ଦୂରସଂଚାର ଏବଂ ସୂଚନା ପ୍ରଯୁକ୍ତି ପୃଷ୍ଠଭୂମି ଥିବା ଦୂରସଂଚାର ବିଭାଗ (ଡିଓଟି) ଏବଂ ଅନ୍ୟ ମନ୍ତ୍ରଣାଳୟର ଗ୍ରୁପ-ଏ ଅଧିକାରୀମାନଙ୍କୁ ଟେଲିକମ୍ୟୁନିକେସନ୍ସ କନସଲଟାଂଟ୍ସ ଇଣ୍ଡିଆ ଲିଃ (ଟିସିଆଇଏଲ)କୁ ଡେପୁଟେସନରେ ପଠାଇବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ଟେଲିକମ୍ୟୁନିକେସନ କନସଲଟାଂଟ୍ସ ଇଣ୍ଡିଆ ଲିଃ (ଟିସିଆଇଏଲ)ରେ ଖାଲି ଥିବା ଏପରି ସଂଖ୍ୟାର ପଦବୀ ଡେପୁଟେସନ ଭିତିରେ ପୂରଣ କରିବା ଲାଗି ଅନୁମୋଦନ ଦେବା ନିମନ୍ତେ ଦୂରସଂଚାର ଏବଂ ସୂଚନା ପ୍ରଯୁକ୍ତି ପୃଷ୍ଠଭୂମି ଥିବା ଗ୍ରୁପ-ଏ ଅଧିକାରୀମାନଙ୍କୁ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ତରୀଣ ଅବଧି 1.10.2016 ଠାରୁ ଏହି ପ୍ରସ୍ତାବ ଅନୁମୋଦନ ଲାଭ (ପୂର୍ବ କ୍ୟାବିନେଟ ଅନୁମୋଦନ 30.09.2016 ପର୍ଯ୍ୟନ୍ତ ବୈଧ ଥିଲା) ପର୍ଯ୍ୟନ୍ତ ଏବଂ ଅନୁମୋଦନ ଲାଭ କରିବାର ତାରିଖ ଠାରୁ ଆହୁରି ତିନି ବର୍ଷ ପର୍ଯ୍ୟନ୍ତ ଡିପିଇ ଗାଇଡଲାଇନ ଅନୁଯାୟୀ, ଟିସିଆଇଏଲର ବୋର୍ଡସ୍ତର ଠାରୁ ନିମ୍ନରେ ଥିବା ମୋଟ ପଦବୀର ସର୍ବାଧିକ 10% ପୂରଣ ନିମନ୍ତେ ଏହି ନିଯୁକ୍ତି ଦିଆଯିବ । ଏହାକୁ ତତ୍କାଳୀନ ଅବଶୋଷଣ ନିୟମରୁ ଛାଡ଼ କରାଯିବ ।
ଭବିଷ୍ୟତରେ ଟିସିଆଇଏଲରେ ବୋର୍ଡସ୍ତର ଠାରୁ ନିମ୍ନରେ ଥିବା ପଦବୀ ପାଇଁ ଛାଡ଼ କରାଯିବାର ପ୍ରସଙ୍ଗକୁ ଅନୁମୋଦନ ଦେବା ନିମନ୍ତେ ଏହାକୁ ଡିପିଇ ଓଏମ ନଂ. 18(6)/2001-ଜିଏମ-ଜିଏଲ-77 ତା 28.12.2005 ଅନୁଯାୟୀ ବିବେଚନା କରାଯାଇପାରେ ଯାହାଦ୍ୱାରା ଭବିଷ୍ୟତରେ ଏଭଳି ପ୍ରସ୍ତାବ ଆଉ କ୍ୟାବିନେଟର ଅନୁମୋଦନ ଲାଗି ଆସିବ ନାହିଁ ।
ସୂଚନାଯୋଗ୍ୟ ଯେ ଟିସିଆଇଏଲ ଏକ ଆଇଏସଓ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଏହାକୁ ମିନିରତ୍ନ ବର୍ଗ-1ରେ ସାମିଲ କରାଯାଇଛି । ଦୂର ସଂଚାର ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଏହାର ସୁଦୃଢ଼ ଆଧାର ରହିଛି । ବିଶ୍ୱସ୍ତରୀୟ ପ୍ରଯୁକ୍ତି ଏବଂ ଭାରତୀୟ ଜ୍ଞାନକୌଶଳ ଯୋଗାଇ ଦେବା ଲାଗି 1978ରେ ଭାରତ ସରକାର ଏହାକୁ ପ୍ରତିଷ୍ଠା କରିଥିଲେ ।
**********