Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିଙ୍କର ବୃହତ ଭୂମିକା ରହିଛି – ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମେଳନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିର ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ସିଏଜି ଏବଂ ବିଶେଷକରି ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟର କଠିନ ପରିଶ୍ରମ ଦ୍ଵାରା ଏହା ସମ୍ଭବପର ହେଉଛି । ସେ କହିଥିଲେ ଯେ, ସମର୍ପିତ ଅଡିଟରଙ୍କ ପରିଶ୍ରମ କାରଣରୁ ସିଏଜିର ବିଶ୍ଵସନୀୟତା ଏବଂ ଦୃଢତା ବଜାୟ ରହିପାରିଛି । ସେ କହିଥିଲେ ଯେ, ଏତେ ପୁରୁଣା ସଂସ୍ଥାରେ ପରିବର୍ତ୍ତନ ଆଣିବା ଏକ ବହୁତ ବଡ ଆହ୍ଵାନ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସମୟରେ ସଂସ୍କାର କଥା କହିବା ଭଲ ଲାଗିପାରେ କିନ୍ତୁ ବାସ୍ତବିକ ସଂସ୍କାର ସେତେବେଳେ ସଫଳ ହୋଇଥାଏ ଯେତେବେଳେ ପ୍ରତ୍ୟେକ ସ୍ତରରେ ସଂପୂର୍ଣ୍ଣ ସଚ୍ଚୋଟତା ଏବଂ ସମର୍ପଣ ସହିତ ସଂସ୍କାର ଆଣିବା ଲାଗି ପ୍ରୟାସ କରାଯାଇଥାଏ । ଦେଶର ପ୍ରତ୍ୟେକ ସରକାର ଏବଂ ପ୍ରତ୍ୟେକ ସଂଗଠନ ସହିତ ସିଏଜି କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଥାଏ । ସେ ଆହୁରି କହିଥିଲେ ଯେ, ସିଏଜିର ଅଡିଟ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆସିଛି । ସିଏଜି ଯାହା କରିଥାନ୍ତି ତାହାର ପ୍ରଭାବ ସିଧାସଳଖ ପ୍ରଶାସନ ଉପରେ ପଡିଥାଏ । ତେଣୁ ସିଏଜିର ଅଡିଟ ପ୍ରକ୍ରିୟାରେ ବହୁତ ଅଧିକ ସମୟ ଲାଗୁ ହେବା ଉଚିତ ନୁହେଁ । ସିଏଜି ଅଧିକ ଉନ୍ନତ ହେବା ଲାଗି ମଧ୍ୟ ପ୍ରୟାସ କରିବା ଆବଶ୍ୟକ ।

******