦକ୍ଷିଣ ଏସିଆର ଲୋକମାନେ ରକ୍ତ, ମିଳିତ ଇତିହାସ, ସଂସ୍କୃତି ଓ ଆକାଂକ୍ଷା ସହ ଜଡ଼ିତ ଅଛନ୍ତି । ଏହାର ଆଶାବାଦୀ ଯୁବବର୍ଗ ପରିବର୍ତ୍ତନ,ସୁଯୋଗ, ପ୍ରଗତି ଓ ସମୃଦ୍ଧି ଚାହୁଁଛି । ଭଲ ଭାବେ ଜଡ଼ିତ ଓ ଏକୀକୃତ ପଡ଼ୋଶୀ ହେଉଛି ମୋ’ର ସ୍ୱପ୍ନ । ଗତ ଅଢ଼େଇ ବର୍ଷ ମଧ୍ୟରେ ଆମ ଅଚଂଳକୁ ଏକଜୁଟ୍ ରଖିବା ପାଇଁ ଆମେ ପ୍ରାୟ ସମସ୍ତ ପଡ଼ୋଶୀଙ୍କ ସହ ଭାଗିଦାରୀ ରଖିଛୁ । ଯେଉଁଠି ଆବଶ୍ୟକ ପଡ଼ୁଛି ଆମେ ଅଂଚଳର ପ୍ରଗତିଶୀଳ ଭବିଷ୍ୟତ ପାଇଁ ଆମର ଅତୀତର ବୋଝକୁ ଏଡ଼ାଇ ଯାଇଛୁ । ଆମର ପ୍ରୟାସର ଫଳ ଏଠି ଦେଖିବାକୁ ମିଳିଛି ।
ଆଫଗାନିସ୍ତାନରେ ଦୂରତ୍ୱ ଓ ପରିବହନରେ ସମସ୍ୟା ସତ୍ତ୍ୱେ ସାମର୍ଥ୍ୟ ଓ ପ୍ରତିଷ୍ଠାନ ନିର୍ମାଣ ମାଧ୍ୟମରେ ପୁନର୍ଗଠନରେ ସହାୟତା ପାଇଁ ଆମର ଭାଗିଦାରୀ ରହିଛି । ଆମର ନିରାପତ୍ତା ଗତିବିଧି ଅଧିକ ନିବିଡ଼ ହୋଇଛି । ଆଫଗାନିସ୍ତାନ ସଂସଦ ଭବନ ନିର୍ମାଣ ଓ ଭାରତ-ଆଫଗାନିସ୍ତାନ ମୈତ୍ରୀ ବନ୍ଧ ହେଉଛି ବିକାଶ ଭାଗିଦାରୀରେ ଆମର ପ୍ରତିବଦ୍ଧତାର ଦୁଇଟି ଉଜ୍ୱଳ ଉଦାହରଣ ।
ବାଂଲାଦେଶ ସହ ଆମେ ଯୋଗାଯୋଗ ଓ ଭିତିଭୂମି ପ୍ରକଳ୍ପ ମାଧ୍ୟମରେ ବୃହତ୍ ସଂଯୋଜନା ଓ ରାଜନୀତିକ ବୁଝାମଣା ହାସଲ କରିଛୁ । ବିଶେଷକରି ଜମି ଓ ସାମୁଦ୍ରିକ ସୀମାର ସମାଧାନ ଦ୍ୱାରା ।
ନେପାଳ, ଶ୍ରୀଲଙ୍କା, ଭୂଟାନ ଓ ମାଳଦ୍ୱୀପରେ ଆମର ଭିତ୍ତିଭୂମି, ଯୋଗାଯୋଗ, ଶକ୍ତି ଓ ବିକାଶ ପ୍ରକଳ୍ପ କ୍ଷେତ୍ରରେ ସାମଗ୍ରିକ ଗତିବିଧି ଏହି ଅଂଚଳର ପ୍ରଗତି ଓ ସ୍ଥିରତାର ସ୍ରୋତ ପାଲଟିଛି ।
ଆମର ପଡ଼ୋଶୀଙ୍କ ପାଇଁ ମୋ’ର ଆଭିମୁଖ୍ୟ ହେଉଛି ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ । ଏହି ଆଭିମୁଖ୍ୟ ମୋତେ ପାକିସ୍ତାନ ସମେତ ସମସ୍ତ ସାର୍କ ରାଷ୍ଟ୍ରର ନେତାଙ୍କୁ ମୋ’ର ଶପଥ ସମାରୋହକୁ ଆମନ୍ତ୍ରଣ ପାଇଁ ପ୍ରେରିତ କରିଥିଲା । ଏହି ଆଭିମୁଖ୍ୟ ପାଇଁ ମୁଁ ଲାହୋର ଯାଇଥିଲି । କିନ୍ତୁ କେବଳ ଶାନ୍ତି ମାର୍ଗରେ ଭାରତ ଏକାକୀ ଚାଲିପାରିବ ନାହିଁ । ଏଥିପାଇଁ ପାକିସ୍ତାନକୁ ମଧ୍ୟ ପ୍ରୟାସ କରିବାକୁ ପଡ଼ିବ । ପାକିସ୍ତାନକୁ ନିଶ୍ଚିତ ଭାବେ ଆତଙ୍କବାଦଠାରୁ ଦୂରେଇ ରହିବାକୁ ପଡ଼ିବ ଯଦି ଭାରତ ସହ ଆଲୋଚନା ପାଇଁ ସେ ଚାହୁଁଛି ।
