Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦକ୍ଷିଣ ଅଫ୍ରିକାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ସିରିଲ୍ ରାମଫୋସାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ପୁନଃନିର୍ବାଚିତ ହୋଇଥିବାରୁ ସିରିଲ୍ ରାମଫୋସାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିବା ପାଇଁ ରାଷ୍ଟ୍ରପତି ରାମଫୋସାଙ୍କ ସହ କାମ କରିବାକୁ ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି;

“ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ଆପଣଙ୍କର ପୁନଃନିର୍ବାଚନ ପାଇଁ ସିରିଲ୍ ରାମଫୋସା, ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମୁଁ ଭାରତ-ଦକ୍ଷିଣ ଆଫ୍ରିକା ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ପାଇଁ ଆପଣଙ୍କ ସହ କାମ କରିବାକୁ ଉତ୍ସାହିତ ଅଛି ।”

    SR