Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେକାନପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ ଓ ନିରୀକ୍ଷକଙ୍କ ସମ୍ମିଳନୀରେ ଯୋଗଦେଲେ


ପୁଲିସ ମହାନିର୍ଦ୍ଦେଶକ ଏବଂ ନିରୀକ୍ଷକମାନଙ୍କ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ତେକାନପୁରସ୍ଥିତ ବିଏସଏଫ ଏକାଡେମୀରେ ପହଞ୍ଚିଛନ୍ତି ।

ସମ୍ମିଳନୀରେ ସୁରକ୍ଷା ଆଧାରିତ ବିଭିନ୍ନ ବିଷୟ ଉପରେ ଉପସ୍ଥାପନା ଏବଂ ଆଲୋଚନା ଆଜି  ଦିନତମାମ ହୋଇଥିଲା । ବିଗତ ତିନି ବର୍ଷରେ ନିଆଯାଇଥିବା ନିଷ୍ପତ୍ତିଗୁଡିକର ରୂପାୟନ ସଂକ୍ରାନ୍ତ ତଥ୍ୟର ଉପସ୍ଥାପନା ମଧ୍ୟ କରାଯାଇଥିଲା ।

ଭୋଜନ ସମୟରେ ପ୍ରଧାନମନ୍ତ୍ରୀ କିଛି ବଛା ବଛା ଅଧିକାରୀ ଗୋଷ୍ଠୀଙ୍କ ସହିତ ନିର୍ଦ୍ଦିଷ୍ଟ ଭାବେ କେତେକ ସୁରକ୍ଷା ଓ ପୁଲିସ ପ୍ରଶାସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ନଅ ଘଣ୍ଟା ଧରି ସେ ବରିଷ୍ଠ ପୁଲିସ ଅଧିମାରୀମାନଙ୍କ ସହ ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରଥମେ ବିଏସଏଫ ଏକାଡେମୀରେ ସକାଳେ ପହଞ୍ଚିବା ପରେ ସେଠାରେ ଫଳକ ଉନ୍ମୋଚନ ପୂର୍ବକ ପାଞ୍ଚଟି ନୂତନ କୋଠାର ଉଦ୍ଘାଟନ କରିଥିଲେ ।

ଆସନ୍ତାକାଲି ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ଜାରି ରହିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଫେରିବା ପୂର୍ବରୁ କାଲି ଅପରାହ୍ନରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ।

 

**********