Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ପ୍ରକଳ୍ପ ପ୍ରବର୍ତ୍ତନ ଟ୍ରଷ୍ଟର ବୈଧାନିକ ଅଧିକାରର ସଂପ୍ରସାରଣ ଏବଂ ଜାତୀୟ ଶିଳ୍ପ କରିଡର ବିକାଶ ଓ ପ୍ରବର୍ତ୍ତନ ଟ୍ରଷ୍ଟର ରିଡିଜାଇନିଂ ପ୍ରସ୍ତାବକୁ କ୍ୟାବିନେଟର ମୋହର


ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ପ୍ରକଳ୍ପ ପ୍ରବର୍ତ୍ତନ ଟ୍ରଷ୍ଟ (ଡିଏମଆଇସି-ପିଆଇଟିଏଫ)ର ବୈଧାନିକ ଅଧିକାରର ସଂପ୍ରସାରଣ ଏବଂ ଜାତୀୟ ଶିଳ୍ପ କରିଡର ବିକାଶ ଓ ପ୍ରବର୍ତ୍ତନ ଟ୍ରଷ୍ଟ(ଏନଆଇସିଡିଆଇଟି)କୁ ପୁନଃଡିଜାଇନିଂ କରି ଏକ ସମନ୍ୱିତ ଶିଳ୍ପ କରିଡର ଭାବେ ବିକଶିତ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ପୂର୍ବରୁ ମିଳିଥିବା ଆର୍ଥିକ ସହାୟତା ଏବଂ ଏହାପରେ ମଞ୍ଜୁର ହୋଇଥିବା ଅତିରିକ୍ତ ୧୫୮୪ କୋଟି ଟଙ୍କାକୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ ଅବଧି ମଧ୍ୟରେ ବ୍ୟୟ କରାଯାଇ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯିବ ।

ଏହି ପ୍ରକଳ୍ପ ପାଇଁ ପୂର୍ବରୁ ୧୮,୫୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଥିଲା । ଡିଏମଆଇସି-ପିଆଇଟିଏଫକୁ ମଞ୍ଜୁର କରାଯାଇଥିବା ଏବଂ ଏ ପର୍ଯ୍ୟନ୍ତ ବ୍ୟୟ ନହୋଇ ବଳକା ଥିବା ଅର୍ଥକୁ ଏନଆଇସିଡିଆଇଟି ପ୍ରକଳ୍ପରେ ବିନିଯୋଗ କରାଯିବ । ଅତିରିକ୍ତ ଚାରିଟି କରିଡର ପ୍ରକଳ୍ପ ବିକାଶ ଏବଂ ଏନଆଇସିଡିଆଇଟି ପ୍ରଶାସନିକ ବ୍ୟୟ ଯାହାକି ୩୦-୦୩-୨୦୨୨ ପର୍ଯ୍ୟନ୍ତ ଉଦ୍ଦିଷ୍ଟ – ସେଥିପାଇଁ ଅଧିକ ୧୫୪୮ କୋଟି ଟଙ୍କା ମଞ୍ଜୁର କରାଯିବ ।

ପାଞ୍ଚଟି ଶିଳ୍ପ କରିଡର ଏବେ ନିମ୍ନଲିଖିତ ରାଜ୍ୟମାନଙ୍କୁ ସଂପ୍ରସାରିତ ହୋଇଛି । ସେହି ରାଜ୍ୟମାନେ ହେଲେ – ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ସକାଶେ ଏନଆଇସିଡିଆଇଟି ସର୍ବୋଚ୍ଚ ସଂସ୍ଥା ହେବ ଏବଂ ତାହା ଡିଆଇପିପିର ପ୍ରଶାସନିକ ନିୟନ୍ତ୍ରଣରେ ରହିବ । ବିଭିନ୍ନ କରିଡର ବିକାଶ ପାଇଁ ଏହା ଭାରତ ସରକାରଙ୍କ ପାଣ୍ଠି ଏବଂ ବିଭିନ୍ନ ଆନୁଷ୍ଠାନିକ ପାଣ୍ଠିକୁ ଯୋଜନାବଦ୍ଧ ଭାବେ ବ୍ୟୟ କରିବାର ବ୍ୟବସ୍ଥା କରିବ ।
ନିଜର ଡିଏମଆଇସି କାର୍ଯ୍ୟ ସହ ଏନଆଇସିଡିଆଇଟିର ଏକ ଜ୍ଞାନ ସହଯୋଗୀ ଭାବେ ଡିଏମଆଇସିସିଡିସି କାର୍ଯ୍ୟ କରିବ ଏବଂ ଅନ୍ୟ ଶିଳ୍ପ କରିଡରଗୁଡିକର ଜ୍ଞାନ ସହଯୋଗୀମାନେ ବ୍ୟବସ୍ଥିତ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ।

ଏନଆଇସିଡିଆଇଟି ଏବଂ ଅନ୍ୟ ପ୍ରକଳ୍ପଗୁଡିକର କାର୍ଯ୍ୟ ପ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସକାଶେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବୋଚ୍ଚ ମନିଟରିଂ ଅଥରିଟି ଗଠନ କରାଯିବ । ଏଥିରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ଵରେ ଥିବା ମନ୍ତ୍ରୀ, ରେଳମନ୍ତ୍ରୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ, ଜାହାଜ ଚଳାଚଳ ମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ସଂପୃକ୍ତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ରହିବେ । ଏନଆଇସିଡିଆଇଟି ଗଠନ ହେବା ଦ୍ୱାରା ସାରା ଦେଶରେ ଶିଳ୍ପ କରିଡରର ବିକାଶ ଯୋଜନା ତଥା କାର୍ଯ୍ୟ ପ୍ରବର୍ତ୍ତନ ସାମଗ୍ରିକ ଭାବେ କରାଯାଇପାରିବ । ଏହା ଦେଶରେ ଉତ୍ପାଦନ ବୃଦ୍ଧି ସହ, ଉତ୍ପାଦନ ଓ ସେବା କ୍ଷେତ୍ରରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବ ତଥା ସେସବୁ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ବୃଦ୍ଧିରେ ସହାୟକ ହେବ ।

କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ପ୍ରଗତି ସୂଚନା

୧. ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର (ଡିଏମଆଇସି) – ଏହା ଦେଶର ପ୍ରଥମ ଶିଳ୍ପ କରିଡର । ୨୦୧୧ରେ ଏହା କ୍ୟାବିନେଟ ମଞ୍ଜୁରି ପାଇଥିଲା ଓ ପ୍ରକଳ୍ପ ପ୍ରବର୍ତ୍ତନ ପାଣ୍ଠି ଭାବେ ଏଥିପାଇଁ ୧୭,୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ଏଥିପାଇଁ ୧୦୦୦ କୋଟି ଟଙ୍କାର ଅତିରିକ୍ତ କର୍ପସ ପାଣ୍ଠି ପ୍ରକଳ୍ପ ବିକାଶ କାର୍ଯ୍ୟ ଲାଗି ପାଞ୍ଚବର୍ଷ ମଧ୍ୟରେ ଯୋଗାଯିବାର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ଏହା ସାତଟି ଶିଳ୍ପ ସହରରେ ପ୍ରବର୍ତ୍ତିତ ହେବ । ଡିଏମଆଇସିରେ ପ୍ରଥମ ପର୍ଯ୍ୟାୟରେ ଜାପାନ ସରକାର ୪.୫ ନିୟୁତ ଡଲାର ନିବେଶ କରିବେ ।

୨. ଚେନ୍ନାଇ-ବେଙ୍ଗାଲୁରୁ ଶିଳ୍ପ କରିଡର (ସିବିଆଇସି) – ପ୍ରାରମ୍ଭିକ ମାଷ୍ଟରପ୍ଲାନ ଅନୁସାରେ ତିନୋଟି ରୋଡ – ତୁମକୁର (କର୍ଣ୍ଣାଟକ), କ୍ରିଷ୍ଣପଟ୍ଟନମ (ଆନ୍ଧ୍ରପ୍ରଦେଶ) ଏବଂ ପୋନ୍ନେରୀ (ତାମିଲନାଡୁ) ଏଥିପାଇଁ ଚିହ୍ନିତ ହୋଇଛି ।

୩. ବେଙ୍ଗାଲୁରୁ-ମୁମ୍ବାଇ ଆର୍ଥିକ କରିଡର (ବିଏମଆଇସି) – କର୍ଣ୍ଣାଟକ ସରକାର ଧରୱାଡକୁ ଏହାର ବିକାଶ ପାଇଁ ଚିହ୍ନିତ କରିଛନ୍ତି । ମହାରାଷ୍ଟ୍ର ସରକାର ସାଙ୍ଗଲି ଅଥବା ସାଲେପୁର ଜିଲ୍ଲାକୁ ଏଭଳି ବିକାଶ ପାଇଁ ସ୍ଵୀକୃତି ଦେଇଛନ୍ତି ।

୪. ଅମୃତସର-କୋଲକାତା ଶିଳ୍ପ କରିଡର (ଏକେଆଇସି)- ରେଳବାଇ ପୂର୍ବାଂଚଳ ସମର୍ପିତ ମାଲ ପରିବହନ କରିଡର (ଇଡିଏଫସି)କୁ ଏହା ମୂଳ ଆଧାର ଭାବେ ବ୍ୟବହାର କରିବ । ଏଥିସହ ବର୍ତ୍ତମାନର ଜାତୀୟ ରାଜପଥକୁ ମଧ୍ୟ ବ୍ୟବହାର କରାଯିବ । ଏହାଦ୍ୱାରା ସାତଟି ରାଜ୍ୟ ଯଥା – ପଞ୍ଜାବ, ହରିଆନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏକ ସମନ୍ୱିତ ଉତ୍ପାଦନ କ୍ଲଷ୍ଟର (ଆଇଏମସି) ମୁଣ୍ଡ ଟେକିପାରିବ ।

୫. ଭାଇଜାକ-ଚେନ୍ନାଇ ଶିଳ୍ପ କରିଡର (ଭିସିଆଇସି) – ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁସାରେ ଇଷ୍ଟକୋଷ୍ଟ କରିଡରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାର ବିଭାଗ ଏବଂ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ସ୍ଥିର କରିଛନ୍ତି । ଏହାର ପ୍ରଥମ ପର୍ଯ୍ୟାୟ ଲାଗି ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଏ ଦିଗରେ ଚାରିଟି ରୋଡ ଯଥା, ବିଶାଖାପାଟଣା, ମଚ୍ଛଲିପଟ୍ଟନମ, ଜୋନାକୋଣ୍ଡା ଏବଂ ଶ୍ରୀକାଳହସ୍ତୀ-ୟେରପେଦୁକୁ ଏଡିବି ଦ୍ୱାରା ଚିହ୍ନଟ କରାଯାଇଛି । ୨୦୧୭ ମାର୍ଚ୍ଚ ସୁଦ୍ଧା ଏହାର କନସେପଚୁଆଲ ଡେଭଲପମେଂଟ ପ୍ଲାନ (ସିଡିପି) ସମ୍ପୂର୍ଣ୍ଣ ହେବ ।

*****