Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଭାଷଣ

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଭାଷଣ


ମାନ୍ୟବର,

ଆପଣମାନେ ଦେଇଥିବା ମୂଲ୍ୟବାନ ପରାମର୍ଶ ଏବଂ ବ୍ୟକ୍ତ କରିଥିବା କାରାତ୍ମକ ଚିନ୍ତାଧାରା ମୁଁ ସ୍ୱାଗତ କରୁଛି ଭାରତର ପ୍ରସ୍ତାବ ସହ ମୋର ଟିମ ଆପଣଙ୍କ ସହିତ ସମସ୍ତ ବିବରଣୀ ବାଣ୍ଟିବ ଏବଂ ଆମେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ବିଷୟ ଉପରେ ଆଗକୁ ବଢ଼ିବା

ମାନ୍ୟବର,

ଭାରତ ଏବଂ କାରିକମ୍ ଦେଶ ମଧ୍ୟରେ ସମ୍ପର୍କ ଆମର ଅତୀତର ସହଭାଗୀ ଅନୁଭୂତି, ଆମ ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତ ପାଇଁ ଆମର ସହଭାଗୀ ଆକାଂକ୍ଷା ଉପରେ ଆଧାରିତ

ଏହି ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଆମର ସମସ୍ତ ପ୍ରୟାସରେ, ଆମେ ଗ୍ଲୋବାଲ୍ ସାଉଥର ଚିନ୍ତା ଏବଂ ଏହାର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ

ଭାରତର ଅଧ୍ୟକ୍ଷତାରେ ଗତ ବର୍ଷ ଅନୁଷ୍ଠିତ ଜି୨୦ ଗ୍ଲୋବାଲ୍ ସାଉଥର ସ୍ୱର ଭାବରେ ଉଭା ହୋଇଥିଲା ଗତକାଲି, ବ୍ରାଜିଲରେ ମଧ୍ୟ ମୁଁ ବିଶ୍ୱ ସମୁଦାୟକୁ ଗ୍ଲୋବାଲ୍ ସାଉଥର ଦେଶଗୁଡିକୁ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲି

ମୁଁ ଖୁସି ଯେ ଭାରତ ଏବଂ ଆମର ସମସ୍ତ କାରିକମ୍ ବନ୍ଧୁମାନେ ସହମତ ଅଛନ୍ତି ଯେ ବିଶ୍ୱ ଅନୁଷ୍ଠାନରେ ସଂସ୍କାର ଆବଶ୍ୟକ

ସେମାନେ ଆଜିର ଦୁନିଆ ଏବଂ ଆଜିର ସମାଜ ଅନୁଯାୟୀ ନିଜକୁ ଗଢ଼ିବାର ଆବଶ୍ୟକତା ରହିଛି ଏହା ହେଉଛି ସମୟର ଆବଶ୍ୟକତା ଏହାକୁ ଏକ ବାସ୍ତବତାରେ ପରିଣତ କରିବାକୁ, କାରିକମ୍ ସମର୍ଥନ ସହିତ ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ମାନ୍ୟବର,

ଆଜି ଆମର ବୈଠକରେ ନିଆଯାଇଥିବା ନିଷ୍ପତ୍ତି, ପ୍ରତ୍ୟେକ କ୍ଷେତ୍ରରେ ଆମ ସହଯୋଗରେ ନୂତନ ଦିଗ ସଂଯୋଗ କରିବ ଏହାକୁ କାର୍ଯ୍ୟକାରୀ କରିବାରେ ଭାରତକାରିକମ୍ ଯୁଗ୍ମ ଆୟୋଗ ଏବଂ ମିଳିତ କାର୍ଯ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ

ଆମର କାରାତ୍ମକ ସହଯୋଗକୁ ଆଗକୁ ନେବାକୁ, ତୃତୀୟ କାରିକମ୍ ସମ୍ମିଳନୀ ଭାରତରେ ଆୟୋଜନ କରିବାକୁ ମୁଁ ପ୍ରସ୍ତାବ ଦେଇଛି

ମୁଁ ପୁଣି ଥରେ ରାଷ୍ଟ୍ରପତି ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ଡିକନ୍ ମିଶେଲ୍‌, କାରିକମ୍ ସଚିବାଳୟ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି

***********

SR