ଭିଡିଓ କନଫରେନ୍ସିଂ ଯୋଗେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳକୁ ୭୧ ହଜାରରୁ ଊର୍ଦ୍ଧ୍ଵ ନିଯୁକ୍ତି ପତ୍ର ବଂଟନ କରିବେ । ରୋଜଗାର ମେଳା ଅବସରରେ ତାଙ୍କର ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ ରୋଜଗାର ମେଳା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବଳିଷ୍ଠ ପଦକ୍ଷେପ । ଏହି ମେଳା ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣ ସହ ନିଜକୁ ସଶକ୍ତ କରିବାରେ ବିଶେଷ ସହାୟକ ହେବ ।
ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଲାଗି ଏହି ମେଳା ଅନୁଷ୍ଠିତ ହେଉଛି । ନବ ନିଯୁକ୍ତମାନେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଲାଗି କାମ କରିବେ ।
PIB Bhubaneswar|PBD/Swadhin