ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ରାମଗୁଣ୍ଡମରେ ୯୫୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ରାମଗୁଣ୍ଡମ୍ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ୍ (ଆରଏଫ୍ସିଏଲ୍) କାରଖାନା ପରିଦର୍ଶନ କରିଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏବଂ ଯେଉଁଥି ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ତାହା ଉଭୟ କୃଷକ ଏବଂ କୃଷି କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ମୁକାବିଲା କରୁଛି ଏବଂ ଯୁଦ୍ଧ ଏବଂ ସାମରିକ କାର୍ଯ୍ୟକଳାପର ପରିସ୍ଥିତି ପ୍ରଭାବିତ ହେଉଛି । କିନ୍ତୁ ଏସବୁ ମଧ୍ୟରେ, ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ଯେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଆଗକୁ ବଢୁଛି । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ୯୦ ଦଶକରୁ ୩୦ ବର୍ଷରେ ଯେତିକି ଅଭିବୃଦ୍ଧି ହୋଇଛି ଆସନ୍ତା କିଛି ବର୍ଷ ମଧ୍ୟରେ ସମାନ ଅଭିବୃଦ୍ଧି ହେବ । ଏହାର ମୁଖ୍ୟ କାରଣ ହେଉଛି ଗତ ୮ ବର୍ଷ ମଧ୍ୟରେ ଦେଶରେ ଘଟିଥିବା ପରିବର୍ତ୍ତନ । ଗତ ୮ ବର୍ଷ ମଧ୍ୟରେ ଭାରତ କାର୍ଯ୍ୟ କରିବା କ୍ଷେତ୍ରରେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି । ଏହି ୮ ବର୍ଷରେ ଚିନ୍ତା କରିବା ସହିତ ଶାସନର ଆଭିମୁଖ୍ୟ ମଧ୍ୟ ଏକ ପରିବର୍ତ୍ତନ ଆଣିଛି ବୋଲି ସେ କହିଛନ୍ତି । ଭିତ୍ତିଭୂମି, ସରକାରୀ ପ୍ରକ୍ରିୟା, ବ୍ୟବସାୟ କରିବାର ସହଜତା ଏବଂ ପରିବର୍ତ୍ତନଗୁଡ଼ିକରେ ଏହା ଦେଖିବାକୁ ମିଳେ ଯାହା ଭାରତର ଆକାଂକ୍ଷୀ ସମାଜ ଦ୍ୱାରା ଅନୁପ୍ରାଣିତ ହେଉଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଏକ ନୂତନ ଭାରତ ଆତ୍ମବିଶ୍ୱାସ ଏବଂ ବିକାଶର ଆକାଂକ୍ଷା ସହିତ ବିଶ୍ୱରେ ନିଜକୁ ଉପସ୍ଥାପନ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ହେଉଛି ଏକ ନିରନ୍ତର ମିଶନ ଯାହା ଦେଶରେ ବର୍ଷକୁ ୩୬୫ ଦିନ ଚାଲୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଏକ ପ୍ରକଳ୍ପ ଉତ୍ସର୍ଗୀକୃତ ହୁଏ, ସେତେବେଳେ ଏକକାଳୀନ ନୂତନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୁଏ । ପ୍ରଧାନମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଯେଉଁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ରାମଗୁଣ୍ଡମ୍ ପ୍ରକଳ୍ପ ତାହାର ଏକ ସ୍ପଷ୍ଟ ଉଦାହରଣ । ପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରାଯାଉଛି । ରାମଗୁଣ୍ଡମ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ୭ ଅଗଷ୍ଟ ୨୦୧୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରି ଆଗକୁ ବଢିପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଲକ୍ଷ୍ୟ ଉଚ୍ଚାଭିଳାଷୀ ହୁଏ, ସେତେବେଳେ ଆମକୁ ନୂତନ ପଦ୍ଧତି ଆଣିବାକୁ ଏବଂ ନୂତନ ସୁବିଧା ସୃଷ୍ଟି କରିବାକୁ ପଡ଼ିବ । ଶ୍ରୀ ମୋଦୀ କହିଛନ୍ତି ଯେ ସାର କ୍ଷେତ୍ର ହେଉଛି କେନ୍ଦ୍ର ସରକାରଙ୍କ ସଚ୍ଚୋଟ ଉଦ୍ୟମର ପ୍ରମାଣ । ସାରର ଚାହିଦା ପୂରଣ କରିବା ପାଇଁ ଭାରତ ବିଦେଶ ଉପରେ ର୍ନିଭର କରୁଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାମଗୁଣ୍ଡମ କାରଖାନା ସମେତ ପୂର୍ବରୁ ସ୍ଥାପିତ ହୋଇଥିବା ଅନେକ ସାର କାରଖାନା ପୁରୁଣା ପ୍ରଯୁକ୍ତିବିଦ୍ୟା ଯୋଗୁଁ ବନ୍ଦ ହେବାକୁ ବାଧ୍ୟ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତ୍ୟଧିକ ହାରରେ ଆମଦାନୀ ହେଉଥିବା ୟୁରିଆ ଚାଷୀଙ୍କ ନିକଟରେ ପହଞ୍ଚିବା ପରିବର୍ତ୍ତେ ଅନ୍ୟ ଉଦ୍ଦେଶ୍ୟରେ କଳା ବଜାରରେ ବିକ୍ରି ହେଉଥିଲା ।
ସାର ଉପଲବ୍ଧତା ଉନ୍ନତି ପାଇଁ ପଦକ୍ଷେପ
ୟୁରିଆର ୧୦୦% ନିମ୍ବ ଆବରଣ
ବନ୍ଦ ଥିବା ୫ ଟି ବଡ କାରଖାନା ଖୋଲିବା ଦ୍ୱାରା ୬୦ ଲକ୍ଷ ଟନରୁ ଅଧିକ ୟୁରିଆ ଉତ୍ପାଦନ ହେବ
ନାନୋ ୟୁରିଆ ଯୋଗାଣ
ଏକକ ପାନ-ଇଣ୍ଡିଆ ବ୍ରାଣ୍ଡ “ଭାରତ ବ୍ରାଣ୍ଡ”
ସାରକୁ ସୁଲଭ କରିବା ପାଇଁ ୮ ବର୍ଷରେ ୯.୫ ଲକ୍ଷ କୋଟି ଖର୍ଚ୍ଚ ହୋଇଛି
ଏହି ବର୍ଷ ୨.୫ ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଛି
ୟୁରିଆ ବ୍ୟାଗର ଆନ୍ତର୍ଜାତୀୟ ମୂଲ୍ୟ ୨୦୦୦ ଟଙ୍କା, କୃଷକମାନେ ଦେଉଛନ୍ତି ୨୭୦ ଟଙ୍କା
ପ୍ରତ୍ୟେକ ଡିଏପି ସାର ବ୍ୟାଗ ୨୫୦୦ ସବସିଡି ପାଇଥାଏ
ସାର ବ୍ୟବହାର ସୂଚନା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ
ପିଏମ କିଷାନ ସମ୍ମାନ ନିଧି ଅଧୀନରେ ୨.୨୫ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି
୨୦୧୪ ପରେ, କେନ୍ଦ୍ର ସରକାର ଗ୍ରହଣ କରିଥିବା ପ୍ରଥମ ପଦକ୍ଷେପ ମଧ୍ୟରୁ ୧୦୦% ୟୁରିଆର ନିମ୍ବ ଆବରଣ ସୁନିଶ୍ଚିତ କରିବା ଏବଂ କଳାବଜାରୀ ବନ୍ଦ କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଅଭିଯାନ କୃଷକମାନଙ୍କ ମଧ୍ୟରେ ସେମାନଙ୍କ କ୍ଷେତର ସର୍ବୋତ୍ତମ ଆବଶ୍ୟକତା ବିଷୟରେ ଜ୍ଞାନ ସୁନିଶ୍ଚିତ କରିଛି । ବର୍ଷ ବର୍ଷ ଧରି ବନ୍ଦ ହୋଇ ରହିଥିବା ପାଞ୍ଚଟି ବଡ ସାର କାରଖାନା ପୁନଃ ଆରମ୍ଭ କରାଯାଉଛି । ଉତ୍ତରପ୍ରଦେଶର ଗୋରଖପୁର କାରଖାନା ଉତ୍ପାଦନ ଆରମ୍ଭ କରିଛି ଏବଂ ରାମଗୁଣ୍ଡମ୍ କାରଖାନା ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି । ଯେତେବେଳେ ଏହି ପାଞ୍ଚଟି କାରଖାନା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ସେତେବେଳେ ଦେଶ ୬୦ ଲକ୍ଷ ଟନ୍ ୟୁରିଆ ପାଇବ ଯାହା ଆମଦାନୀରେ ବିପୁଳ ସଞ୍ଚୟ କରିବ ଏବଂ ୟୁରିଆ ଉପଲବ୍ଧ ହେବ । ସେ କହିଛନ୍ତି ଯେ ରାମଗୁଣ୍ଡମ୍ ସାର କାରଖାନା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ ଏବଂ ମହାରାଷ୍ଟ୍ରର ଚାଷୀଙ୍କୁ ସେବା କରିବ । ଏହି କାରଖାନାର ଆଖପାଖ ଅଞ୍ଚଳର ଅର୍ଥନୀତିକୁ ଉତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ଲଜିଷ୍ଟିକ୍ ସମ୍ବନ୍ଧୀୟ ବ୍ୟବସାୟକୁ ଆଗକୁ ବଢାଇବ । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ବିନିଯୋଗ ହୋଇଥିବା ୬୦୦୦ କୋଟି ଟଙ୍କା ତେଲେଙ୍ଗାନାର ଯୁବକମାନଙ୍କୁ ଅନେକ ହଜାର ଟଙ୍କା ଲାଭ ଦେବ । ପ୍ରଧାନମନ୍ତ୍ରୀ ସାର କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ବିଷୟରେ ମଧ୍ୟ କହିଛନ୍ତି ଏବଂ ନାନୋ ୟୁରିଆ ଏହି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ । ମହାମାରୀ ଏବଂ ଯୁଦ୍ଧ କାରଣରୁ ସାରର ଆର୍ନ୍ତଜାତୀୟ ମୂଲ୍ୟ ବୃଦ୍ଧି କିପରି ଚାଷୀଙ୍କ ଉପରେ ପଡି ନାହିଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ୨୦୦୦ ଟଙ୍କାର ୟୁରିଆ ବ୍ୟାଗ ଚାଷୀଙ୍କ ପାଇଁ ୨୭୦ ଟଙ୍କାରେ ଉପଲବ୍ଧ । ସେହିଭଳି ଆନ୍ତର୍ଜାତୀୟ ବଜାରରେ ୪୦୦୦ ଟଙ୍କା ମୂଲ୍ୟର ଡିଏପିର ଏକ ବ୍ୟାଗ ଉପରେ ୨୫୦୦ ଟଙ୍କାର ସବସିଡି ଦିଆଯାଉଛି ।
ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି ଯାହା ଦ୍ୱାରା କୃଷକମାନେ ସାର ପାଇଁ ଖର୍ଚ୍ଚ ବୋଝ ବହନ କରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର କୃଷକଙ୍କ ପାଇଁ ଶସ୍ତା ସାର ଉପଲବ୍ଧ କରିବା ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨.୨୫ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ପ୍ରଧାନମନ୍ତ୍ରୀ ବଜାରରେ ଉପଲବ୍ଧ ଅନେକ ବ୍ରାଣ୍ଡର ସାର ଉପରେ ଆଲୋକପାତ କରିଥିଲେ ଯାହା ଦଶନ୍ଧି ଧରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ୟୁରିଆରେ ବର୍ତ୍ତମାନ ଭାରତରେ କେବଳ ଗୋଟିଏ ବ୍ରାଣ୍ଡ ରହିବ ଏବଂ ଏହାକୁ ଭାରତ ବ୍ରାଣ୍ଡ କୁହାଯିବ । ଏହାର ଗୁଣବତ୍ତା ଏବଂ ମୂଲ୍ୟ ପୂର୍ବରୁ ସ୍ଥିର ହୋଇଛି ବୋଲି ସେ କହିଛନ୍ତି । ବିଶେଷକରି କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର କିପରି ଏହି କ୍ଷେତ୍ରକୁ ସଂସ୍କାର କରୁଛନ୍ତି ଏହାର ଏକ ସ୍ପଷ୍ଟ ଉଦାହରଣ ।
ଯୋଗାଯୋଗ ଭିତ୍ତିଭୂମିର ଆହ୍ୱାନ ଉପରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି । ପ୍ରତ୍ୟେକ ରାଜ୍ୟକୁ ଆଧୁନିକ ରାଜପଥ, ବିମାନବନ୍ଦର, ଜଳପଥ, ରେଳପଥ ଏବଂ ଇଣ୍ଟରନେଟ୍ ଯୋଗାଇ ସରକାର ଏହି ଆହ୍ୱାନର ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନରୁ ଏହା ନୂତନ ଶକ୍ତି ପ୍ରାପ୍ତ କରୁଛି । ସମନ୍ୱୟ ଏବଂ ସୂଚନା କାର୍ଯ୍ୟଶୈଳୀ ଦୀର୍ଘ ସମୟ ଧରି ପ୍ରକଳ୍ପର ଝୁଲାଇ ରଖିବାର ସମ୍ଭାବନାକୁ ଦୂର କରୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲା ଏବଂ ଖମାମକୁ ସଂଯୋଗ କରୁଥିବା ରେଳ ଲାଇନ ୪ ବର୍ଷରେ ପ୍ରସ୍ତୁତ ହୋଇ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ସେହିଭଳି, ଯେଉଁ ତିନୋଟି ରାଜପଥ ଉପରେ ଆଜି କାର୍ଯ୍ୟ ଆରମ୍ଭ ହୋଇଛି, ତାହା ଶିଳ୍ପାଞ୍ଚଳ, ଆଖୁ ଏବଂ ହଳଦୀ ଚାଷୀଙ୍କୁ ଉପକୃତ କରିବ ।
ଦେଶରେ ବିକାଶ କାର୍ଯ୍ୟ ଗତି କଲାବେଳେ ଉଠୁଥିବା ଗୁଜବକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ଲୋକ ରାଜନୈତିକ ଲାଭ ପାଇଁ ବାଧା ସୃଷ୍ଟି କରୁଛନ୍ତି । ସେ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ତେଲେଙ୍ଗାନାରେ ‘ସିଙ୍ଗାରେନି କୋଲିୟେରିଜ୍ କମ୍ପାନୀ ଲିମିଟେଡ୍-ଏସସିସିଏଲ’ ଏବଂ ବିଭିନ୍ନ କୋଇଲା ଖଣି ସମ୍ପର୍କରେ ଗୁଜବ ପ୍ରଚାରିତ ହେଉଛି । ତେଲେଙ୍ଗାନା ସରକାର ଏସ୍ସିସିଏଲ୍ ରେ ୫୧% ଅଂଶଧନ ଥିବାବେଳେ କେନ୍ଦ୍ର ସରକାର ୪୯% ଅଂଶଧନ ପାଇଛନ୍ତି । କେନ୍ଦ୍ର ସରକାର ନିଜସ୍ୱ ସ୍ତରରେ ଏସସିସିଏଲର ଘରୋଇକରଣ ସହ ଜଡିତ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏବଂ ଦୋହରାଇଛନ୍ତି ଯେ ଏସସିସିଏଲ୍ ର ଘରୋଇକରଣ ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କର ବିଚାରାଧିନ ନାହିଁ ।
କୋଇଲା ଖଣି ସମ୍ପର୍କରେ ଦେଶରେ ହଜାର ହଜାର କୋଟି ଟଙ୍କାର ଅନେକ ଦୁର୍ନୀତିକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଦେଶ ତଥା ଶ୍ରମିକ, ଗରିବ ଏବଂ ଏହି ଖଣିଗୁଡିକ ଯେଉଁ ଅଞ୍ଚଳରେ ଅବସ୍ଥିତ ସେଥିରେ ବହୁ କ୍ଷତି ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ କୋଇଲା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କୋଇଲା ଖଣି ନିଲାମ କରାଯାଉଛି । ଖଣିଜ ପଦାର୍ଥ ଉତ୍ତୋଳନ ହେଉଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁବିଧା ଦେବା ପାଇଁ ଆମ ସରକାର ଡିଏମ୍ଏଫ୍ ଅର୍ଥାତ ଜିଲ୍ଲା ଖଣିଜ ପାଣ୍ଠି ମଧ୍ୟ ସୃଷ୍ଟି କରିଛନ୍ତି । ଏହି ପାଣ୍ଠି ଅଧୀନରେ ଥିବା ରାଜ୍ୟକୁ ହଜାର ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।
ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ର ମନ୍ତ୍ର ଅନୁସରଣ କରି ତେଲେଙ୍ଗାନାକୁ ଆଗକୁ ନେବାକୁ ଚାହୁଁଛୁ ।
ଏହି ଅବସରରେ ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତାମିଲିସାଇ ସୁନ୍ଦରରାଜନ, କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ସାଂସଦ ତଥା ବିଧାନସଭାର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସହିତ ୭୦ ଟି ବିଧାନସଭା ଆସନର କୃଷକମାନେ ଯୋଡି ହୋଇଥିଲେ ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ରାମଗୁଣ୍ଡମରେ ଥିବା ସାର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି, ଯେଉଁ ରାମଗୁଣ୍ଡମ୍ ପ୍ରକଳ୍ପ ପାଇଁ ୭ ଅଗଷ୍ଟ ୨୦୧୬ ରେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଭଳି ଉଦ୍ୟମ ପଛରେ ସାର କାରଖାନାର ପୁନରୁଦ୍ଧାର ସହିତ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ ପାଇଁ ପ୍ରଧାନମନ୍ତ୍ରୀର ଭିଜନ ଥିଲା । ରାମଗୁଣ୍ଡମ୍ କାରଖାନାରେଣ୍ଟ ବାର୍ଷିକ ୧୨.୭ ଏଲଏମଟି ସ୍ୱଦେଶୀ ନିମ୍ବ-ଆବୃତ ୟୁରିଆ ଉତ୍ପାଦନ ହେବ ।
ରାମଗୁଣ୍ଡମ୍ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ୍ (ଆରଏଫ୍ସିଏଲ୍) ଙ୍କ ଅଧୀନରେ ଏହି ପ୍ରକଳ୍ପ ସ୍ଥାପିତ ହୋଇଛି ଯାହାକି ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ୍ (ଏନଏଫ୍ଏଲ୍), ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ (ଇଏଲ୍) ଏବଂ ଫର୍ଟିଲାଇଜର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏଫସିଏଲ) ର ମିଳିତ ଉଦ୍ୟୋଗ କମ୍ପାନୀ ଅଟେ । ୬୩୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ ନୂତନ ଆମୋନିଆ-ୟୁରିଆ କାରଖାନା ପ୍ରତିଷ୍ଠା ଦାୟିତ୍ୱ ଆରଏଫ୍ସିଏଲ କୁ ଦିଆଯାଇଥିଲା । ଜଗଦୀଶପୁର – ଫୁଲପୁର- ହଳଦିଆ ପାଇପଲାଇନ ମାଧ୍ୟମରେ ଆରଏଫ୍ସିଏଲ୍ କାରଖାନାକୁ ଗ୍ୟାସ ଯୋଗାଇ ଦିଆଯିବ ।
