ଦିଲ୍ଲୀରେ ସାତଟି ଜିପିଆରଏସ କଲୋନୀର ପୁନଃବିକାଶ ଘଟାଇବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର (05.07.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ଜେନେରାଲ ପୁଲ୍ ଆବାସିକ କଲୋନୀ (ଜିପିଆରଏ) ସରୋଜିନୀ ନଗର, ନେତାଜୀ ନଗର ଏବଂ ନାରୋଜୀ ନଗରଠାରେ ଜାତୀୟ କୋଠାବାଡି ନିର୍ମାଣ ନିଗମ ଲିମିଟେଡ ଦ୍ୱାରା ଏବଂ କସ୍ତୁରବା ନଗର, ତ୍ୟାଗରାଜନଗର, ଶ୍ରୀନିବାସପୁରୀ ଓ ମହମ୍ମଦପୁର ଠାରେ କେନ୍ଦ୍ରୀୟ ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣ କରାଯିବ । ଏହି ସବୁ ସ୍ଥାନରେ ଏବେ ଥିବା ମୋଟ 12,970 ଟି ଟାଇପ୍-1 ଏବଂ ଟାଇପ-4 ବାସଗୃହ ବଦଳରେ ସେଠାରେ 25,667 ଟି ବାସଗୃହର ବିକାଶ ଘଟାଯିବ । ଏଥିସହ ସେହିସବୁ ସ୍ଥାନମାନଙ୍କରେ ସବୁ ପ୍ରକାର ସହାୟକ ସାମାଜିକ ସୁବିଧା ସୁଯୋଗ ୟୁନିଟ୍ ମଧ୍ୟ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ନେତାଜୀନଗର ଅଞ୍ଚଳର 2.42 ଲକ୍ଷ ବର୍ଗ ମିଟର ପରିମିତ ଜାଗାରେ ସରକାରୀ ବାସଗୃହ ନିର୍ମାଣ କରାଯିବ । ସମଗ୍ର ପ୍ରକଳ୍ପ ପାଇଁ ସରକାର ମୋଟ 32,835 କୋଟି ଟଙ୍କା ବ୍ୟୟବରାଦ କରିବେ ଯେଉଁଥିରେ ଏହାର 30 ବର୍ଷର ପରିଚାଳନା ଏବଂ କାର୍ଯ୍ୟାନ୍ୱୟନ ଖର୍ଚ୍ଚ ସାମିଲ । ବ୍ୟୟବହନ ଭିତ୍ତିରେ ନାରୋଜୀନଗର ଓ ସରୋଜିନୀ ନଗର ବ୍ୟବସାୟିକ ବିୟୁଏକୁ ବିକ୍ରି କରାଯାଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।