ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୬.୨୦୧୬) ଦୋହା ଉପକଣ୍ଠରେ ଅବସ୍ଥିତ ମେସିରେବଠାରେ ଏକ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଭାରତୀୟ ଶ୍ରମିକମାନଙ୍କ ସହିତ ମତ ବିନିମୟ କରିଛନ୍ତି ।
ପ୍ରକଳ୍ପ ସ୍ଥଳରେ ସମବେତ ଶ୍ରମିକମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୋହାରେ ପହଞ୍ଚିବାପରେ ତାଙ୍କର ପ୍ରଥମ ସରକାରୀ କାର୍ଯ୍ୟ ହେଲା ଶ୍ରମିକମାନଙ୍କୁ ଭେଟିବା । ସେମାନେ ପ୍ରବାସରେ ଯେଉଁ ସମସ୍ୟା ତଥା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ରୂପେ ଅବଗତ ଥିବା କହିଥିଲେ । ସେ କହିଥିଲେ ଯେ କତାରର ନେତୃବୃନ୍ଦଙ୍କ ସହ ଆଲୋଚନା ସମୟରେ ସେ ଭାରତୀୟ ଶ୍ରମିକମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇବେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଶ୍ରମିକମାନଙ୍କ ସହ ମତବିନିମୟ ପୂର୍ବରୁ ପ୍ରକଳ୍ପ ସ୍ଥଳ ନିକଟରେ ଥିବା ଏକ ସ୍ୱାସ୍ଥ୍ୟ ଶିବିରକୁ ବୁଲି ଦେଖିଥିଲେ । ସେଠାରେ ଡାକ୍ତରମାନଙ୍କ ଚିକିତ୍ସା ସେବାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ସେଠାରେ ଶ୍ରମିକମାନଙ୍କୁ ସମ୍ବୋଧିତ କରିବା ପରେ ସେମାନଙ୍କ ସହ ବସି ଭୋଜନ କରିଥିଲେ । ଖାଇବା ସମୟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଶ୍ରମିକଙ୍କ ଟେବୁଲ ପାଖକୁ ଯାଇ କଥାବାର୍ତ୍ତା ହୋଇଥିଲେ ।
Smiles and snacks in Doha...my first programme in Qatar was a visit to a Workers' Camp in downtown Doha. pic.twitter.com/vgQwZdZssX
— Narendra Modi (@narendramodi) June 4, 2016