Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟ୍ରେଡମାର୍କ ପଞ୍ଜିକରଣ ଉଦ୍ଦେଶ୍ୟ ଲାଗି ବସ୍ତୁ ଓ ସେବାର ଅନ୍ତର୍ଜାତୀୟ ବର୍ଗୀକରଣ ସଂକ୍ରାନ୍ତରେ ନାଇସ ରାଜିନାମା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ (କ) ଟ୍ରେଡମାର୍କ ପଞ୍ଜିକରଣ ଉଦ୍ଦେଶ୍ୟ ଲାଗି ବସ୍ତୁ ଏବଂ ସେବାର ଅନ୍ତର୍ଜାତୀୟ ବର୍ଗୀକରଣ ସଂକ୍ରାନ୍ତରେ ନାଇସ ରାଜିନାମା (ଖ) ଟ୍ରେଡମାର୍କର ପ୍ରତିକାତ୍ମକ ଉପାଦାନର ଅନ୍ତର୍ଜାତୀୟ ବର୍ଗୀକରଣ ପ୍ରତିଷ୍ଠା ଲାଗି ଭିଏନା ରାଜିନାମା (ଗ) ଔଦ୍ୟୋଗିକ ଡିଜାଇନ ପାଇଁ ଅନ୍ତର୍ଜାତୀୟ ବର୍ଗୀକରଣ ପ୍ରତିଷ୍ଠା ଲାଗି ଲୋକାର୍ଣ୍ଣୋ ରାଜିନାମାରେ ଭାରତର ପ୍ରବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ନାଇସ, ଭିଏନା ଏବଂ ଲୋକାର୍ଣ୍ଣୋ ରାଜିନାମାରେ ପ୍ରବେଶ ଦ୍ୱାରା ବୈଶ୍ୱିକ ଭାବେ ଗ୍ରହଣ କରାଯାଉଥିବା ବର୍ଗୀକରଣ ପ୍ରଣାଳୀ ଅନୁଯାୟୀ ଟ୍ରେଡମାର୍କ ଏବଂ ଡିଜାଇନ ଅନୁପ୍ରୟୋଗର ପରୀକ୍ଷଣ ନିମନ୍ତେ ବର୍ଗୀକରଣ ପଦ୍ଧତି ସହ ତାଳମେଳ ନିମନ୍ତେ ଭାରତରେ ବୌଦ୍ଧିକ ସମ୍ପତି କାର୍ଯ୍ୟାଳୟକୁ ସହାୟତା ମିଳିପାରିବ ।

ଏହା ଭାରତୀୟ ଡିଜାଇନ, ପ୍ରତିକାତ୍ମକ ଉପାଦାନ ଏବଂ ବସ୍ତୁଗୁଡ଼ିକୁ ଅନ୍ତର୍ଜାତୀୟ ବର୍ଗୀକରଣ ପ୍ରଣାଳୀରେ ସାମିଲ ହେବାର ସୁଯୋଗ ପ୍ରଦାନ କରିବ । ଏଥିରେ ପ୍ରବେଶ ଫଳରେ ଭାରତରେ ଆଇପିର ସଂରକ୍ଷଣ ସମ୍ପର୍କରେ ବିଦେଶୀ ନିବେଶକଙ୍କ ମଧ୍ୟରେ ବିଶ୍ୱାସ ପ୍ରକଟ ହେବ ବୋଲି ଆଶା କରାଯାଉଛି । ଏହି ପ୍ରବେଶ ଫଳରେ ରାଜିନାମା ଅନ୍ତର୍ଗତ ବର୍ଗୀକରଣର ସମୀକ୍ଷା ଏବଂ ସଂଶୋଧନ ବିଷୟରେ ନିଷ୍ପତ୍ତି ନେବାର ପ୍ରକ୍ରିୟା ଅଧିକାର ଉପଯୋଗ କରିବାରେ ସହଜ ହେବ ।

*****