ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ସମ୍ମାନୀୟ ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀମତୀ ତୁଳସୀ ଗୌଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“କର୍ଣ୍ଣାଟକର ସମ୍ମାନୀୟ ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀମତୀ ତୁଳସୀ ଗୌଡାଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ପ୍ରକୃତିର ପୋଷଣ, ହଜାର ହଜାର ଚାରା ରୋପଣ ଏବଂ ଆମ ପରିବେଶର ସଂରକ୍ଷଣ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ପରିବେଶ ସଂରକ୍ଷଣ ପାଇଁ ଜଣେ ମାର୍ଗଦର୍ଶକ ହୋଇ ରହିବେ । ତାଙ୍କ କାର୍ଯ୍ୟ ଆମ ପୃଥିବୀର ସୁରକ୍ଷା ପାଇଁ ପୀଢ଼ିଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ! ”
SR
Deeply saddened by the passing of Smt. Tulsi Gowda Ji, a revered environmentalist from Karnataka and Padma Awardee. She dedicated her life to nurturing nature, planting thousands of saplings, and conserving our environment. She will remain a guiding light for environmental… pic.twitter.com/FWjsvroMty
— Narendra Modi (@narendramodi) December 17, 2024