Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଥାଇଲାଣ୍ଡର ରାଜା ଓ ରାଣୀଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକର ଦୁସିତ ପ୍ୟାଲେସରେ ଥାଇଲାଣ୍ଡର ରାଜା ମହା ୱଜିରାଲଙ୍ଗକର୍ଣ୍ଣ ଫ୍ରା ୱାଜିରାକଲାଓଚାଓୟୁହୁଆ ଏବଂ ରାଣୀ ସୁଥିଦା ବଜ୍ରସୁଧାବିମଲାଲକ୍ଷଣାଙ୍କ ସହିତ ଏକ ରାଜକୀୟ ସାକ୍ଷାତ କରିଥିଲେ

ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଭାଗିଦାରୀ ସାଂସ୍କୃତିକ ଐତିହ୍ୟ ଉପରେ ସେମାନେ ମତ ବିନିମୟ କରିଥିଲେ ଏହି ପରିପ୍ରେକ୍ଷୀରେ, ସେମାନେ ଗତ ବର୍ଷ ଭାରତରୁ ଥାଇଲାଣ୍ଡକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ଅବଶେଷ ଏବଂ ଦୁଇ ଦେଶ ମଧ୍ୟରେ ଲୋକ ସମ୍ପର୍କକୁ ଆହୁରି ମଜବୁତ କରିବାରେ ଏହି ପଦକ୍ଷେପର ସକରାତ୍ମକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ଏହାଛଡା ସେମାନେ ଭାରତ ଥାଇଲାଣ୍ଡ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉପାୟଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲେ

 

SR