ଦେବୀ ଓ ସଜ୍ଜନମଣ୍ଡଳୀ
ପୁନର୍ବାର ପଶ୍ଚିମରେ ଆମେ ସ୍ୱଳ୍ପ ଅବଧିରେ, ଅନିଶ୍ଚିତତା ଓ ବିବାଦ ସତ୍ତ୍ୱେ ସାଉଦି ଆରବ, ୟୁଏଇ, କତାର ଓ ଇରାନ ସମେତ ଉପସାଗରୀୟ ଅଞ୍ଚଳ ଓ ପଶ୍ଚିମ ଏସିଆ ସହ ଆମର ଭାଗିଦାରୀକୁ ପୁନଃ ପରିଭାଷିତ କରିଛୁ । ମୁଁ ଖୁସି ଯେ ଆଗାମୀ ସପ୍ତାହରେ ଭାରତର ସାଧାରଣତନ୍ତ୍ର ଦିବସରେ ଆବୁଧାବିର ମହାମହିମ ରାଜକୁମାରଙ୍କୁ ମୁଖ୍ୟ ଅତିଥି ଭାବେ ଆତିଥ୍ୟ ପ୍ରଦାନ କରିବି । ଆମେ ନାକେବଳ ଧାରଣାକୁ ବଦଳାଇବା ଉପରେ ଗୁରୁତ୍ୱ ଦେଉନୁ, ଆମେ ଆମର ସମ୍ପର୍କର ବାସ୍ତବତାକୁ ମଧ୍ୟ ପରିବର୍ତ୍ତନ କରୁଛୁ । ଏହା ଆମକୁ ଆମର ନିରାପତ୍ତା ସ୍ୱାର୍ଥର ସୁରକ୍ଷା ଓ ପ୍ରୋତ୍ସାହନ, ସୁଦୃଢ଼ ଅର୍ଥବ୍ୟବସ୍ଥା ଓ ଶକ୍ତି ସମ୍ପର୍କ ଏବଂ ପ୍ରାୟ 8 ମିଲିୟନ ଭାରତୀୟଙ୍କ ସାମାଜିକ ବିକାଶରେ ସହାୟକ ହୋଇଛି । ସେହିପରି କେନ୍ଦ୍ରୀୟ ଏସିଆର ମିଳିତ ଇତିହାସ ଓ ସଂସ୍କୃତି ଉପରେ ଆମର ସମ୍ପର୍କ ଗଠନ ଏକ ନୂଆ ସମୃଦ୍ଧ ଭାଗିଦାରୀର ସମ୍ଭାବନା ସୃଷ୍ଟି କରିଛି । ସାଂଘାଇ ସହଯୋଗ ସଂଗଠନରେ ଆମର ସଦସ୍ୟତା ଆମକୁ କେନ୍ଦ୍ର ଏସିଆ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ସଂସ୍ଥାଗତ ସମ୍ପର୍କ ସ୍ଥାପନର ସୁଯୋଗ ପ୍ରଦାନ କରିଛି । ଆମର କେନ୍ଦ୍ର ଏସିଆ ଭାଇ ଓ ଭଉଣୀଙ୍କ ସାମଗ୍ରିକ ସମୃଦ୍ଧି ପାଇଁ ଆମେ କାର୍ଯ୍ୟ କରୁଛୁ ।
ଆଉ ସେହି ଅଞ୍ଚଳରେ ଦୀର୍ଘଦିନର ସମ୍ପର୍କକୁ ପୁନଃ ସଫଳ କରାଯାଇଛି । ଆମର ପୂର୍ବରେ, ଦକ୍ଷିଣ ପୂର୍ବ ଏସିଆ ସହ ଗତିବିଧି ଏବେ ଆମର କେନ୍ଦ୍ରସ୍ଥଳୀ ପାଲଟିଛି । ଯାହା ଆମର ପୂର୍ବ ନୀତି । ଆମେ ପୂର୍ବ ଏସିଆ ଶିଖର ବୈଠକରେ ଏହି ଅଞ୍ଚଳ ସହ ସଂସ୍ଥାଗତ ଢାଂଚା ନିର୍ମାଣରେ ନିବିଡ଼ ସମ୍ପର୍କ ବୃଦ୍ଧି କରିଛୁ । ଏସିଆନ୍ ସହ ଆମର ଭାଗିଦାରୀ ଏବଂ ଏହାର ସଦସ୍ୟ ରାଷ୍ଟ୍ର ସହ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ବିକାଶ ଓ ନିରାପତ୍ତା କ୍ଷେତ୍ରରେ ଏହି ଅଞ୍ଚଳରେ ଭାଗିଦାରୀ ମଧ୍ୟ ବୃଦ୍ଧି ହୋଇଛି । ଏହା ମଧ୍ୟ ଅଞ୍ଚଳରେ ଆମର ବ୍ୟାପକ ରଣନୀତିକ ସ୍ୱାର୍ଥ ଓ ସ୍ଥିରତାକୁ ଆଗେଇ ନେଇଛି । ଚୀନ ସହ ଆମର ସମ୍ପର୍କ, ରାଷ୍ଟ୍ରପତି ସି॰ଜିନପିଙ୍ଗ ଓ ମୁଁ ସହମତ ହୋଇଥିଲୁ କି ବାଣିଜ୍ୟ ଓ କାରବାର ସୁଯୋଗର ବ୍ୟାପକ କ୍ଷେତ୍ରକୁ ଅନ୍ୱେଷଣ କରାଯିବ । ମୁଁ ଦେଖୁଛି ଭାରତ ଓ ଚୀନର ବିକାଶରେ ଅଦ୍ଭୂତପୂର୍ବ ସୁଯୋଗ ଅଛି, ଆମ ଦୁଇ ଦେଶ ପାଇଁ ଓ ସମଗ୍ର ବିଶ୍ୱ ପାଇଁ । ଏହା ସହିତ ଦୁଇ ବୃହତ୍ ପଡ଼ୋଶୀ ଶକ୍ତି ମଧ୍ୟରେ କେତେକ ମତଭେଦ ରହିବା ଅସ୍ୱାଭାବିକ କଥା ନୁହେଁ । ଆମର ସମ୍ପର୍କ, ଏହି ଅଞ୍ଚଳରେ ଶାନ୍ତି ଓ ପ୍ରଗତିର ପରିଚାଳନାରେ ଆମର ଉଭୟ ରାଷ୍ଟ୍ରକୁ ନିବିଡ଼ ଭାବେ ପରସ୍ପରର ଉଦ୍ବେଗ ଓ ସ୍ୱାର୍ଥକୁ ସମ୍ବେଦନଶୀଳତା ଓ ସମ୍ମାନପୂର୍ବକ ଦର୍ଶାଇବାର ଆବଶ୍ୟକତା ରହିଛି ।
ବନ୍ଧୁଗଣ
ପ୍ରଚଳିତ ଜ୍ଞାନ କହୁଛି କି ଚଳିତ ଶତାବ୍ଦୀ ହେଉଛି ଏସିଆର । ପରିବର୍ତ୍ତନର ତୀକ୍ଷ୍ଣ ପ୍ରକ୍ଷେପ ପଥ ଏସିଆରେ ହେବ । ଆଞ୍ଚଳିକ ପରିଦୃଶ୍ୟରେ ଏଠି ପ୍ରଗତି ଓ ସମୃଦ୍ଧିର ବୃହତ୍ ଓ ଜୀବନ୍ତ ମାଧ୍ୟମ ରହିଛି । କିନ୍ତୁ ବର୍ଦ୍ଧିତ ଆକାଂକ୍ଷା ଓ ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ଦୃଶ୍ୟମାନ ହେଉଥିବା ଉତ୍ତେଜନା ସୃଷ୍ଟି ହେଉଛି । ଏସିଆ ପ୍ରଶାନ୍ତ ଅଚଂଳରେ ସାମରିକ ଶକ୍ତି,ସମ୍ବଳ ଓ ସମ୍ପତ୍ତିରେ ନିୟମିତ ବୃଦ୍ଧି ଯୋଗୁ ଏହାର ନିରାପତ୍ତା ଉପରେ ବାଜି ଲାଗିଛି । ତେଣୁ ଏହି ଅଞ୍ଚଳରେ ସୁରକ୍ଷାର ସଂରଚନା ନିଶ୍ଚିତ ଭାବେ ଉନ୍ମୁକ୍ତ, ପାରଦର୍ଶୀ, ସନ୍ତୁଳିତ ଓ ସାମଗ୍ରିକ ହେବା ଉଚିତ୍ । କଥାବାର୍ତ୍ତାକୁ ପ୍ରୋତ୍ସାହନ ଓ ଆଶାନୁରୂପକ ଆଚରଣ ମଧ୍ୟରେ ହିଁ ଆନ୍ତର୍ଜାତିକ ମାନଦଣ୍ଡ ଓ ସ୍ୱାୟତ୍ତତାର ସମ୍ମାନ ନିହିତ ରହିଛି ।
ବନ୍ଧୁଗଣ
ଗତ ଅଢ଼େଇବର୍ଷ ହେଲା ଆମେ ଆମେରିକା, ରୁଷିଆ, ଜାପାନ ଓ ଅନ୍ୟ ପ୍ରମୁଖ ବିଶ୍ୱ ଶକ୍ତି ସହ ଆମର ସମ୍ପର୍କକୁ ଏକ ଦୃଢ଼ ଗତି ଦେଇଛୁ । ସେମାନଙ୍କ ସହ ଆମେ ନାକେବଳ ସହଯୋଗର ଇଚ୍ଛା ବ୍ୟକ୍ତ କରିନୁ ବରଂ ଆମେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଓ ଅବସରକୁ ନେଇ ନିଜର ମତ ମଧ୍ୟ ରଖୁଛୁ । ଏସବୁ ଭାଗିଦାରୀ ଭାରତର ଆର୍ଥିକ ପ୍ରାଥମିକତା ଏବଂ ପ୍ରତିରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଭଲ । ଆମେରିକା ସହ ଆମର ସମ୍ପର୍କ ପୂର୍ଣ୍ଣତଃ ଏବେ ଦ୍ରୁତ, ବାସ୍ତବ ଓ ସୁଦୃଢ଼ ହୋଇଛି । ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋର ଆଲୋଚନା ବେଳେ ଆମେ ଆମର ରଣନୀତିକ ଭାଗିଦାରୀକୁ ସଫଳ କରିବା ପାଇଁ ସହମତ ହୋଇଛୁ । ରୁଷିଆ ହେଉଛି ଆମର ସ୍ଥାୟୀ ବନ୍ଧୁ । ଏବେ ବିଶ୍ୱ ସମ୍ମୁଖୀନ ହେଉଥିବା ଅନେକ ଚ୍ୟାଲେଞ୍ଜ ସମ୍ପର୍କରେ ରାଷ୍ଟ୍ରପତି ପୁତିନ୍ ଓ ମୁଁ ଦୀର୍ଘ ଆଲୋଚନା କରିଛୁ । ଆମର ବିଶ୍ୱସନୀୟ ଓ ରଣନୀତିକ ଭାଗିଦାରୀ ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ନିବିଡ଼ ହୋଇଛି ।
ଆମର ନିବେଶ ହେଉଛି ଆମ ସମ୍ପର୍କର ନୂଆ କାରକ । ଏହା ଶକ୍ତି, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ସଫଳ ପରିଣାମ ଦେଖିବାକୁ ମିଳିଛି । ଆମେ ବାସ୍ତବରେ ଜାପାନ ସହ ରଣନୀତିକ ଭାଗିଦାରୀ ସମ୍ପର୍କ ଜାରି ରଖିଛୁ ଯାହା ଏବେ ଆର୍ଥିକ ଗତିବିଧିର ସମସ୍ତ ଦିଗକୁ ପ୍ରସାର ହୋଇଛି । ପ୍ରଧାନମନ୍ତ୍ରୀ ଆବେ ଓ ମୁଁ ଆମର ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରତିବଦ୍ଧତାକୁ ନେଇ କଥା ହୋଇଛୁ । ୟୁରୋପ ସହ ମଧ୍ୟ ଆମର ସୁଦୃଢ଼ ଭାଗିଦାରୀର ଲକ୍ଷ୍ୟ ରହିଛି । ଭାରତର ବିକାଶରେ ବିଶେଷକରି ଜ୍ଞାନ ଉଦ୍ୟୋଗ(Knowledge Industry) ଓ ସ୍ମାର୍ଟ ସହରୀକରଣ କ୍ଷେତ୍ରରେ ଦୃଢ଼ ଭାଗିଦାରୀ ପାଇଁ ଭାରତ ଲକ୍ଷ୍ୟ ରଖିଛି ।
ବନ୍ଧୁଗଣ
ସହଯୋଗୀ ବିକଶିତ ରାଷ୍ଟ୍ରଗୁଡ଼ିକ ସହ ନିଜର ସାମର୍ଥ୍ୟ ଓ ଶକ୍ତିକୁ ଭାଗିଦାର କରିବାରେ ଭାରତ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠୁ ଆଗରେ ରହିଛି । ଆଫ୍ରିକାରେ ଆମର ଭାଇ ଓ ଭଉଣୀମାନଙ୍କ ସହ ଆମେ ଗତ କିଛିବର୍ଷ ହେଲା ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛୁ । ଆଉ ପାରମ୍ପରିକ ବନ୍ଧୁତ୍ୱ ଓ ଐତିହାସିକ ସଂଯୋଗର ଦୀର୍ଘ ଦଶନ୍ଧିର ସୁଦୃଢ଼ ମୂଳଦୁଆ ଉପରେ ଅର୍ଥପୂର୍ଣ୍ଣ ବିକଶିତ ଭାଗିଦାରୀ ଗଠନ ହୋଇଛି । ଏବେ ଆମର ବିକାଶର ଭାଗିଦାରୀ ସମଗ୍ର ବିଶ୍ୱରେ ପଦଚିହ୍ନ ପକାଇ ପାରିଛି ।
ଦେବୀ ଓ ସଜ୍ଜନମଣ୍ଡଳୀ
ସାମୁଦ୍ରିକ ଦେଶ ଭାବେ ଭାରତର ଦୀର୍ଘ ଇତିହାସ ରହିଛି । ସବୁ ଦୃଷ୍ଟିରୁ ଆମର ସାମୁଦ୍ରିକ ସ୍ୱାର୍ଥ ହେଉଛି ରଣନୀତିକ ଓ ମହତ୍ୱପୂର୍ଣ୍ଣ । ହିନ୍ଦ ମହାସାଗରର ପ୍ରଭାବର ଚାପ ତା’ର ଉପକୂଳ ସୀମାଠାରୁ ଆଗକୁ ବ୍ୟାପିଛି । ଆମର ପ୍ରୟାସ ‘ସାଗର’- ନାକେବଳ ଏ ଅଞ୍ଚଳରେ ନିରାପତ୍ତା ଓ ସମସ୍ତଙ୍କ ଅଭିବୃଦ୍ଧି କରିବ ବରଂ ଆମର ମୁଖ୍ୟ ଭୂମି ଓ ଦ୍ୱୀପକୁ ସୁରକ୍ଷା ପ୍ରଦାନ କରିବ । ଏହା ଆମର ସାମୁଦ୍ରିକ ସମ୍ପର୍କର ନିବିଡ଼ ଆର୍ଥିକ ଓ ନିରାପତ୍ତା ସହଯୋଗର ନିବିଡ଼ତାର ପ୍ରୟାସକୁ ଦର୍ଶାଉଛି । ଆମେ ଜାଣିଛୁ ଯେ ଏକାଭିମୁଖୀତା, ସହଯୋଗ ଓ ସାମୁହିକ ପଦକ୍ଷେପ ଆମ ସାମୁଦ୍ରିକ ଅଞ୍ଚଳରେ ଆର୍ଥିକ ଗତିବିଧି ଓ ଶାନ୍ତି ସ୍ଥାପନକୁ ଆଗେଇ ନେବ । ଏହି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ହିନ୍ଦ୍ ମହାସାଗରରେ ଶାନ୍ତି,ସମୃଦ୍ଧି ଓ ନିରାପତ୍ତା ରକ୍ଷା ହେଉଛି ପ୍ରଥମ କର୍ତ୍ତବ୍ୟ ବୋଲି ଆମେ ବିଶ୍ୱାସ କରୁ । ଆମର କୌଣସି ବିଶେଷ ଦୃଷ୍ଟିଭଙ୍ଗୀ ନାହିଁ । ଆଉ ଆମେ ଆନ୍ତର୍ଜାତିକ ଆଇନକୁ ସମ୍ମାନ ଜଣାଇ ରାଷ୍ଟ୍ରଗୁଡ଼ିକୁ ଏକାଠି ଆଣିବାକୁ ଲକ୍ଷ୍ୟ ରଖିଛୁ । ଭାରତ-ପ୍ରଶାନ୍ତ ସାମୁଦ୍ରିକ କ୍ଷେତ୍ର ସହ ଜଡ଼ିତ ସାମୁଦ୍ରିକ ସୀମାରେ ଶାନ୍ତି ଓ ଆର୍ଥିକ ବିକାଶ ପାଇଁ ନୌପରିବହନର ସ୍ୱାଧୀନତାକୁ ସମ୍ମାନ ଓ ଆନ୍ତର୍ଜାତିକ ମାନଦଣ୍ଡକୁ ପାଳନ କରାଯିବାରେ ଆମେ ବିଶ୍ୱାସ କରୁ ।
ବନ୍ଧୁଗଣ
ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଆଂଚଳିକ ଯୋଗାଯୋଗର ଅକାଟ୍ୟ ଯୁକ୍ତିକୁ ଆମେ ପ୍ରଶଂସା କରୁଛୁ । ଆମର ପସନ୍ଦ ଓ ପଦକ୍ଷେପ ମାଧ୍ୟମରେ ଆମେ ପଶ୍ଚିମ ଓ ଦକ୍ଷିଣ ଏସିଆ, ପୂର୍ବଭାଗରୁ ଏସୀୟ-ପ୍ରଶାନ୍ତ ମଧ୍ୟରେ ଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଦାବି କରିଛୁ । ଦୁଇଟି ସ୍ପଷ୍ଟ ଓ ସଫଳ ଉଦାହରଣ ହେଉଛି ଇରାନ ଓ ଆଫଗାନିସ୍ତାନ ସହ ଚାବହାର ବନ୍ଦରକୁ ନେଇ ତ୍ରିପାକ୍ଷିକ ଚୁକ୍ତି ଏବଂ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ପରିବହନ କରିଡର ପାଇଁ ଆମର ପ୍ରତିଶ୍ରୁତିବଦ୍ଧତା । ତେବେ ସମାନତା ଓ ସଂଯୋଗୀକରଣ ଆପଣାଛାଏଁ ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱକୁ ଦୁର୍ବଳ ବା ଅତିକ୍ରମ କରିପାରିବ ନାହିଁ । କେବଳ ସମ୍ପୃକ୍ତ ରାଷ୍ଟ୍ରର ସାର୍ବଭୌମତ୍ୱକୁ ସମ୍ମାନ ଜଣାଇ, ଆଚଂଳିକ ଯୋଗାଯୋଗ କରିଡର ତା’ର ପ୍ରତିଶ୍ରୁତି ପୂରଣ କରିପାରିବ ଏବଂ ମତଭେଦ ଓ କଳହକୁ ଦୂର କରିବ ।
ବନ୍ଧୁଗଣ,
ଆମର ପରମ୍ପରାକୁ ସତ ପ୍ରମାଣିତ କରି ଆମେ ଆନ୍ତର୍ଜାତିକ ବୋଝକୁ ଆମର ପ୍ରତିଶ୍ରୁତିବଦ୍ଧତା ପାଇଁ ନିଜ କାନ୍ଧକୁ ନେଇଛୁ । ବିପର୍ଯ୍ୟୟ ସମୟରେ ଆମେ ସହାୟତା ଓ ରିଲିଫ ପ୍ରଦାନର ପ୍ରୟାସର ନେତୃତ୍ୱ ନେଉଛୁ । ନେପାଳର ଭୂମିକମ୍ପବେଳେ, ଫିଜି ଓ ମାଳଦ୍ୱୀପରେ ମନୁଷ୍ୟଗତ ସଙ୍କଟ ଓ ୟେମନରେ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଆମେ ପ୍ରଥମ ବିଶ୍ୱସନୀୟ ପ୍ରତିକ୍ରିୟା ଦେଇଥିଲୁ । ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତାକୁ ବଜାୟ ରଖିବା ପାଇଁ ନିଜର ଦାୟିତ୍ୱକୁ ତୁଲାଇବାରେ ଆମେ କୁଣ୍ଠାବୋଧ କରୁନାହୁଁ । ଆମେ ଉପକୂଳ ପର୍ଯ୍ୟବେକ୍ଷଣ, ହ୍ୱାଇଟ୍ ସିପିଂ ସୂଚନା ଓ ଅଣପାରମ୍ପରିକ ବିପଦ ଯଥା ଜଳଦସ୍ୟୁ, ଚୋରାଚାଲାଣ ଓ ସଂଗଠିତ ଅପରାଧ କ୍ଷେତ୍ରର ମୁକାବିଲା ପାଇଁ ସହଭାଗିତା ବୃଦ୍ଧି କରିଛୁ । ଆମେ ଦୀର୍ଘକାଳୀନ ବିଶ୍ୱ ଚାଲେଞ୍ଜ ଅନୁରୂପ ବିକଳ୍ପ ବିଶ୍ଲେଷଣ କରୁଛୁ । ଅଞ୍ଚଳରୁ ଆତଙ୍କବାଦର ବିଲୋପ ପାଇଁ ଆମକୁ ଭଲ ଓ ଖରାପ ଆତଙ୍କବାଦର କୃତ୍ରିମ ଭେଦଭାବକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ ବୋଲି ଆମେ ବିଶ୍ୱାସ କରୁ, ଆଉ ଏବେ ଏହା ଆନ୍ତର୍ଜାତିକ ଆଲୋଚନାର ବିଷୟ ହୋଇଛି । ଆମର ଯେଉଁ ପଡ଼ୋଶୀ ହିଂସାକୁ ସମର୍ଥନ କରୁଛନ୍ତି, ଘୃଣାକୁ ପ୍ରୋତ୍ସାହନ ଓ ଆତଙ୍କବାଦର ଆମଦାନୀ କରୁଛନ୍ତି ସେମାନଙ୍କୁ ଏକଘରିଆ କରାଯାଉ । ଆଉ ଏକ ଚାଲେଞ୍ଜ ହେଲା ଗ୍ଲୋବାଲ ୱାର୍ମିଂ ବା ବିଶ୍ଵ ଉତ୍ତାପନ। ଆମେ ଏ ଦିଗରେ ନେତୃତ୍ୱ ଭୂମିକା ନେଇଛୁ । ଆମର ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଓ ଅକ୍ଷୟ ଶକ୍ତିରୁ 175 ଗିଗା ୱାଟ୍ ସମାନ ବିଦ୍ୟୁତ୍ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଆମେ ଏ ଦିଗରେ ଭଲ ଆରମ୍ଭ ମଧ୍ୟ କରିସାରିଛୁ । ଆମେ ପ୍ରକୃତି ସହ ଭାରସାମ୍ୟ ରକ୍ଷା ପାଇଁ ଆମର ସଭ୍ୟତାର ପରମ୍ପରାକୁ ପ୍ରୋତ୍ସାହିତ କରୁଛୁ । ମାନବ ବିକାଶ ପାଇଁ ସୌର ଶକ୍ତିର ଉପଯୋଗ ନିମନ୍ତେ ଆନ୍ତର୍ଜାତିକ ସୌର ମେଣ୍ଟ ଗଠନ ନିମନ୍ତେ ଆମେ ଆନ୍ତର୍ଜାତିକ ସମୁଦାୟକୁ ଏକଜୁଟ କରାଇଛୁ । ଆମର ପ୍ରୟାସର ସବୁଠୁ ବଡ଼ ଦିଗ ହେଉଛି ଭାରତୀୟ ସଭ୍ୟତାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମୃଦ୍ଧିକୁ ଆନ୍ତର୍ଜାତିକ ସ୍ୱାର୍ଥରେ ପୁନରୁଦ୍ଧାର କରାଯାଇଛି । ଏବେ ବୌଦ୍ଧଧର୍ମ, ଯୋଗ ଓ ଆୟୁର୍ବେଦ ସାମଗ୍ରିକ ଭାବେ ମାନବତା ପାଇଁ ଏକ ମୂଲ୍ୟବାନ ଐତିହ୍ୟ ପାଲଟିଛି । ଭାରତ ଏହି ସ୍ୱାଭାବିକ ଐତିହ୍ୟର ପ୍ରତ୍ୟେକ କ୍ଷେତ୍ରକୁ ଉତ୍ସବ ଭାବେ ପାଳନ କରିବ । ଏହା ଦେଶଗୁଡ଼ିକ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବା ସହ ସମସ୍ତଙ୍କ ମଙ୍ଗଳକୁ ପ୍ରୋତ୍ସାହନ କରୁଛୁ ।
ଶେଷରେ, ବିଶ୍ୱ ସହ ଯୋଡ଼ିବାରେ ଆମର ପ୍ରାଚୀନ ଗ୍ରନ୍ଥ ଆମକୁ ମାର୍ଗଦର୍ଶନ କରିଛି ।
ଋକ୍ ବେଦ କହେ –
ଆ ନୋ ଭଦ୍ରୋ : କ୍ରତ୍ୱୋ ୟନ୍ତୁ ବିଶ୍ୱତଃ
ଅର୍ଥାତ୍ ମହତ୍ ଚିନ୍ତା ମୋ’ ପାଖକୁ ସବୁ ଦିଗରୁ ଆସେ ।
ଏକ ସମାଜ ଭାବେ, ଆମେ ସର୍ବଦା ଅନେକଙ୍କ ଆବଶ୍ୟକତାକୁ ଜଣକର ଇଚ୍ଛା ତୁଳନାରେ ଅଧିକ ପସନ୍ଦ କରୁ । ଆଉ ଭାଗୀଦାରିତା ଧ୍ରୁବୀକରଣ ଅପେକ୍ଷା ଅଧିକ ପସନ୍ଦଯୋଗ୍ୟ । ଜଣକର ସଫଳତାରେ ନିଶ୍ଚିତ ଭାବେ ଅନେକଙ୍କ ବିକାଶ ହୋଇଥାଏ ବୋଲି ଆମେ ବିଶ୍ୱାସ କରୁ । ଆମର କାର୍ଯ୍ୟକ୍ରମ ନିଧାର୍ଯ୍ୟ । ଏବଂ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସ୍ପଷ୍ଟ । ଆମର ସଂସ୍କାରର ଯାତ୍ରା ଘରୁ ଆରମ୍ଭ ହୋଇଛି ଏବଂ ବିଶ୍ୱରେ ଥିବା ଆମର ଦୃଢ଼ତା ଓ ସହଯୋଗୀ ଭାଗିଦାରୀଙ୍କ ଦ୍ୱାରା ଏହା ଦୃଢ଼ ସମର୍ଥନ ହାସଲ କରିଛି । ଘରେ ଦୃଢ଼ ପଦକ୍ଷେପ ନେଉଛୁ ଓ ବିଦେଶରେ ବିଶ୍ୱସନୀୟ ବନ୍ଧୁଙ୍କ ନେଟୱାର୍କ ବିସ୍ତାର କରି ଆମେ ଶତ କୋଟି ଭାରତୀୟଙ୍କ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ନେଉଛି । ଏହି ପ୍ରୟାସରେ ଆପଣମାନେ ଭାରତକୁ ନିଜର ବନ୍ଧୁ, ଶାନ୍ତି ଓ ପ୍ରଗତିର ଅଗ୍ରଦୂତ, ସ୍ଥିରତା ଓ ସଫଳତା, ଉପଯୋଗ ଓ ଆବାସର ସ୍ଥଳୀ ପାଇବେ ।
ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ
**********
Former President of Afghanistan @KarzaiH with PM @narendramodi during the @raisinadialogue in Delhi. pic.twitter.com/o4p17r76nQ
— PMO India (@PMOIndia) January 17, 2017
The Prime Minister addressed the @raisinadialogue, where he talked at length about 'New Normal: Multilateralism with Multi-polarity.' pic.twitter.com/hNWPQeVERQ
— PMO India (@PMOIndia) January 17, 2017
Shared my thoughts on ‘The New Normal: Multilateralism and Multi-polarity' at the @raisinadialogue in Delhi. https://t.co/8R45jNw7Kw
— Narendra Modi (@narendramodi) January 17, 2017
Talked about aspects of India's foreign policy, our relations with our immediate neighbourhood & other nations.
— Narendra Modi (@narendramodi) January 17, 2017
Elaborated on how India's strategic interests are shaped by our civilisational ethos of realism, co-existence, cooperation & partnership.
— Narendra Modi (@narendramodi) January 17, 2017
Self-interest is not India's culture. Our actions, aspirations, democracy, demography will be an anchor for regional & global progress.
— Narendra Modi (@narendramodi) January 17, 2017
For the world, India will remain a beacon of peace & progress, stability & success and access & accommodation.
— Narendra Modi (@narendramodi) January 17, 2017