Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟିସିଏଲରୁ ଏଚପିଆଇଏଲକୁ ବଳକା ଜମି ହସ୍ତାନ୍ତର ଏବଂ ପୃଥକୀକରଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


  

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦୂରସଂଚାର ବିଭାଗର ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନ ହେମିସ୍ଫିଅର ପ୍ରପର୍ଟିଜ ଇଣ୍ଡିଆ ଲିଃ (ଏଚପିଆଇଏଲ)ର ପ୍ରଶାସନିକ ନିୟନ୍ତ୍ରଣ ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟକୁ ସ୍ଥାନାନ୍ତର କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କମ୍ପାନୀକୁ 700 କୋଟି ଟଙ୍କାର ଇକ୍ୟୁଟି ରାଶି ପ୍ରଦାନ କରିବା ଏବଂ ଭାରତ ସରକାରଙ୍କ 51 କୋଟି ଟଙ୍କାର ପ୍ରତିଭୂତି ଋଣ ଦେବା ପରେ ଦିଆଯାଇଛି । ବଳକା ଜମିର ପୃଥକୀକରଣ ପରିଚାଳନା ଯୋଜନା ଲାଗୁ କରିବା ପରେ ଦିଆଯାଇଛି ।

ବିବରଣୀ :

(କ) ଘରୋଇ ପ୍ଲେସମେଂଟ ଆଧାରରେ 10 ଟଙ୍କା ସମମୂଲ୍ୟର 70 କୋଟି ସଂଚିତ ପରିଶୋଧ ପରେ ଫେରସ୍ତ ଯୋଗ୍ୟ ମାନ୍ୟତା ଶେୟାର ଅଧିଗୃହିତ କରିବା ଲାଗି ହେମିସ୍ଫିୟର ପ୍ରପର୍ଟି ଇଣ୍ଡିଆ ଲିମିଟେଡ କମ୍ପାନୀରେ 700 କୋଟି ଟଙ୍କାର ଇକ୍ୟୁଟି ନିବେଶ କରାଯାଇଥିଲା । ଏଥିସହିତ ଭାରତ ସରକାରଙ୍କ ପକ୍ଷରୁ ପ୍ରତିଭୂତି ଋଣ ମାଧ୍ୟମରେ 51 କୋଟି ଟଙ୍କା ଦିଆଯାଇଥିଲା । ଯାହାର କୁପନ ଦର/ସୁଧ ଦର ଆର୍ଥିକ ବ୍ୟାପାର ବିଭାଗ ଦ୍ୱାରା ନିର୍ଦ୍ଧାରଣ କରାଯିବ ଏବଂ ଯୋଜନାକୁ ଲାଗୁ କରାଯିବ ।

(ଖ) ରିୟଲ ଇଷ୍ଟେଟ କାରବାରରେ ଏଚପିଆଇଏଲକୁ ପ୍ରତ୍ୟକ୍ଷ ବିଦେଶୀ ନିବେଶ ସମ୍ପର୍କରେ ଭାରତ ସରକାରଙ୍କ ନୀତିରୁ ଛାଡ଼ ପ୍ରଦାନ କରାଯିବା ।

(ଗ) ଏଚପିଆଇଏଲକୁ ଶକ୍ତି ବିକେନ୍ଦ୍ରିକ କରିବା, ଯାହାଦ୍ୱାରା ବିକ୍ରି, ଦୀର୍ଘକାଳୀନ ଚୁକ୍ତି ଏବଂ ଜମିର ବିକ୍ରି ସହିତ ବୁଝାମଣାପତ୍ରର ଉଦ୍ଦେଶ୍ୟକୁ ପ୍ରଭାବୀ କରିବା ଲାଗି ଉଚିତ ନିଷ୍ପତ୍ତି ନିଆଯାଇପାରିବ ।

(ଘ) ଦୂରସଂଚାର ମନ୍ତ୍ରଣାଳୟ ଅନ୍ତର୍ଗତ ଦୂରସଂଚାର ବିଭାଗ ଠାରୁ ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟକୁ ଇକ୍ୟୁଟି ଶେୟାର ହସ୍ତାନ୍ତର ଏବଂ ଏଚପିଆଇଏଲ ପରିଚାଳନା ନିୟନ୍ତ୍ରଣକୁ ସ୍ଥାନାନ୍ତର କରିବା ।

(ଙ) ଦୂରସଂଚାର ମନ୍ତ୍ରଣାଳୟ ଠାରୁ ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟକୁ ଇକ୍ୟୁଟି ଶେୟାର ହସ୍ତାନ୍ତର କରିବା, ଇକ୍ୟୁଟି ନିବେଶ ଏବଂ ପରିଚାଳନା ଯୋଜନା ଲାଗୁ କରିବା ଲାଗି ଦୂର ସଂଚାର ବିଭାଗକୁ ଅଧିକାର ପ୍ରଦାନ କରିବା ।

ଲାଭ :

ଏହାଦ୍ୱାରା ବଳକା ଜମି ଟାଟା କମ୍ୟୁନିକେସନ ଲିମିଟେଡ ଠାରୁ ପୃଥକ ହୋଇ ହେମିସ୍ଫିୟର ପ୍ରପର୍ଟିଜ ଇଣ୍ଡିଆ ଲିମିଟେଡ (ଏଚପିଆଇଏଲ)ର ହୋଇଯିବ ଏବଂ ଏଚପିଆଇଏଲର କାର୍ଯ୍ୟ ଆହୁରି ସହଜ ଭାବେ ଚାଲିପାରିବ ।

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ :

କ୍ୟାବିନେଟ ଏହି ପ୍ରସ୍ତାବକୁ ଉଚିତ ଅନୁମୋଦନ କରିବା ପରେ ବଳକା ଜମି ଟିସିଏଲ ଠାରୁ ଏଚପିଆଇଏଲକୁ ଷ୍ଟାମ୍ପ ଡ୍ୟୁଟିର ପରିଶୋଧ ଉପରେ ସ୍ଥାନାନ୍ତର କରିଦିଆଯିବ । ଯେପରିକି ଟିସିଏଲ ଦ୍ୱାରା ସୂଚିତ କରାଯାଇଛି, ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏସିଏଲଟି) ଦ୍ୱାରା ପରିଚାଳନା ଯୋଜନାକୁ ଅନୁମତି ଦେବା ଲାଗି ପାଖାପାଖି 7 ରୁ 8 ମାସର ଆବଶ୍ୟକତା ପଡ଼ିବ । ଏନସିଏଲଟି ଦ୍ୱାରା ଏହାକୁ ଅନୁମତି ମିଳିବା ପରେ ସାମିଲ ହୋଇଥିବା ବିଭିନ୍ନ ପଦକ୍ଷେପକୁ ଲାଗୁ କରିବାରେ 5 ରୁ 6 ମାସର ଆବଶ୍ୟକତା ପଡ଼ିବ । ସମ୍ପୂର୍ଣ୍ଣ ଭାବେ ନିଷ୍ପତ୍ତିକୁ ଲାଗୁ କରିବା ଲାଗି ଏକ ବର୍ଷ ସମୟ ଲାଗିବ ।

 

**********