ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦୂରସଂଚାର କ୍ଷେତ୍ରରେ ନିବେଶ, ଏହି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ବ୍ୟବସାୟିକ ସୁଗମତା ବଢ଼ାଇବା ଲାଗି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସ୍ୱିକୃତୀ ପ୍ରଦାନ କରାଯାଇଛି ।
ବିବରଣୀ:
ବର୍ତ୍ତମାନ ଅନୁମତିପ୍ରାପ୍ତ 10ଟି କିସ୍ତି ବ୍ୟତୀତ ସର୍ବାଧିକ କିସ୍ତି (ସର୍ବାଧିକ 16ଟି କିସ୍ତି)ର ବିକଳ୍ପ ବାଛିବା ଲାଗି ପ୍ରଥମ ଥର ସୁଯୋଗ କରାଯିବ । ବୃଦ୍ଧି କରାଯାଇଥିବା କିସ୍ତିଗୁଡ଼ିକ ଏହି ସିଦ୍ଧାନ୍ତ ଉପରେ ଆଧାରିତ ଯେ ବକେୟା ପରିଶୋଧର ଶୁଦ୍ଧ ବର୍ତ୍ତମାନ ମୂଲ୍ୟ (ଏନପିବି) 2012 ଠାରୁ ସ୍ପେକ୍ଟ୍ରମ ନିଲାମୀ ଲାଗି ଆବେଦନ ଆହ୍ୱାନ କରିବା ନୋଟିସ ଅନୁଯାୟୀ ସଂରକ୍ଷିତ ଅଟେ । ମୋଟ ପ୍ରାପ୍ତ କରାଯାଇଥିବା ରାଶି 2034-35 ପର୍ଯ୍ୟନ୍ତ 74446.01 କୋଟି ଟଙ୍କାରୁ ଅଧିକ ହେବ
ଟ୍ରାଇ ଏବଂ ଦୂରସଂଚାର ଆୟୋଗଙ୍କ ସୁପାରିସ ଆଧାରରେ କ୍ୟାବିନେଟ ସ୍ପେକ୍ଟ୍ରମ ରଖିବାର ସର୍ବାଧିକ ସୀମାରେ ସଂଶୋଧନକୁ ମଧ୍ୟ ଅନୁମତି ଦେଇଛନ୍ତି, ଯାହା ନିମ୍ନରେ ଦିଆଗଲା:-
-ସମଗ୍ର ସ୍ପେକ୍ଟ୍ରମ ସୀମାର ବର୍ତ୍ତମାନ 25 ପ୍ରତିଶତ ଠାରୁ ସଂଶୋଧିତ କରାଯାଇ 35 ପ୍ରତିଶତ କରିଦିଆଯାଇଛି ।
-ବର୍ତ୍ତମାନ ଇଂଟ୍ରା-ବ୍ୟାଣ୍ଡ ସୀମା ସମାପ୍ତ କରିଦିଆଯାଇଛି । ଏହାର ପ୍ରତିବଦଳରେ ସବ-1 ଗିଗାହର୍ଟସ ବ୍ୟାଣ୍ଡ (700 ମେଗାହର୍ଟସ, 800 ମେଗାହର୍ଟସ ଏବଂ 900 ମେଗାହର୍ଟସ)ରେ ସମ୍ମିଳିତ ସ୍ପେକ୍ଟ୍ରମ ରଖିବା ଉପରେ 50 ପ୍ରତିଶତ ସୀମା ନିର୍ଦ୍ଧାରଣ କରାଯାଇଛି ।
-1 ଗିଗାହର୍ଟସ ବ୍ୟାଣ୍ଡ ଠାରୁ ଉପରେ ବ୍ୟକ୍ତିଗତ ଏବଂ ସମ୍ମିଳିତ ଭାବେ ସ୍ପେକ୍ଟ୍ରମ ରଖିବା ଲାଗି କୌଣସି ସୀମା ନିର୍ଦ୍ଧାରଣ କରାଯାଇନାହିଁ ।
-ବିଶ୍ୱ ରେଡିଓ ସଂଚାର ସମ୍ମିଳନୀ (ଡବ୍ଲୁଆରସି) 2019ର ଅନ୍ତିମ କାର୍ଯ୍ୟାନୁଷ୍ଠାନ ପରେ ସଂଶୋଧିତ ସ୍ପେକ୍ଟ୍ରମର ସର୍ବାଧିକ ସୀମାରେ ସଂଶୋଧନ କରାଯାଇପାରିବ ।
ପ୍ରଯୁକ୍ତି କ୍ଷେତ୍ରର ପ୍ରଗତି, ସ୍ପେକ୍ଟ୍ରମର ସକ୍ଷମ ଉପଯୋଗ, କ୍ଷେତ୍ରର ସୁଦୃଢ଼ତାରେ ସହାୟକ ଉପାୟକୁ ଧ୍ୟାନରେ ରଖି ସ୍ପେକ୍ଟ୍ରମ ରଖିବା ଲାଗି ବର୍ତ୍ତମାନର ସର୍ବାଧିକ ସୀମାରେ ସଂଶୋଧନ ଲାଗି ଟ୍ରାଇ ସୁପାରିସ କରିଥିଲା ।
ପ୍ରଭାବ :
ସ୍ଥଗିତ ପରିଶୋଧ ଦେୟତାର ନୂତନ ଢାଂଚା ପ୍ରଦାନ କରିବା ସହିତ ଦୂରସଂଚାର ସେବାପ୍ରଦାନକାରୀଙ୍କ ଲାଗି ନଗଦ ପ୍ରବାହ ବୃଦ୍ଧିପାଇବ ଏବଂ ସେମାନଙ୍କୁ କିଛି ଆଶ୍ୱସ୍ତି ମିଳିପାରିବ । ସ୍ପେକ୍ଟ୍ରମ ରଖିବାର ସର୍ବାଧିକ ସୀମାରେ ସଂଶୋଧନ ଦ୍ୱାରା ଦୂରସଂଚାର ଲାଇସେନ୍ସଧାରୀଙ୍କ ମଧ୍ୟରେ ସୁଦୃଢ଼ତା ଆସିବ ଏବଂ ଏହାଦ୍ୱାରା ଭବିଷ୍ୟତରେ ହେଉଥିବା ନିଲାମୀରେ ଭାଗିଦାରୀକୁ ପ୍ରୋତ୍ସାହନ ଦେବ ।