Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ଏନବିଏସ୍ ସବସିଡି ଅତିରିକ୍ତ ୧ ଜାନୁଆରୀ ୨୦୨୫ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଇ ଆମୋନିୟମ ଫସଫେଟ୍‌ (ଡିଏପି) ସାର ଉପରେ ସବସିଡି ଯୋଗାଇ ଦେବା ଲାଗି ଏକକାଳୀନ ସ୍ବତନ୍ତ୍ର ପ୍ୟାକେଜକୁ ସମ୍ପ୍ରସାରଣ କରିଛନ୍ତି ଏନବିଏସ ସବସିଡି ଅତିରିକ୍ତ ଡିଏପି ଉପରେ ମେଟ୍ରିକ ଟନ୍ପିଛା ୩,୫୦୦ ଟଙ୍କାର ସବସିଡି ଯୋଗାଇ ଦିଆଯିବ ଏବଂ କ୍ୟାବିନେଟର ଏହି ନିଷ୍ପତ୍ତି ୧ ଜାନୁଆରୀ ୨୦୨୫ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁ ରହିବ ସାର ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଚାଷୀମାନଙ୍କୁ ସୁଲଭ ଦରରେ ନିରନ୍ତର ଭାବେ ଡିଏପି ସାର ଉପଲବ୍ଧ ହୋଇପାରିବଉପରୋକ୍ତ ପାଇଁ ଆନୁମାନିକ ବଜେଟ୍ ଆବଶ୍ୟକତା ପାଖାପାଖି ,୮୫୦ କୋଟି ଟଙ୍କା ପର୍ଯ୍ୟନ୍ତ ହେବ।

ପୃଷ୍ଠଭୂମି:

ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ମାଧ୍ୟମରେ କୃଷକମାନଙ୍କୁ ରିହାତି ମୂଲ୍ୟରେ ୨୮ ଗ୍ରେଡର ପି ଆଣ୍ଡ କେ ସାର ଉପଲବ୍ଧ କରାଯାଉଛି। ପି ଆଣ୍ଡ କେ ସାର ଉପରେ ସବସିଡି ଏନ.ବି.ଏସ. ଯୋଜନା ଦ୍ୱାରା ପରିଚାଳିତ ହୋଇଥାଏ। କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେଇ ଭାରତ ସରକାର ଡାଇ-ଆମୋନିୟମ୍ ଫସଫେଟ୍ (ଡିଏପି) ସାରର ମୂଲ୍ୟ ଅପରିବର୍ତ୍ତିତ ରଖିବାରେ କୃଷକମାନଙ୍କୁ ବ୍ୟାପକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଭୌଗୋଳିକ-ରାଜନୈତିକ ପ୍ରତିବନ୍ଧକ ଏବଂ ବିଶ୍ୱ ବଜାରରେ ଅସ୍ଥିରତା ସତ୍ତ୍ୱେ, ଖରିଫ ଏବଂ ରବି ପାଇଁ ସୁଲଭ ମୂଲ୍ୟରେ କୃଷକମାନଙ୍କୁ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରି ସରକାର କୃଷକ ଅନୁକୂଳ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ଜୁଲାଇ, ୨୦୨୪ରେ କ୍ୟାବିନେଟ ଏନ୍.ବି.ଏସ୍. ସବସିଡି ଠାରୁ ଅତିରିକ୍ତ  ଡି.ଏ.ପି. ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଥିଲା, ଯାହା ମେଟ୍ରିକ ପିଛା ୩,୫୦୦ ଟଙ୍କା ହାରରେ ୧ ଏପ୍ରିଲ ୨୦୨୪ ଠାରୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସବସିଡି ଯୋଗାଇ ଦେବାକୁ ଲାଗୁ ହୋଇଥିଲା ଏଥିପାଇଁ ଆନୁମାନିକ ୨,୬୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲାଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ (୧ ଜାନୁଆରୀ ୨୦୨୫) ଡି.ଏ.ପି. ଉପରେ ସ୍ୱତନ୍ତ୍ର ପ୍ୟାକେଜକୁ ସମ୍ପ୍ରସାରିତ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି, ଯାହାର ଆନୁମାନିକ ଆର୍ଥିକ ପ୍ରଭାବ ପାଖାପାଖି ,୮୫୦ କୋଟି ଟଙ୍କା ହେବ। ଏହାଦ୍ୱାରା କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏପ୍ରିଲ ୨୦୨୪ ଠାରୁ ଡିଏପି ପାଇଁ ଅନୁମୋଦିତ ସ୍ୱତନ୍ତ୍ର ପ୍ୟାକେଜର ମୋଟ ପରିମାଣ ୬୪୭୫ କୋଟି ଟଙ୍କାରୁ ଅଧିକ ହେବ

ଲାଭ:

କୃଷକମାନଙ୍କୁ ରିହାତି, ସୁଲଭ ଏବଂ ଯୁକ୍ତିସଙ୍ଗତ ମୂଲ୍ୟରେ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରାଯିବ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡିଏପି ସାରର ସୁଗମ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଅନୁମୋଦିତ ଏନବିଏସ ସବସିଡି ବ୍ୟତୀତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡି.ଏ.ପି. ଉପରେ ସ୍ୱତନ୍ତ୍ର ପ୍ୟାକେଜ ଆକାରରେ ମେଟ୍ରିକ ଟନ ପିଛା ୩,୫୦୦ ଟଙ୍କା ପ୍ରଦାନ କରାଯିବ।

********

P.S.