ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି, ଯାହା ଶକ୍ତି ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ପ୍ରତି ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଶ୍ରୀ ମୋଦୀ ଏହି ସଫଳତାକୁ ପ୍ରଶଂସା କରି “ ଏହାକୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ”ବୋଲି ଅଭିହିତ କରିଛନ୍ତି ଏବଂ ଏହି କ୍ଷେତ୍ର ସହିତ ଜଡିତ ଲୋକମାନଙ୍କର ନିରନ୍ତର ସମର୍ପଣ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ ଏକ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ, ଭାରତ ୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ଐତିହାସିକ ଆକଳନ ଅତିକ୍ରମ କରିଛି ।
କେନ୍ଦ୍ର ମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;
“ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ!
୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ମାଇଲଖୁଣ୍ଟ ଅତିକ୍ରମ କରିବା ଏକ ଉଲ୍ଲେଖନୀୟ ସଫଳତା, ଯାହା ଶକ୍ତି ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଉପଲବ୍ଧି ଏହି କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକଙ୍କ ସମର୍ପଣ ଏବଂ କଠିନ ପରିଶ୍ରମକୁ ମଧ୍ୟ ପ୍ରତିଫଳିତ କରୁଛି ।”
SR/Swadhin
A Proud Moment for India!
— Narendra Modi (@narendramodi) March 21, 2025
Crossing the monumental milestone of 1 Billion tonnes of coal production is a remarkable achievement, highlighting our commitment to energy security, economic growth and self-reliance. This feat also reflects the dedication and hardwork of all those… https://t.co/K8sHQssLHq