Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେଲଙ୍ଗାନାରେ ମିଶନ ଭଗିରଥର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ; ପ୍ରମୁଖ ବିକାଶ ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ

ତେଲଙ୍ଗାନାରେ ମିଶନ ଭଗିରଥର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ; ପ୍ରମୁଖ ବିକାଶ ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ

ତେଲଙ୍ଗାନାରେ ମିଶନ ଭଗିରଥର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ; ପ୍ରମୁଖ ବିକାଶ ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ

ତେଲଙ୍ଗାନାରେ ମିଶନ ଭଗିରଥର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ; ପ୍ରମୁଖ ବିକାଶ ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମେଡକ ଜିଲ୍ଲା ଅନ୍ତର୍ଗତ କୋମାତିବନ୍ଦା ଗାଁ ନିକଟରେ ଗଜୱେଲରେ ମିଶନ ଭଗିରଥର ଲୋକାର୍ପଣ କରିଛନ୍ତି । ସମସ୍ତ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ କେତେକ ପ୍ରମୁଖ ବିକାଶ ପରିଯୋଜନାର ଭିତ୍ତିପ୍ରସ୍ତରର ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରାମଗୁଣ୍ଡମରେ ଏନଟିପିସିର 1600 ମେଗାୱାଟ୍ ତାପଜ ବିଦ୍ୟୁତ କେନ୍ଦ୍ର, ରାମଗୁଣ୍ଡମ ସାର କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା, କାଲୋଜି ନାରାୟଣ ରାଓ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ ମନୋହରାବାଦ-କୋଟାପଲ୍ଲୀ ରେଳ ଲାଇନର ଭିତ୍ତିପ୍ରସ୍ତର ସାମିଲ । ସେ ଆଦିଲାବାଦ ଜିଲ୍ଲାର ଜୟପୁରସ୍ଥିତ ସିଙ୍ଗରେନି କୋଇଲା ଖାଦାନରେ 1200 ମେଗାୱାଟ ତାପଜ ବିଦ୍ୟୁତ କେନ୍ଦ୍ରକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ଏହି ଅବସରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତ 2 ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଦେଶର ବିକାଶରେ ସଂଘୀୟ ସହଭାଗିତାର ଗୁରୁତ୍ୱକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟର ଲୋକଙ୍କୁ ପାନୀୟ ଜଳ ଉପଲବ୍ଧ କରାଇବା ଲାଗି ମିଶନ ଭଗିରଥର ଶୁଭାରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ ଖିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯେତେବେଳେ ବି ତାଙ୍କୁ ଭେଟନ୍ତି, ସେତେବେଳେ ସେ ସର୍ବଦା ରାଜ୍ୟର ବିକାଶ ଓ ଜଳ ସମ୍ବନ୍ଧିତ ପ୍ରସଙ୍ଗରେ ହିଁ ଆଲୋଚନା କରିଥାନ୍ତି । ପ୍ରଧାନମନ୍ତ୍ରୀ ଜଳର ମହତ୍ୱ ଉପରେ ଆଲୋକପାତ କରି ସମସ୍ତ ନାଗରିକଙ୍କୁ ଏହାର ସଂରକ୍ଷଣର ଆବଶ୍ୟକତା ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

ନୂଆ ରେଳ ଲାଇନର ଭିତ୍ତିପ୍ରସ୍ତର ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ୱାରା ଦୀର୍ଘ ଦିନ ଧରି ରହିଥିବା ଲୋକଙ୍କ ଦାବି ପୂରଣ ହୋଇଯିବ । ସେ କହିଛନ୍ତି ଯେ, ସାର କାରଖାନାରୁ ରାଜ୍ୟର ଚାଷୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ବିଦ୍ୟୁତ କ୍ଷେତ୍ରରେ ସୁଧାର, ଜଳସେଚନ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଓ ରେଳ ସଂଯୋଗ ସହ ଆର୍ଥିକ ବିକାଶକୁ କିଭଳି ଜଡ଼ିତ ତାହା ରେଖାଙ୍କିତ କରିଥିଲେ ।

ନକଲି ଗୋରକ୍ଷକଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଥିଲେ ।