Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ଦି ବାର୍ଡ୍ସ ଅଫ୍ ବନ୍ନି ଗ୍ରାସଲେଣ୍ଡ” ପୁସ୍ତକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଆଜି “ଦି ବାର୍ଡ୍ସ ଅଫ୍ ବନ୍ନି ଗ୍ରାସଲେଣ୍ଡ” ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଗୁଜରାଟ ମରୁ ଜୈବମଣ୍ଡଳ ପ୍ରତିଷ୍ଠାନ (ଜିୟୁଆଇଡିଇ)ର ବୈଜ୍ଞାନିକମାନେ ପ୍ରଧାନମନ୍ତ୍ରୀଙ୍କୁ ଏହି ପୁସ୍ତକଟି ଉପହାର ଦେଇଛନ୍ତି ।

ଗୁଜରାଟର କଚ୍ଛ ଅଞ୍ଚଳରେ ବନ୍ନି ପ୍ରାନ୍ତରେ ଦେଖାଯାଉଥିବା 250ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ସମ୍ପର୍କରେ ବ୍ୟାପକ ଗବେଷଣାତ୍ମକ ତଥ୍ୟ ଏହି ପୁସ୍ତକରେ ସନ୍ନିବେଶିତ ହୋଇଛି ।

ଭୁଜ୍ ଠାରେ ଅବସ୍ଥିତ ଗୁଜରାଟ ମରୁ ଜୈବମଣ୍ଡଳ ପ୍ରତିଷ୍ଠାନ ଦ୍ୱାରା ଏହି ଉପାଦେୟ ପୁସ୍ତକଟିକୁ ସଙ୍କଳନ କରାଯାଇଛି । ପ୍ରତିଷ୍ଠାନର ବୈଜ୍ଞାନିକମାନେ ଗତ 15 ବର୍ଷରୁ ଅଧିକ କାଳ ଧରି କଚ୍ଛର ରନ୍ନ ଆର୍ଦ୍ରଭୂମି ଅଂଚଳରେ ଦୃଶ୍ୟମାନ ହେଉଥିବା ବୃକ୍ଷଲତା, ବିଭିନ୍ନ କିସମର ପକ୍ଷୀ ଓ ସାମୁଦ୍ରିକ ଜୈବ ସମ୍ପଦ ଉପରେ ଗବେଷଣା ଚଳାଇ ଆସିଛନ୍ତି ।