ଏହି କାରଖାନା ତେଲେଙ୍ଗାନା ରାଜ୍ୟ ତଥା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ ଏବଂ ମହାରାଷ୍ଟ୍ରର ଚାଷୀଙ୍କୁ ୟୁରିଆ ସାରର ପର୍ଯ୍ୟାପ୍ତ ତଥା ଠିକ୍ ସମୟରେ ଯୋଗାଣ ନିଶ୍ଚିତ କରିବ । ଏହି କାରଖାନା କେବଳ ସାରର ଉପଲବ୍ଧତାକୁ ସୁଦୃଢ କରିବ ନାହିଁ ବରଂ ସଡକ, ରେଳବାଇ, ଆନୁଷଙ୍ଗିକ ଶିଳ୍ପ ଇତ୍ୟାଦିର ଭିତ୍ତିଭୂମି ବିକାଶ ସହିତ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶକୁ ମଧ୍ୟ ବୃଦ୍ଧି କରାଇବ । ଏହା ବ୍ୟତୀତ ଯୋଗାଣ ପାଇଁ ଏମଏସଏମଇ ବିକ୍ରେତାଙ୍କ ବିକାଶରେ ଏହି ଅଞ୍ଚଳ ଉପକୃତ ହେବ । କାରଖାନା ପାଇଁ ବିଭିନ୍ନ ସାମଗ୍ରୀର ଆରଏଫ୍ସିଏଲ୍ ର “ଭାରତ ୟୁରିଆ” କେବଳ ଆମଦାନୀ ହ୍ରାସ କରି ନୁହେଁ ବରଂ ସାର ଯୋଗାଣ ଏବଂ ସମ୍ପ୍ରସାରଣ ସେବା ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ଏକ ଉତ୍ସାହ ପ୍ରଦାନ କରି ଅର୍ଥନୀତିକୁ ଏକ ବଡ଼ ଉତ୍ସ ଯୋଗାଇବ ।
ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଭଦ୍ରାଚଳମ୍ ରୋଡ୍- ସତୁପଲ୍ଲୀ ରେଳ ଲାଇନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି । ସେ ୨୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଏଥି ମଧ୍ୟରେ ଏନଏଚ୍-୭୬୫ଡିଜିର ମେଡାକ-ସିଦ୍ଧିପେଟ-ଏଲକାଥୁରଥୀ ସେକ୍ସନ; ଏନଏଚ୍-୧୬୧ବିବି ର ବୋଧନ-ବସର-ଭୈସାଁ ସେକ୍ସନ; ଏନଏଚ-୩୫୩ସି ର ସିରୋଞ୍ଚା ଠାରୁ ମହାଦେବପୁର ସେକ୍ସନ ଆଦି ରହିଛି ।
HS
Happy to be in Ramagundam. Addressing a programme at launch of various development works. https://t.co/f86T8uVT1Z
— Narendra Modi (@narendramodi) November 12, 2022
Experts around the world are upbeat about the growth trajectory of Indian economy. pic.twitter.com/Q3nZbR4L4C
— PMO India (@PMOIndia) November 12, 2022
आज विकसित होने की आकांक्षा लिए, आत्मविश्वास से भरा हुआ नया भारत दुनिया के सामने है। pic.twitter.com/k9mXNlTfGa
— PMO India (@PMOIndia) November 12, 2022
For us, development is an ongoing process. pic.twitter.com/cQvtAbrTYu
— PMO India (@PMOIndia) November 12, 2022
Neem coating of urea and Soil Health Cards are initiatives which have greatly benefitted our hardworking farmers. pic.twitter.com/1wONSVZKar
— PMO India (@PMOIndia) November 12, 2022
One Nation, One Fertilizer. pic.twitter.com/05ooWPqtSw
— PMO India (@PMOIndia) November 12, 2022