Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୋହାରେ ପ୍ରବାସୀ ଭାରତୀୟ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନଦୋହାରେ ପ୍ରବାସୀ ଭାରତୀୟ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଦୋହାରେ ପ୍ରବାସୀ ଭାରତୀୟ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନଦୋହାରେ ପ୍ରବାସୀ ଭାରତୀୟ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଦୋହାରେ ପ୍ରବାସୀ ଭାରତୀୟ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନଦୋହାରେ ପ୍ରବାସୀ ଭାରତୀୟ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ(୦୫.୦୬.୨୦୧୬) ଜେନେଭା ଯାତ୍ରା କରିବା ପୂର୍ବରୁ କତାରର ଦୋହାଠାରେ ପ୍ରବାସୀ ଭାରତୀୟ ସଂପ୍ରଦାୟ ସହ ମତ ବିନିମୟ କରି ସେମାନଙ୍କ ସମାବେଶକୁ ସମ୍ବୋଧିତ କରିଛନ୍ତି ।

ଉତ୍ସୁକ ପ୍ରବାସୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ କତାରରେ ରହିବା ଏବଂ କାର୍ଯ୍ୟ କରିବା ସତ୍ତ୍ୱେ ଭାରତ ସହ ସଂପର୍କ ତୁଟାଇ ନାହାଁନ୍ତି । ଏବେ ବିଶ୍ୱ ଦରବାରରେ ଭାରତର ଛବି ବେଶ୍ ଉଜ୍ଜ୍ୱଳ ଏବଂ ଏହା ବୃଦ୍ଧି ପାଉଛି । ବିଶ୍ୱ ସମୁଦାୟ ଭାରତର ଅଭିବୃଦ୍ଧି ପ୍ରତି ଆଗ୍ରହ ଦେଖାଉଛନ୍ତି । ଏଭଳି ପରିବର୍ତ୍ତନ କେବଳ ୧୨୫ କୋଟି ଭାରତୀୟ ଜନତାଙ୍କ ଉତ୍ସାହ ଓ ଉଦ୍ଦୀପନା ଯୋଗୁଁ ସମ୍ଭବ ହୋଇପାରିଛି ।

ବିଶ୍ୱିକ ସଂସ୍ଥାମାନେ ଭାରତର ଅର୍ଥ ବ୍ୟବସ୍ଥାକୁ ସବୁଠାରୁ ଦୃତ ପ୍ରଗତିଶୀଳ ବୋଲି ବିବେଚନା କଲେଣି । ଆମ ଅର୍ଥ ବ୍ୟବସ୍ଥା ୨୦୧୫-୧୬ ଆର୍ଥିକ ବର୍ଷର ଅନ୍ତିମ ତ୍ରୈମାସିକରେ ସର୍ବାଧିକ ୭.୯ ପ୍ରତିଶତ ଜିଡିପି ଅଭିବୃଦ୍ଧି ଘଟିଛି । ବିଶ୍ୱରେ ଆର୍ଥିକ ମାନ୍ଦା ଅବସ୍ଥା ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥା ଆଗକୁ ଆଗକୁ ବଢି ଚାଲିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବହୁଦିନ ହେଲା ଭ୍ରଷ୍ଟାଚାର ସମସ୍ତଙ୍କୁ ବ୍ୟଥୀତ କରିଥିଲା । ତାଙ୍କ ସରକାର ଏହାର ମୂଳୋତ୍ପାଟନ ପାଇଁ ଏବେ ପ୍ରତିବଦ୍ଧ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର କତାର ଗସ୍ତ ବେଳେ ସେଠାକାର ନେତୃବର୍ଗଙ୍କ ସହ ଫଳପ୍ରଦ ଏବଂ ଯୋଜନାବଦ୍ଧ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହା ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧିର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଏହି ଗସ୍ତ କାଳରେ କତାର ସରକାର ତାଙ୍କୁ ଯେଭଳି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓ ଆତିଥ୍ୟ ଦେଇଛନ୍ତି ସେଥିଲାଗି କତାର ଦେଶବାସୀ ଏବଂ ସେଠାକାର ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅଶେଷ କୃତଜ୍ଞତା ଜଣାଇଛନ୍ତି ।