ତିମୋର–ଲେଷ୍ଟେର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମ୍ମାନିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଟ୍ୱିଟ କରି ଗର୍ବ ଅନୁଭବ କରିଛନ୍ତି । ଭାରତ ଓ ତିମୋର–ଲେଷ୍ଟେ ମଧ୍ୟରେ ସମ୍ପର୍କ ଓ ପାରସ୍ପରିକ ସମ୍ମାନ କେତେ ଗଭୀର ତାହା ଏହି ପ୍ରତିଷ୍ଠିତ ସମ୍ମାନ ପ୍ରମାଣ କରୁଛି ।
ତାଙ୍କ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ତିମୋର–ଲେଷ୍ଟେର ଗ୍ରାଣ୍ଡ–କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଜୀ ସମ୍ମାନିତ ହେବା ଗର୍ବର ବିଷୟ । ଦୁଇ ଦେଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ଓ ପାରସ୍ପରିକ ସମ୍ମାନର ଏହା ପ୍ରତିଫଳନ । ଅନେକ ବର୍ଷ ଧରି ଜନସାଧାରଣଙ୍କ ସେବା ଦିଗରେ ଥିବା ତାଙ୍କ ଅବଦାନକୁ ମଧ୍ୟ ଏହା ମାନ୍ୟତା ପ୍ରଦାନ କରୁଛି” ।
SR
It is a proud moment for us to see Rashtrapati Ji being honoured with the Grand-Collar of the Order of Timor-Leste, the nation’s highest civilian award.
— Narendra Modi (@narendramodi) August 11, 2024
This reflects the strong ties and mutual respect between our countries. It is also a recognition of her monumental… pic.twitter.com/t7UgmwcEtu