ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଦ୍ୱାରକା ଠାରେ ରାମଲୀଳା ଦେଖିଥିଲେ ଏବଂ ରାବଣ ଦହନ ଦେଖିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜୟା ଦଶମୀ ହେଉଛି ଅନ୍ୟାୟ ଉପରେ ନ୍ୟାୟ, ଅହଂକାର ଉପରେ ନମ୍ରତା ଏବଂ କ୍ରୋଧ ଉପରେ ଧୈର୍ଯ୍ୟର ବିଜୟର ପର୍ବ । ଏହା ମଧ୍ୟ ପ୍ରତିଶ୍ରୁତି ନବୀକରଣର ଦିନ ବୋଲି ସେ କହିଛନ୍ତି ।
ଚନ୍ଦ୍ରଯାନ ଅବତରଣର ଠିକ୍ ଦୁଇ ମାସ ପରେ ଏଥର ଆମେ ବିଜୟା ଦଶମୀ ପାଳନ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ଦିନରେ ଅସ୍ତ୍ରଶସ୍ତ୍ର ପୂଜନ କରିବାର ପରମ୍ପରା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତରେ ଅସ୍ତ୍ରଶସ୍ତ୍ରକୁ ଅନ୍ୟକୁ କବଜା କରିବା ପାଇଁ ନୁହେଁ , ବରଂ ପ୍ରତିରକ୍ଷା ପାଇଁ ବ୍ୟବହାର କରାଯାଏ । ସେ କହିଥିଲେ ଯେ ଶକ୍ତି ପୂଜାର ଅର୍ଥ ସମଗ୍ର ସୃଷ୍ଟିର ସୁଖ, କଲ୍ୟାଣ, ବିଜୟ ଏବଂ ଗୌରବ କାମନା କରିବା । ସେ ଭାରତୀୟ ଦର୍ଶନର ଚିରନ୍ତନ ଓ ଆଧୁନିକ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ରାମଙ୍କ ମର୍ଯ୍ୟାଦା (ସୀମା) କୁ ଜାଣୁ ଏବଂ ଆମ ସୀମାକୁ କିପରି ରକ୍ଷା କରାଯିବ ତାହା ମଧ୍ୟ ଜାଣିଛୁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ରାମଙ୍କ ଜନ୍ମସ୍ଥାନରେ ନିର୍ମାଣ ହେଉଥିବା ମନ୍ଦିର ଶହ ଶହ ବର୍ଷର ଅପେକ୍ଷା ପରେ ଆମେ ଭାରତୀୟଙ୍କ ଧୈର୍ଯ୍ୟର ବିଜୟର ପ୍ରତୀକ । ସେ କହିଛନ୍ତି ଯେ ଆଗାମୀ ରାମ ନବମୀରେ ସେହି ମନ୍ଦିରରେ ପୂଜାର୍ଚ୍ଚନା କଲେ ସମଗ୍ର ବିଶ୍ୱରେ ଖୁସି ବ୍ୟାପିବ । ଭଗବାନ ଶ୍ରୀରାମଙ୍କ ଆଗମନ ନିଶ୍ଚିତ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ, “ଭଗବାନ ଶ୍ରୀରାମ ବସ୍ ଆନେ ହି ୱାଲେ ହେଁ” ।
ରାମଚରିତ ମାନସରେ ବର୍ଣ୍ଣିତ ଆଗମନର ସଙ୍କେତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସେହିଭଳି ସମାନ ସଙ୍କେତ ପରିଦୃଶ୍ୟ ହେଉଛି ବୋଲି କହିଥିଲେ , ଯେପରିକି ଭାରତର ଅର୍ଥନୀତି ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା, ଚନ୍ଦ୍ରରେ ଅବତରଣ କରିବା, ନୂତନ ସଂସଦ ଭବନ ପ୍ରତିଷ୍ଠା, ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ଉଲ୍ଲେଖ କରିଥିଲେ । ” ଭାରତ ଆଜି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ତଥା ସବୁଠାରୁ ଭରସାଯୋଗ୍ୟ ଗଣତନ୍ତ୍ର ଭାବରେ ଉଭା ହୋଇଛି ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଭଗବାନ ରାମ ଏଭଳି ଶୁଭ ସଙ୍କେତ ଦେଇ ଆସୁଥିବା ବେଳେ ସ୍ୱାଧୀନତାର ୭୫ ବର୍ଷ ପରେ ଏବେ ଭାରତର ଭାଗ୍ୟ ବୃଦ୍ଧି ପାଇବାକୁ ଯାଉଛି ।
ସେ ସମାଜର ସୌହାର୍ଦ୍ଦ୍ୟକୁ ଖରାପ କରୁଥିବା ବିକୃତ ମାନସିକତା, ଜାତିବାଦ ଓ ଆଞ୍ଚଳିକତାବାଦ ଓ ଭାରତର ବିକାଶ ପରିବର୍ତ୍ତେ ସ୍ୱାର୍ଥପରତା ବିଷୟରେ ଚିନ୍ତା କରୁଥିବା ଶକ୍ତି ବିରୋଧରେ ସତର୍କ ରହିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସମାଜରେ ଥିବା କୁସଂସ୍କାର ଓ ଭେଦଭାବକୁ ଦୂର କରିବା ପାଇଁ ଆମେ ଶପଥ ନେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭାରତ ପାଇଁ ଆଗାମୀ ୨୫ ବର୍ଷର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ଆମକୁ ଭଗବାନ ରାମଙ୍କ ଚିନ୍ତାଧାରାର ଭାରତ ଗଠନ କରିବାକୁ ପଡ଼ିବ । ଏକ ବିକଶିତ ଭାରତ, ଯାହା ଆତ୍ମନିର୍ଭରଶୀଳ, ଏକ ବିକଶିତ ଭାରତ ଯାହା ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଥାଏ, ଏକ ବିକଶିତ ଭାରତ, ଯେଉଁଠାରେ ସମସ୍ତଙ୍କର ନିଜ ସ୍ୱପ୍ନ ପୂରଣ କରିବାର ସମାନ ଅଧିକାର ଅଛି, ଏକ ବିକଶିତ ଭାରତ, ଯେଉଁଠାରେ ଲୋକମାନେ ସମୃଦ୍ଧି ଏବଂ ସନ୍ତୋଷର ଭାବନା ଅନୁଭବ କରନ୍ତି । ଏହା ହେଉଛି ରାମରାଜ୍ୟର ଦର୍ଶନ” ବୋଲି ସେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ, ଜଳ ସଂରକ୍ଷଣ, ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା, ସ୍ୱଚ୍ଛତା, ସ୍ଥାନୀୟ ପାଇଁ ସ୍ୱର ଉତ୍ତୋଳନ, ଗୁଣାତ୍ମକ ଉତ୍ପାଦ ତିଆରି କରିବା, ବିଦେଶ ବିଷୟରେ ଚିନ୍ତା କରିବା ପୂର୍ବରୁ ଦେଶକୁ ଦେଖିବା, ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା, ବାଜରା, ଫିଟନେସ୍କୁ ପ୍ରୋତ୍ସାହିତ କରିବା ଏବଂ ଗ୍ରହଣ କରିବା, ପରିଶେଷରେ “ଆମେ ଅତି କମ୍ରେ ଗୋଟିଏ ଗରିବ ପରିବାରର ସାମାଜିକ ସ୍ଥିତିକୁ ସେମାନଙ୍କ ପରିବାରର ସଦସ୍ୟ ହୋଇ ଉନ୍ନତ କରିବା’ ଭଳି ୧୦ ଟି ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଯେପର୍ଯ୍ୟନ୍ତ ଦେଶରେ ଏମିତି ଜଣେ ବି ଗରିବ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ମୌଳିକ ସୁବିଧା ନାହିଁ, ଘର ନାହିଁ, ବିଜୁଳି, ଗ୍ୟାସ, ପାଣି ନାହିଁ, ଚିକିତ୍ସା ସୁବିଧା ନାହିଁ, ଆମେ ବିଶ୍ରାମ ନେବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।
***
SSP
Greetings on Vijaya Dashami! Speaking at a programme in Delhi. https://t.co/d7PSTPswL0
— Narendra Modi (@narendramodi) October 24, 2023
मैं समस्त भारतवासियों को शक्ति उपासना पर्व नवरात्र और विजय पर्व विजयादशमी की अनेक शुभकामनाएं देता हूं: PM @narendramodi pic.twitter.com/I0cts5TrZB
— PMO India (@PMOIndia) October 24, 2023
भारत की धरती पर शस्त्रों की पूजा किसी भूमि पर आधिपत्य नहीं, बल्कि उसकी रक्षा के लिए की जाती है: PM @narendramodi pic.twitter.com/iCeS1Rkwao
— PMO India (@PMOIndia) October 24, 2023
भगवान राम की जन्मभूमि पर बन रहा मंदिर सदियों की प्रतीक्षा के बाद हम भारतीयों के धैर्य को मिली विजय का प्रतीक है: PM @narendramodi pic.twitter.com/8z4VfySRX2
— PMO India (@PMOIndia) October 24, 2023
भारत आज विश्व की सबसे बड़ी democracy के साथ, सबसे विश्वस्त democracy के रूप में उभर रहा है: PM @narendramodi pic.twitter.com/oaQxN5wLTp
— PMO India (@PMOIndia) October 24, 2023
हमें समाज में बुराइयों के, भेदभाव के अंत का संकल्प लेना चाहिए: PM @narendramodi pic.twitter.com/1vcHZqbc8M
— PMO India (@PMOIndia) October 24, 2023
भारतवर्ष में शक्ति पूजा पूरी सृष्टि के सौभाग्य, आरोग्य, सुख, विजय और यश के लिए की जाती है। यही हमारी परंपरा और विरासत है। pic.twitter.com/Gs5JTndOMS
— Narendra Modi (@narendramodi) October 24, 2023
अयोध्या के राम मंदिर में भगवान श्री राम बस आने ही वाले हैं। यह पावन अवसर पूरे विश्व को हर्षित करने वाला होगा। pic.twitter.com/6p8Un81En7
— Narendra Modi (@narendramodi) October 24, 2023
विजयादशमी पर देशभर के अपने परिवारजनों से इन 10 संकल्पों के लिए मेरा आग्रह… pic.twitter.com/yQ18GnTAnS
— Narendra Modi (@narendramodi) October 24, 2023
विजयादशमी… बुराई पर अच्छाई की जीत का महापर्व। pic.twitter.com/n8bo22FErv
— Narendra Modi (@narendramodi) October 24, 2023