ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୋହରା ଟିକସକୁ ପ୍ରତିହତ କରିବା ଓ ଟିକସ ଫାଙ୍କିକୁ ରୋକିବା ନିମନ୍ତେ ସଂଶୋଧନ ଓ ତୃତୀୟ ପ୍ରୋଟୋକଲ ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ଆୟ ଉପରେ ଟିକସର ଏହି ପ୍ରୋଟୋକଲ ୨୦୧୬ ଅକ୍ଟୋବର ୨୬ତାରିଖରେ ସ୍ୱାକ୍ଷରିତ ହୋଇଛି ।
ଏହି ପ୍ରୋଟୋକଲ ଦ୍ୱାରା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟିକସ ଉଦ୍ଦେଶ୍ୟରେ ସୂଚନା ଆଦାନପ୍ରଦାନ ହେବ ଯାହା ଟିକସ ଫାଙ୍କିବାକୁ ରୋକିବାରେ ସହାୟକ ହେବ । ଏହା ଦୁଇ ଦେଶ ମଧ୍ୟରେ ଟିକସ ରାଜସ୍ୱ ସଂଗ୍ରହରେ ସହାୟତା କରିବ । ଧାରା ୨୬ ଅନୁସାରେ ପ୍ରଚଳିତ ରାଜିନାମାରେ ‘ସୂଚନା ଆଦାନପ୍ରଦାନ’ ସ୍ଥାନରେ ପ୍ରୋଟୋକଲର ନୂଆ ଧାରା ରଖାଯାଇଛି । ଯାହା ସୂଚନା ଆଦାନପ୍ରଦାନର ଆନ୍ତର୍ଜାତିକ ମାନକର ହେବ । ଏକ ନୂଆ ଧାରା ‘ଟିକସ ସଂଗ୍ରହର ସହାୟତା’କୁ ଏହି ପ୍ରୋଟୋକଲରେ ସାମିଲ କରାଯାଇଛି । ଦୁଇ ଦେଶ ମଧ୍ୟରେ ପ୍ରଚଳିତ ଆଇନରେ ଆବଶ୍ୟକ ପ୍ରକ୍ରିୟା ପୂରଣ ପରେ ଜାରି ବିଜ୍ଞପ୍ତି ଦିନ ହିଁ ଏହି ପ୍ରୋଟୋକଲ କାର୍ଯ୍ୟକ୍ଷମ ହେବ ।