ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦିଲ୍ଲୀ ମେଟ୍ରୋ କରିଡରକୁ ଦିଲଶାଦ ଗାର୍ଡେନରୁ ଗାଜିଆବାଦ ନ୍ୟୁ ବସ ଆଡ୍ଡା ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି । ଏହି ସମ୍ପ୍ରସାରିତ ଲାଇନର ମୋଟ ଦୂରତା ହେବ 9.41 କିଲୋମିଟର । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଲାଗି 1,781.21 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ କେନ୍ଦ୍ରୀୟ ଅନୁଦାନ ଆକାରରେ ଉପରୋକ୍ତ ସମ୍ପ୍ରାସରଣ ଲାଗି 324.87 କୋଟି ଟଙ୍କା ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି ।
ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେବା ଦ୍ୱାରା ଜାତୀୟ ରାଜଧାନୀ କ୍ଷେତ୍ରରେ ଅତ୍ୟାବଶ୍ୟକ ଅତିରିକ୍ତ ପରିବହନ ଭିତ୍ତିଭୂମି ମିଳିପାରିବ ।
ଦିଲ୍ଲୀ ମେଟ୍ରୋ ରେଳ ନିଗମ ଲିଃ. (ଡିଏମଆରସି), ଭାରତର ସରକାରଙ୍କ ସ୍ୱତନ୍ତ୍ର ଉଦ୍ଦେଶ୍ୟ ବାହନ (ଏସପିଭି) ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ର ସରକାର (ଜିଏନସିଟିଡି) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
**********