ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ଅନୁମୋଦନ କରିଛନ୍ତି। ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ। ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବ । ସେହିପରି ନମନୀୟତା ବଢ଼ାଇବା ସହିତ ନିବେଶକୁ ପ୍ରୋତ୍ସାହିତ କରିବ। ଏହାଛଡ଼ା ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନିୟାମକ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି।
କୋଭିଡ-୧୯ ଆହ୍ବାନର ସଫଳ ମୁକାବିଲା କରିବା କ୍ଷେତ୍ରରେ ଦୂରସଞ୍ଚାର କ୍ଷେତ୍ର ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ଡାଟା ବ୍ୟବହାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। ଅନଲାଇନ ଶିକ୍ଷା, ଘରୁ ଥାଇ କାମ, ସାମାଜିକ ଗଣମାଧ୍ୟମ ଜରିଆରେ ପାରସ୍ପରିକ ସମ୍ପର୍କ, ଭର୍ଚୁଆଲ ବୈଠକ ଆଦି ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମିରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବ୍ରଡବ୍ୟାଣ୍ଡ ଏବଂ ଦୂରସଞ୍ଚାର ଯୋଗାଯୋଗର ପ୍ରସାର ଓ ପ୍ରଭାବକୁ ପ୍ରୋତ୍ସାହିତ କରିବ। ଏକ ସୁଦୃଢ଼ ଟେଲି ଯୋଗାଯୋଗ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ କ୍ୟାବିନେଟଙ୍କ ଏହି ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି। ପ୍ରତିଯୋଗିତା ଓ ଗ୍ରାହକଙ୍କ ପସନ୍ଦ, ସମାବେଶୀ ବିକାଶ ନିମନ୍ତେ ଅନ୍ତ୍ୟୋଦୟ, ପଛୁଆ କ୍ଷେତ୍ରକୁ ମୁଖ୍ୟଧାରା ସହ ଯୋଡ଼ିବା ଏବଂ ଦୂରସଞ୍ଚାର ଯୋଗାଯୋଗରୁ ବଞ୍ଚିତ ବର୍ଗଙ୍କୁ ଏହାସହିତ ସଂଯୋଗ କରିବା ଲାଗି ସାର୍ବଜନୀନ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରତି ଏଥିରେ ଧ୍ୟାନ ଦିଆଯାଇଛି। ଏହି ପ୍ୟାକେଜ 4ଜି ପ୍ରସାର, ନମନୀୟତା ପ୍ରଦାନ ଏବଂ 5ଜି ନେଟଓ୍ବର୍କରେ ନିବେଶ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ନଅଟି ଢାଞ୍ଚାଗତ ସଂସ୍କାର ଏବଂ ୫ଟି ପ୍ରକ୍ରିୟାତ୍ମକ ସଂସ୍କାର ସହିତ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ଦିଆଯାଇଥିବା ପ୍ରୋତ୍ସାହନମୂଳକ ଉପାୟ ନିମ୍ନରେ ଉଲ୍ଲେଖ କରାଗଲା:-
ଢାଞ୍ଚାଗତ ସଂସ୍କାର
ପ୍ରକ୍ରିୟାଗତ ସଂସ୍କାର
ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନମନୀୟତା ସମ୍ବନ୍ଧୀୟ ଆବଶ୍ୟକତା ପୂରଣ
କ୍ୟାବିନେଟ ସମସ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି) ମାନଙ୍କ ଲାଗି ନିମ୍ନଲିଖିତକୁ ମଞ୍ଜୁରି ଦେଇଛନ୍ତି :
ଏସବୁ ସଂସ୍କାର ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ଲାଗୁ ହେବ ଏବଂ ଏହା ନମନୀୟତା ତଥା ନଗଦ ପ୍ରବାହକୁ ସହଜ କରି ଆଶ୍ବସ୍ତି ପ୍ରଦାନ କରିବ। ଏହାଦ୍ବାରା ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଦୂରସଞ୍ଚାର କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ କରିବା ଲାଗି ମଧ୍ୟ ଯଥେଷ୍ଟ ସହାୟତା ମିଳିପାରିବ।
*******
P.S.