ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ନାମିବିୟା ମଧ୍ୟରେ ପ୍ରଶାସନିକ ତାଲିମ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ମିଳିଛି । ଭାରତର ମସୌରୀସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀ (LBSNAA) ଏବଂ ନାମିବିୟା ଜନପ୍ରଶାସନ ଓ ପରିଚାଳନା ପ୍ରତିଷ୍ଠାନ (NIPAM) ନାମିବିୟା ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ନାମିବିୟାର ଜନପ୍ରଶାସନିକ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଲାଗି ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ଯାହାକି ଉଭୟ ରାଷ୍ଟ୍ରର ହିତ ଲାଗି ଉଦ୍ଦିଷ୍ଟ । LBSNAA ନିଜର ଅନୁଭୂତି ଓ ଅଭିଜ୍ଞତାକୁ NIPAM ସହ ବାଣ୍ଟିବା ସଙ୍ଗେ ସଙ୍ଗେ ସେ ଦେଶର ଉଚ୍ଚ ପଦପଦବୀରେ ଅବସ୍ଥାପିତ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିବ ।