ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ତାମିଲନାଡ଼ୁର କୁନ୍ନୁରରେ ସଂକ୍ରାମକ ଟିକା ପ୍ରସ୍ତୁତି ନୂତନ ସଂସ୍ଥାନ ପ୍ରତିଷ୍ଠା ଲାଗି ପାଶ୍ଚର ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆ (ପିଆଇଆଇ) ଲାଗି 30 ଏକର ଜମି ଆବଂଟନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।
ଏହି ପ୍ରକଳ୍ପ ଅନ୍ତର୍ଗତ ପିଆଇଆଇ, କୁନ୍ନୁରରେ ସଂକ୍ରାମକ ଟିକା (ଯଥା ଟିସିଏ ମିଳିମିଳା-ନିରୋଧୀ ଟିକା, ଜାପାନୀ ଏନସେଫାଲାଇଟିସ ଟିକା ଆଦି) ଏବଂ ସେରା ନିରୋଧୀ (ଯେପରିକି ସାପବିଷ ନିରୋଧୀ ଏବଂ ଏଣ୍ଟି ରେବିଜ ସେରା)ର ଉତ୍ପାଦନ କରାଯିବ ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରକଳ୍ପ ଲାଗି ଉପଯୋଗ ହେବାକୁ ଥିବା ଜମି “ଲେଣ୍ଡ ୟୁଜ” ପରିବର୍ତ୍ତନ କରାଯାଇ “ଔଦ୍ୟୋଗିକ” ଠାରୁ “ସଂସ୍ଥାଗତ” କରାଯିବ ।
ଲାଭ :
ଜମିର ଆବଂଟନ ଦ୍ୱାରା ଶିଶୁଙ୍କ ପାଇଁ ଜୀବନ ରକ୍ଷାକାରୀ ଟିକାର ଉତ୍ପାଦନକୁ ପ୍ରୋତ୍ସାହନ ମିଳିବା ସହିତ ଦେଶରେ ଟିକାକରଣ ସୁରକ୍ଷା ବଜାୟ ରହିବା, ଟିକାକରଣ ବ୍ୟୟ ହ୍ରାସ ପାଇବା ଏବଂ ଆମଦାନୀ ବିକଳ୍ପ ହ୍ରାସ କରିବାରେ ସହାୟତା ମିଳିପାରିବ । ବର୍ତ୍ତମାନ ଏଗୁଡ଼ିକର ଆମଦାନୀ କରାଯାଉଛି ।