ନମସ୍କାର!
ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ସହ ରାଂଚିରୁ ଯୋଡି ହୋଇଥିବା ଝାରଖଣ୍ଡର ରାଜ୍ୟପାଳ ଶ୍ରୀ ରମେଶ ବୈଶ ମହୋଦୟ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀମାନ ହେମନ୍ତ ସୋରେନ ମହୋଦୟ, କେନ୍ଦ୍ର ଜନଜାତୀ କାର୍ଯ୍ୟମନ୍ତ୍ରୀ ଏବଂ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅର୍ଜୁନ ମୁଣ୍ଡା ମହୋଦୟ, ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ବାବୁ ଲାଲ ମାରାଣ୍ଡି ମହୋଦୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜୀ. କିଶନ୍ ରେଡ୍ଡୀ ମହୋଦୟ, ଅନ୍ନପୂର୍ଣ୍ଣା ଦେବୀ ମହୋଦୟା, ରଘୁବର ଦାସ ମହୋଦୟ, ଝାରଖଣ୍ଡ ସରକାରର ଅନ୍ୟାନ୍ୟ ମନ୍ତ୍ରୀ, ସାଂସଦଗଣ, ବିଧାୟକଗଣ, ସମଗ୍ର ଦେଶର ଆଦିବାସୀ ଭାଇ ଓ ଭଉଭଉଣୀମାନେ, ବିଶେଷକରି ଝାରଖଣ୍ଡରେ ମୋର ସାଥୀ, ଜୁହାର! ହାଗା ଓଡୋ ମିସି କୋ, ଦିସୁମ ରେଆ ଆଜାଦୀ ରେନ ଆକିଲାନ ମାରାଗ ହୋଡୋ, ମହାନାୟକ ଭୋଗୋମାନ ବିର୍ସା ମୁଣ୍ଡା ଜୀ, ତାକିନା ଜୋତୋମ ନେଗ ରେ, ଦିସୁମ ରେନ ସୋବେନ ହୋଡୋ କୋ, ଆଦିବାସୀ ଜୋହାର ।
ବନ୍ଧୁଗଣ,
ଆମ ଜୀବନରେ କିଛି କିଛି ଦିନ ଭାଗ୍ୟ ଦ୍ୱାରା ଥାଏ । ଏବଂ, ଯେତେବେଳେ ଏହିସବୁ ଦିନ ଆସିଥାଏ ତ ସେତେବେଳେ ଆମର କର୍ତବ୍ୟ ହୋଇଥାଏ ଯେ ଆମେ ସେଗୁଡିକର ଆଭାକୁ, ସେସବୁର ଆଲୋକକୁ ଆଗାମୀ ପିଢୀଗୁଡିକ ପର୍ଯ୍ୟନ୍ତ ଆହୁରି ଅଧିକ ଭବ୍ୟ ଆକାରରେ ପହଂଚାଇବା! ଆଜିର ଏହି ଦିବସ ଏଭଳି ଏକ ପୁଣ୍ୟଭରା ମୁହୂର୍ତ ଅଟେ । ୧୫ ନଭେମ୍ବରର ଏହି ତାରିଖ! ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ! ଝାରଖଣ୍ଡର ସ୍ଥାପନା ଦିବସ! ଏବଂ, ଦେଶର ସ୍ୱାଧୀନତାର ଅମୃତ ମହୋତ୍ସବର ଏହା କାଳଖଣ୍ଡ! ଏହି ମୁହୂର୍ତ ଆମ ଜାତୀୟ ଆସ୍ଥାର ଅବସର ଅଟେ, ଭାରତର ପୁରାତନ ଆଦିବାସୀ ସଂସ୍କୃତିର ଗୌରବ ଗାନର ମୁହୂର୍ତ ଅଟେ । ଏବଂ ଏହା ଏହି ଗୌରବକୁ, ଭାରତର ଆତ୍ମା ଯେଉଁ ଜନଜାତି ସମୁଦାୟରୁ ଶକ୍ତି ଅର୍ଜନ କରିଥାଏ, ସେମାନଙ୍କ ପ୍ରତି ଆମ କର୍ତବ୍ୟକୁ ଏକ ନୂତନ ଶିଖର ଦେବାର ମଧ୍ୟ ସମୟ । ଏଥିପାଇଁ, ସ୍ୱାଧୀନତାର ଏହି ଅମୃତ କାଳରେ ଦେଶ ଏହି ନିଷ୍ପତି ନେଇଛି ଯେ, ଭାରତର ଜନଜାତି ପରମ୍ପରାକୁ, ଏହାର ଶୌର୍ଯ୍ୟଭରା ଗାଥାଗୁଡିକୁ ଦେଶ ଏବେ ଆହୁରି ମଧ୍ୟ ଭବ୍ୟ ପରିଚୟ ପ୍ରଦାନ କରିବ । ଏହି କ୍ରମରେ, ଏହି ଐତିହାସିକ ନିଷ୍ପତି ନିଆଯାଇଛି ଯେ ଆଜିଠାରୁ ପ୍ରତିବର୍ଷ ନଭେମ୍ବର ୧୫, ଅର୍ଥାତ୍ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ‘ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରାଯିବ । ଇନ୍ ଆଡି ଗୌରବ ଇନ ବୁଝାୱ ଏଦା ଜେ, ଆବୋଇଜ ସରକାର, ଭଗବାନ ବିର୍ସା ମୁଣ୍ଡା ହାକ୍, ଜାନାମ ମହା, ୧୫ ନଭେମ୍ବର ହିଲୋକ, ଜନ ଜାତି ଗୌରବ ଦିବସ ଲେକାତେ, ଘୋଷଣା କେଦାୟ!
ମୁଁ ଦେଶର ଏହି ନିଷ୍ପତିକୁ ଭଗବାନ ବିର୍ସା ମୁଣ୍ଡା ଏବଂ ଆମର କୋଟି କୋଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ, ବୀର-ବୀରଙ୍ଗନାମାନଙ୍କ ଚରଣରେ ଆଜି ଶ୍ରଦ୍ଧାପୂର୍ବକ ଅର୍ପଣ କରୁଛି । ଏହି ଅବସରରେ ମୁଁ ସମଗ୍ର ଝାରଖଣ୍ଡବାସୀଙ୍କୁ, ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ଏବଂ ଆମର ଦେଶବାସୀଙ୍କୁ ଅନେକ ଅନେକ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ମୋ ଜୀବନର ବହୁତ ବଡ ଭାଗ ଆମ ଆଦିବାସୀ ଜନଜାତି ଭାଇ-ଭଉଣୀ, ଆଦିବାସୀ ପିଲାମାନଙ୍କ ସହିତ ବିତାଇଛି । ମୁଁ ସେମାନଙ୍କ ସୁଖ-ଦୁଃଖ, ସେମାନଙ୍କ ଦିନଚର୍ଯ୍ୟା, ସେମାନଙ୍କ ଜୀବନର ପ୍ରତ୍ୟେକ ଛୋଟ ବଡ ଆବଶ୍ୟକତାର ସାକ୍ଷୀ ରହିଛି, ସେମାନଙ୍କର ନିଜର ହୋଇ ରହିଛି । ଏଥିପାଇଁ କହିବାକୁ ଗଲେ ଆଜିର ଦିନ ମୋ ପାଇଁ ବ୍ୟକ୍ତିଗତ ରୂପରେ ମଧ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ, ବେଶ ଭାବବିହୋଳତାର ପ୍ରକଟୀକରଣ ଏବଂ ଭାବପ୍ରବଣ କରିଦେବା ଭଳି ମୁହୂର୍ତ ଅଟେ ।
ବନ୍ଧୁଗଣ,
ଆଜିର ଦିନରେ ହିଁ ଆମର ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଝାରଖଣ୍ଡ ରାଜ୍ୟ ମଧ୍ୟ ଅସ୍ତିତ୍ୱକୁ ଆସିଥିଲା । ସେ ଅଟଳ ବିହାରୀ ବାଜପେୟୀ ଜୀ ହିଁ ଥିଲେ ଯିଏ ପ୍ରଥମେ ଦେଶର ସରକାରରେ ଏକ ପୃଥକ ଆଦିବାସୀ ମନ୍ତ୍ରଣାଳୟ ଗଠନ କରି ଆଦିବାସୀ ହିତକୁ ଦେଶର ନୀତିଗୁଡିକ ସହ ଯୋଡିଥିଲେ । ଝାରଖଣ୍ଡ ପ୍ରତିଷ୍ଠା ଦିବସର ଏହି ଅବସରରେ ମୁଁ ଶ୍ରଦ୍ଧେୟ ଅଟଳ ଜୀଙ୍କ ଚରଣରେ ପ୍ରଣିପାତ କରିବା ପୂର୍ବକ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଛି ।
ବନ୍ଧୁଗଣ,
ଆଜି ଏହି ମହତ୍ୱପୂର୍ଣ୍ଣ ମୁହୂର୍ତରେ ଦେଶର ପ୍ରଥମ ଜନଜାତିୟ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରୁଛି । ଭାରତର ପରିଚୟ ଏବଂ ଭାରତର ସ୍ୱାଧୀନତା ପାଇଁ ଲଢେଇ ଜାରି ରଖିଥିବା ଭଗବାନ ବିର୍ସା ମୁଣ୍ଡା ନିଜର ଶେଷ ସମୟ ରାଂଚିର ଏହି ଜେଲରେ ବିତାଇଥିଲେ । ଯେଉଁଠାରେ ଭଗବାନ ବିର୍ସାଙ୍କ ପାଦ ପଡିଥିବ, ଯେଉଁ ଭୂମୀ ତାଙ୍କ ତପସ୍ୟା–ତ୍ୟାଗ ଏବଂ ଶୌର୍ଯ୍ୟର ସାକ୍ଷୀ ହୋଇଥିବ, ତାହା ଆମ ସମସ୍ତଙ୍କ ପାଇଁ ଏକପ୍ରକାର ପବିତ୍ର ତୀର୍ଥ ଅଟେ । କିଛି ସମୟ ପୂର୍ବରୁ ମୁଁ ଜନଜାତିୟ ସମାଜର ଇତିହାସ ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଯୋଗଦାନର ସ୍ମରଣରେ, ଦେଶବ୍ୟାପୀ ଆଦିବାସୀ ସଂଗ୍ରହାଳୟର ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଥିଲି । ଏଥିପାଇଁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାର ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତିି । ମୁଁ ଖୁସି ଯେ ଆଜି ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଝାରଖଣ୍ଡରେ ପ୍ରଥମ ଆଦିବାସୀ ସଂଗ୍ରହାଳୟ ସ୍ୱରୂପକୁ ଆସିଛି । ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପାଇଁ ମୁଁ ସମଗ୍ର ଦେଶର ଜନଜାତୀୟ ସମାଜ, ଭାରତର ପ୍ରତ୍ୟେକ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି । ଏହି ସଂଗ୍ରହାଳୟ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ନାୟକ – ନାୟିକାମାନଙ୍କ ଯୋଗଦାନର, ବିବିଧତାରେ ପରିପୂର୍ଣ୍ଣ ଆମ ଆଦିବାସୀ ସଂସ୍କୃତିର ଜୀବନ୍ତ ବିରାଜସ୍ଥଳୀ ହେବ । ଏହି ସଂଗ୍ରହାଳୟରେ, ସିଦ୍ଧୁ-କାହ୍ନୁଙ୍କଠାରୁ ନେଇ ‘ପୋଟୋ ହୋ’ ପର୍ଯ୍ୟନ୍ତ, ତେଲଙ୍ଗା ଖଡିଆଙ୍କଠାରୁ ନେଇ ଗୟା ମୁଣ୍ଡାଙ୍କ ପର୍ଯ୍ୟନ୍ତ, ଜତରା ଟାନା ଭଗତଙ୍କଠାରୁ ନେଇ ଦିବା-କିସୁନଙ୍କ ପର୍ଯ୍ୟନ୍ତ, ଅନେକ ଜନଜାତିୟ ବୀରମାନଙ୍କ ପ୍ରତିମୂର୍ତି ଏଠାରେ ତ ରହିଛି, ସେମାନଙ୍କ ଜୀବନ ଗାଥା ବିଷୟରେ ମଧ୍ୟ ବିସ୍ତୃତ ଭାବରେ ସୂଚୀତ କରାଯାଇଛି ।
ବନ୍ଧୁଗଣ,
ଏହାବ୍ୟତୀତ, ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏହିଭଳି ଆଉ ୯ଟି ସଂଗ୍ରହାଳୟର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଖୁବଶୀଘ୍ର, ଗୁଜରାଟର ରାଜପିପଲାରେ, ଆନ୍ଧ୍ରପ୍ରଦେଶର ଲିବାସିଙ୍ଗିରେ, ଛତିଶଗଡର ରାୟପୁରରେ, କେରଳର କୋଜିକୋଡରେ, ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ, ତେଲଙ୍ଗାନାର ହାଇଦ୍ରାବାଦରେ, ମଣିପୁରର ତାମେଙ୍ଗ-ଲୋଙ୍ଗରେ, ମିଜୋରାମର କେଲସିହଠାରେ, ଗୋଆର ପୋଁଡାରେ ଏହି ସଂଗ୍ରହାଳୟଗୁଡିକ ବାସ୍ତବ ରୂପ ନେଉଥିବାର ଆମେ ନିଜ ଆଖିରେ ଦେଖିବା । ଏହି ସଂଗ୍ରହାଳୟଗୁଡିକରୁ ଦେଶର ନୂଆ ପିଢୀ ଆଦିବାସୀ ଇତିହାସର ଗୌରବ ସହ କେବଳ ଯେ ପରିଚିତ ହେବେ ନାହିଁ, ବରଂ ଏହାଦ୍ୱାରା ପର୍ଯ୍ୟଟନ ପାଇଁ ମଧ୍ୟ ନୂତନ ଗତି ମିଳିବ । ଏହି ସଂଗ୍ରହାଳୟ, ଆଦିବାସୀ ସମାଜର ଗୀତ-ସଂଗୀତ, କଳା-କୌଶଳ, ପିଢୀ ପିଢୀ ଧରି ପ୍ରଚଳିତ ହସ୍ତକଳା ଏବଂ ଶିଳ୍ପ, ଏହି ସମସ୍ତ ଐତିହ୍ୟର ସଂରକ୍ଷଣ ମଧ୍ୟ କରିବ, ସମ୍ବର୍ଦ୍ଧନା ମଧ୍ୟ କରିବ ।
ବନ୍ଧୁଗଣ,
ଭଗବାନ ବିର୍ସା ମୁଣ୍ଡା, ଆମର ବହୁ ଆଦିବାସୀ ସଂଗ୍ରାମୀମାନେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । କିନ୍ତୁ ସେମାନଙ୍କ ପାଇଁ ସ୍ୱାଧୀନତାର, ସ୍ୱରାଜର ଅର୍ଥ କ’ଣ ଥିଲା? ଭାରତର କ୍ଷମତା, ଭାରତ ପାଇଁ ନିଷ୍ପତି ନେବାର ଅଧିକାର-ଶକ୍ତି ଭାରତର ଲୋକଙ୍କ ହାତମୁଠାକୁ ଆସୁ, ଏହା ସ୍ୱାଧୀନତା ସଂଗ୍ରାମର ଏକ ସ୍ୱାଭାବିକ ଲକ୍ଷ୍ୟ ଥିଲା । କିନ୍ତୁ ଏଥିସହ ‘ଧରତୀ ଆବା’ଙ୍କ ଯୁଦ୍ଧ ସେହି ବିଚାରଧାରାର ପରିପନ୍ଥୀ ମଧ୍ୟ ଥିଲା, ଯାହା ଭାରତର ଆଦିବାସୀ ସମାଜର ପରିଚୟକୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଥିଲା । ଆଧୁନିକତାର ନାଁରେ ବିବିଧତା ଉପରେ ଆକ୍ରମଣ, ପ୍ରାଚୀନ ପରିଚୟ ଏବଂ ପ୍ରକୃତିର ହେରଫେର, ଭଗବାନ ବିର୍ସା ମୁଣ୍ଡା ଜାଣିଥିଲେ ଯେ ଏହା ସମାଜର କଲ୍ୟାଣର ମାର୍ଗ ନୁହେଁ । ସେ ଆଧୁନିକ ଶିକ୍ଷା ସପକ୍ଷରେ ଥିଲେ, ସେ ପରିବର୍ତନ ପାଇଁ ଯୁକ୍ତି ବାଢୁଥିଲେ, ସେ ନିଜ ସମାଜର କୁପ୍ରଥାର, ଦୋଷ ତୃଟିଗୁଡିକ ବିରୁଦ୍ଧରେ ସ୍ୱର ଉତୋଳନ କରିବାକୁ ମଧ୍ୟ ସାହସ ଦେଖାଇଥିଲେ । ସେ ନିରକ୍ଷରତା, ନିଶା ସେବନ, ଭେଦଭାବ, ଏସବୁ ବିରୁଦ୍ଧରେ ଅଭିଯାନ ଚଳାଇଥିଲେ, ସମାଜର ଅଗଣିତ ଯୁବକ ଯୁବତୀଙ୍କୁ ସଚେତନ କରାଇଥିଲେ । ନୈତିକ ମୂଲ୍ୟବୋଧ ଏବଂ ସକରାତ୍ମକ ବିଚାରାଧାରାର ହିଁ ଏହି ଶକ୍ତି ଥିଲା ଯାହା ଜନଜାତିୟ ସମାଜ ମଧ୍ୟରେ ଏକ ନୂତନ ଉର୍ଜାର ଉଜାଗର କରିଥିଲା । ଯେଉଁ ବିଦେଶୀମାନେ ଆମ ଆଦିବାସୀ ସମାଜକୁ, ମୁଣ୍ଡା ଭାଇ-ଭଉଣୀମାନଙ୍କୁ ପଛୁଆ ବିବେଚନା କରୁଥିଲେ, ନିଜ କ୍ଷମତା ସମ୍ମୁଖରେ ସେମାନଙ୍କୁ ଦୁର୍ବଳ ମନେ କରୁଥିଲେ, ସେହି ବିଦେଶୀ ଶାସନକୁ ଭଗବାନ ବିର୍ସା ମୁଣ୍ଡା ଏବଂ ମୁଣ୍ଡା ସମାଜ ସମର୍ପଣ ମୁଦ୍ରାକୁ ନେଇ ଆସିଥିଲା । ଏହି ଯୁଦ୍ଧ ଜଡ-ଜଙ୍ଗଲ-ଜମିକୁ ନେଇ ଥିଲା, ଆଦିବାସୀ ସମାଜର ପରିଚୟ ଏବଂ ଭାରତର ସ୍ୱାଧୀନତାର ଥିଲା । ଏବଂ ଏହା ଏତେ ଶକ୍ତିଶାଳୀ ଏଥିପାଇଁ ଥିଲା କାରଣ ଭଗବାନ ବିର୍ସା ମୁଣ୍ଡା ସମାଜକୁ ବାହ୍ୟ ଶତୃଙ୍କ ସହିତ ଭିତରର ଦୋଷ ଦୁର୍ବଳତା ସହ ଲଢିବା ପାଇଁ ମଧ୍ୟ ଶିଖାଇଥିଲେ । ଏଥିପାଇଁ ମୁଁ ଭାବୁଛି, ଜନଜାତୀୟ ଗୌରବ ଦିବସ, ସମାଜକୁ ସଶକ୍ତ କରିବାର ଏହି ମହାଯଜ୍ଞକୁ ସ୍ମରଣ କରିବାର ମଧ୍ୟ ଅବସର ଅଟେ, ବାରମ୍ବାର ସ୍ମରଣ କରିବାର ମୁହୂର୍ତ ଅଟେ ।
ବନ୍ଧୁଗଣ,
ଭଗବାନ ବିର୍ସା ମୁଣ୍ଡାଙ୍କ ‘ଉଲଗୁଲାନ’ ବିଜୟ, ଉଲଗୁଲା ବିଜୟ ପରାଜୟର ତୁରନ୍ତ ନିଷ୍ପତି ପର୍ଯ୍ୟନ୍ତ ସିମୀତ, ଇତିହାସର ସାଧାରଣ ସଂଗ୍ରାମ ନଥିଲା । ଉଲଗୁଲାନ ଆଗାମୀ ଶହ ଶହ ବର୍ଷକୁ ପ୍ରେରଣା ଦେବା ଭଳି ଘଟଣା ଥିଲା । ଭଗବାନ ବିର୍ସା ସମାଜ ପାଇଁ ଜୀବନ ଦେଇଥିଲେ, ନିଜର ସଂସ୍କୃତି ଏବଂ ନିଜର ଦେଶ ପାଇଁ ନିଜର ପ୍ରାଣବଳୀ ଦେଇଥିଲେ । ଏଥିପାଇଁ, ସେ ଆଜି ଆମ ଆସ୍ଥାରେ, ଆମ ଭାବନାରେ, ଆମ ଭଗବାନ ରୂପରେ ବିଦ୍ୟମାନ । ଏବଂ ଏଥିପାଇଁ, ଆଜି ଯେତେବେଳେ ଆମେ ଦେଶର ବିକାଶରେ ଭାଗିଦାର ହେଉଥିବା ଆଦିବାସୀ ସମାଜକୁ ଦେଖୁ, ବିଶ୍ୱରେ ପରିବେଶକୁ ନେଇ ଆମ ଭାରତକୁ ନେତୃତ୍ୱ ନେଉଥିବାର ଦେଖୁ ସେତେବେଳେ ଆମକୁ ବିର୍ସା ମୁଣ୍ଡାଙ୍କ ମୁଖମଣ୍ଡଳ ପ୍ରତ୍ୟକ୍ଷ ଭାବେ ଦିଶିଯାଏ । ତାଙ୍କର ଆଶୀର୍ବାଦ ଆମ ମଥାରେ ଅନୁଭୂତ ହୋଇଥାଏ । ଆଦିବାସୀ ହୁଦା ରେୟା, ଅପନା ଦସ୍ତୁର, ପନେମ-ସୁଁୟାଲ କୋ, ସଦୟ ଗେମ୍ପୟ ରକା, ଜୋଜୋନଃ କନା । ଏହି କାର୍ଯ୍ୟ ଆଜି ଆମ ଭାରତ ସମଗ୍ର ବିଶ୍ୱ ପାଇଁ କରୁଛି ।
ବନ୍ଧୁଗଣ
ଆମ ସମସ୍ତଙ୍କ ପାଇଁ ଭଗବାନ ବିର୍ସା ଜଣେ ବ୍ୟକ୍ତି ନୁହନ୍ତି, ଏକ ପରମ୍ପରା । ସେ ଏହି ଜୀବନ ଦର୍ଶନର ପ୍ରତିଫଳନ ଅଟନ୍ତି, ଯାହା ଯୁଗ ଯୁଗ ଧରି ଭାରତର ଆତ୍ମାର ଅଂଶ ହୋଇ ରହିଆସିଛି । ଆମେ ତାଙ୍କୁ ଏମିତି ଅକାରଣରେ ଧରତୀ ଆବା କହି ନ ଥାଉ । ଯେଉଁ ସମୟରେ ଆମର ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବେଷମ୍ୟ ବିରୁଦ୍ଧରେ ମାନବତାର ସ୍ୱର ଭାବେ ପ୍ରକଟିତ ହେଉଥିଲେ, ପ୍ରାୟ ସେହି ସମୟରେ ଭାରତରେ ବିର୍ସା ମୁଣ୍ଡା ଦାସତ୍ୱ ବିରୁଦ୍ଧରେ ଏକ ସଂଗ୍ରାମର ଅଧ୍ୟାୟ ଲେଖି ସାରିଥିଲେ । ଧରତୀ ଆବା ଅଧିକ ସମୟ ପର୍ଯ୍ୟନ୍ତ ଏହି ଧରଣୀରେ ରହି ନଥିଲେ । କିନ୍ତୁ ସେ ଜୀବନର ଛୋଟ କାଳଖଣ୍ଡରେ ଦେଶ ପାଇଁ ଏକ ପୂର୍ଣ୍ଣ ଇତିହାସ ରଚନା କରିଦେଲେ । ଭାରତର ପିଢୀ ପିଢୀକୁ ଦିଗଦର୍ଶନ ଦେଇଦେଲେ । ଆଜାଦୀର ଅମୃତ ମହୋତ୍ସବରେ ଆଜି ଦେଶ ଇତିହାସର ଏଭଳି ଅଗଣିତ ପୃଷ୍ଠାକୁ ପୁଣିଥରେ ପୁନର୍ଜୀବିତ କରୁଛି, ଯାହାକୁ ଗତ ଦଶନ୍ଧିଗୁଡିକରେ ପାଶୋରି ଦିଆଯାଇଥିଲା । ଏହି ଦେଶର ସ୍ୱାଧୀନତାରେ ଏଭଳି କେତେ ଯେ ସଂଗ୍ରାମୀଙ୍କର ତ୍ୟାଗ ଏବଂ ବଳିଦାନ ସାମିଲ ଅଛି, ଯାହାକୁ ସେହି ପରିଚୟ ମିଳିନାହିଁ, ଯାହା ମିଳିବା ଉଚିତ୍ ଥିଲା । ଆମେ ଆମ ସ୍ୱାଧୀନତାର ସେହି କାଳଖଣ୍ଡକୁ ଯଦି ଦେଖିବା, ହୁଏତ ଏଭଳି କୌଣସି କାଳଖଣ୍ଡ ନଥିବ ଯେତେବେଳେ ଦେଶର ଭିନ୍ନ ଭିନ୍ନ ଭାଗରେ କୌଣସି ନା କୌଣସି ଆଦିବାସୀ କ୍ରାନ୍ତି ଚାଲି ନଥିବ । ଭଗବାନ ବିର୍ସାଙ୍କ ତେୃତ୍ୱରେ ମୁଣ୍ଡା ଆନ୍ଦୋଳନ ହେଉ ଅବା ସାନ୍ତାଳ ସଂଗ୍ରାମ ଏବଂ ଖାସି ସଂଗ୍ରାମ ହେଉ, ପୂର୍ବୋତରରେ ଅହୋମ ସଂଗ୍ରାମ ହେଉ କିମ୍ବା ଛୋଟା ନାଗପୁର କ୍ଷେତ୍ରରେ କୋଲ ସଂଗ୍ରାମ ଅଥବା ଭୀଲ ସଂଗ୍ରାମ ହେଉ, ଭାରତର ଆଦିବାସୀ ସନ୍ତାନ ସନ୍ତତିମାନେ ଇଂରେଜ ଶାସନକୁ ପ୍ରତ୍ୟେକ କାଳଖଣ୍ଡରେ ଆହ୍ୱାନ ଦେଇଛନ୍ତି ।
ବନ୍ଧୁଗଣ,
ଆମେ ଝାରଖଣ୍ଡ ଏବଂ ସମଗ୍ର ଆଦିବାସୀ କ୍ଷେତ୍ରର ଇତିହାସକୁ ଦେଖିବା ତ ବାବା ତିଲକା ମାନଝୀ ଇଂରେଜମାନଙ୍କ ବିରୁଦ୍ଧରେ ଜୋରଦାର ମେଳି ଆରମ୍ଭ କରିଥିଲେ । ସିଦ୍ଧୋ-କାହ୍ନୁ ଓ ଚାନ୍ଦ-ଭୈରବ ଭାଇମାନେ ଭୋଗନଡିହରୁ ସାନ୍ତାଳ ସଂଗ୍ରାମର ଶଙ୍ଖନାଦ କରିଥିଲେ । ତେଲଙ୍ଗା ଖଡିଆ, ଶେଖ ଭିଖାରୀ ଏବଂ ଗଣପତ ରାୟଙ୍କ ଭଳି ସଂଗ୍ରାମୀ, ଉମରାଓ ସିଂହ ଟିକାୟତ, ବିଶ୍ୱନାଥ ଶାହଦେବ, ନିଳାମ୍ବର-ପୀତାମ୍ବରଙ୍କ ଭଳି ବୀର, ନାରାୟଣ ସିଂହ, ଜତରା ଓରାଂବ, ଜାଦୋନାଗ୍ୟ, ରାଣୀ ଗାଇଡିନଲ୍ୟୁ ଏବଂ ରାଜମୋହନୀ ଦେବୀ ଭଳି ନାୟକ ନାୟିକାମାନେ, ଏଭଳି କେତେ ଯେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ନିଜର ସବୁକିଛି ବଳିଦାନ ଦେଇ ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲେ । ଏହି ମହାନ୍ ଆତ୍ମାମାନଙ୍କର ଏହି ଅବଦାନକୁ ପାଶୋରି ଦେଇହେବ ନାହିଁ । ଏମାନଙ୍କ ଗୌରବ ଗାଥାଗୁଡିକ, ଏମାନଙ୍କ ଇତିହାସ ଆମ ଭାରତକୁ ନବ ଭାରତରେ ପରିଣତ କରିବାର ଉର୍ଜା ଦେବ । ଏଥିପାଇଁ, ଦେଶ ନିଜର ଯୁବପିଢୀଠାରୁ, ଐତିହାସିକମାନଙ୍କଠାରୁ ଏହି ମହାନ ବ୍ୟକ୍ତିମାନଙ୍କ ସହ ଜଡିତ ସ୍ୱାଧୀନତାର ଇତିହାସକୁ ପୁଣି ଥରେ ଲେଖିବାକୁ ଆହ୍ୱାନ କରୁଛି । ଯୁବକମାନଙ୍କୁ ଆଗେଇ ଆସିବା ପାଇଁ ନିବେଦନ କରୁଛି । ସ୍ୱାଧୀନତାର ଅମୃତ କାଳରେ ଏହା ଉପରେ ଲେଖା ଅଭିଯାନ ଜାରି ରହିଛି ।
ମୁଁ ଝାରଖଣ୍ଡର ଯୁବପିଢୀକୁ, ବିଶେଷକରି ଆଦିବାସୀ ଯୁବକ ଯୁବତୀମାନଙ୍କୁ ମଧ୍ୟ ଅନୁରୋଧ କରିବି, ଆପଣମାନେ ଭୂମି ସହ ଯୋଡି ହୋଇ ରୁହନ୍ତୁ । ଆପଣମାନେ କେବଳ ଏହି ମାଟିର ଇତିହାସକୁ ପଢୁନାହାନ୍ତି ବରଂ ଦେଖି ଶୁଣି ତଥା ଏହାକୁ ମଧ୍ୟ ବଂଚି ଆସୁଛନ୍ତି । ଏଥିପାଇଁ ଦେଶର ଏହି ସଙ୍କଳ୍ପର ଦାୟିତ୍ୱ ଆପଣମାନେ ମଧ୍ୟ ନିଜ ହାତରେ ନିଅନ୍ତୁ । ଆପଣମାନେ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଇତିହାସ ଉପରେ ଗବେଷଣା କରିପାରନ୍ତି, ପୁସ୍ତକ ରଚନା କରିପାରନ୍ତି । ଆଦିବାସୀ କଳା ସଂସ୍କୃତିକୁ ଦେଶର ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ପହଂଚାଇବା ପାଇଁ ନୂଆ ଅଭିନବ ଉପାୟର ମଧ୍ୟ ଅନ୍ୱେଷଣ କରିପାରନ୍ତି । ନିଜର ପ୍ରାଚୀନ ଐତିହ୍ୟକୁ, ନିଜର ଇତିହାସକୁ ନୂତନ ଚେତନା ପ୍ରଦାନ କରିବା ଏବେ ଆମର ଦାୟିତ୍ୱ ଅଟେ ।
ବନ୍ଧୁଗଣ,
ଭଗବାନ ବିର୍ସା ମୁଣ୍ଡା ଆଦିବାସୀ ସମାଜ ପାଇଁ ଅସ୍ତିତ୍ୱ, ଅସ୍ମିତା ଏବଂ ଆତ୍ମନିର୍ଭରତାର ସ୍ୱପ୍ନ ଦେଖିଥିଲେ । ଆଜି ଦେଶ ମଧ୍ୟ ଏହି ସଙ୍କଳ୍ପ ସହିତ ଆଗକୁ ବଢୁଛି । ଆମକୁ ଏକଥା ମନେ ରଖିବାକୁ ହେବ ଯେ ବୃକ୍ଷ ଯେତେ ବିଶାଳ ହେଉ ନା କାହିଁକି ତାହା ସେତିକି ବେଳେ ଗର୍ବର ସହିତ ଛିଡା ହୋଇପାରିବ ଯେତେବେଳେ ତାହା ମୂଳରୁ ମଜବୁତ୍ ରହିବ । ଏଥିପାଇଁ ଆତ୍ମନିର୍ଭର ଭାରତ, ନିଜର ମୂଳ ସହିତ ଯୋଡି ହେବା, ନିଜର ମୂଳକୁ ମଜବୁତ୍ କରିବାର ମଧ୍ୟ ସଙ୍କଳ୍ପ ଅଟେ । ଏହି ସଙ୍କଳ୍ପ ଆମ ସମସ୍ତଙ୍କ ପ୍ରୟାସ ଦ୍ୱାରା ପୂରଣ ହେବ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଭଗବାନ ବିର୍ସାଙ୍କ ଆଶୀର୍ବାଦରୁ ଆମ ଦେଶ ନିଜର ଅମୃତ ସଙ୍କଳ୍ପଗୁଡିକୁ ନିଶ୍ଚିତ ପୂରଣ କରିବ ଏବଂ ସମଗ୍ର ବିଶ୍ୱକୁ ଦିଗଦର୍ଶନ ମଧ୍ୟ ଦେବ । ମୁଁ ପୁଣିଥରେ ଦେଶକୁ ଜନଜାତୀୟ ଗୌରବ ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଆପଣ ସମସ୍ତଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ ଜଣାଉଛି । ଏବଂ ମୁଁ ଦେଶର ବିଦ୍ୟାର୍ଥୀମାନଙ୍କୁ ଅନୁରୋଧ କରିବି ଯେ ଯେତେବେଳେ ବି ସୁଯୋଗ ମିଳୁଛି ଆପଣମାନେ ରାଂଚି ଯାଆନ୍ତୁ, ଏହି ଆଦିବାସୀମାନଙ୍କର ମହାନ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ଏହି ପ୍ରଦର୍ଶନୀକୁ ପରିଦର୍ଶନ କରନ୍ତୁ । ଏଠାରେ କିଛି ନା କିଛି ଶିଖିବାର ପ୍ରୟାସ କରନ୍ତୁ । ଭାରତର ପ୍ରତ୍ୟେକ ଶିଶୁ ପାଇଁ ଏଠାରେ ଅନେକ କିଛି ରହିଛି ଯାହାକୁ ଆମାମାନଙ୍କୁ ଶିଖିବାର, ବୁଝିବାର ଅଛି ଏବଂ ଜୀବନରେ ସଙ୍କଳ୍ପକୁ ନେଇ ଆଗକୁ ବଢିବାର ଅଛି । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।
JP
India pays tributes to Bhagwan Birsa Munda. https://t.co/990K6rmlDy
— Narendra Modi (@narendramodi) November 15, 2021
आज़ादी के इस अमृतकाल में देश ने तय किया है कि भारत की जनजातीय परम्पराओं को, इसकी शौर्य गाथाओं को देश अब और भी भव्य पहचान देगा।
— PMO India (@PMOIndia) November 15, 2021
इसी क्रम में ऐतिहासिक फैसला लिया गया है कि आज से हर वर्ष देश 15 नवम्बर यानी भगवान विरसा मुंडा के जन्म दिवस को ‘जन-जातीय गौरव दिवस’ के रूप में मनाएगा: PM
आज के ही दिन हमारे श्रद्धेय अटल जी की दृढ़ इच्छाशक्ति के कारण झारखण्ड राज्य भी अस्तित्व में आया था।
— PMO India (@PMOIndia) November 15, 2021
ये अटल जी ही थे जिन्होंने देश की सरकार में सबसे पहले अलग आदिवासी मंत्रालय का गठन कर आदिवासी हितों को देश की नीतियों से जोड़ा था: PM @narendramodi
भगवान बिरसा मुंडा स्मृति उद्यान सह स्वतंत्रता सेनानी संग्रहालय के लिए पूरे देश के जनजातीय समाज, भारत के प्रत्येक नागरिक को बधाई देता हूं।
— PMO India (@PMOIndia) November 15, 2021
ये संग्रहालय, स्वाधीनता संग्राम में आदिवासी नायक-नायिकाओं के योगदान का, विविधताओं से भरी हमारी आदिवासी संस्कृति का जीवंत अधिष्ठान बनेगा: PM
भारत की सत्ता, भारत के लिए निर्णय लेने की अधिकार-शक्ति भारत के लोगों के पास आए, ये स्वाधीनता संग्राम का एक स्वाभाविक लक्ष्य था।
— PMO India (@PMOIndia) November 15, 2021
लेकिन साथ ही, ‘धरती आबा’ की लड़ाई उस सोच के खिलाफ भी थी जो भारत की, आदिवासी समाज की पहचान को मिटाना चाहती थी: PM @narendramodi
आधुनिकता के नाम पर विविधता पर हमला, प्राचीन पहचान और प्रकृति से छेड़छाड़, भगवान बिरसा जानते थे कि ये समाज के कल्याण का रास्ता नहीं है।
— PMO India (@PMOIndia) November 15, 2021
वो आधुनिक शिक्षा के पक्षधर थे, वो बदलावों की वकालत करते थे, उन्होंने अपने ही समाज की कुरीतियों के, कमियों के खिलाफ बोलने का साहस दिखाया: PM
भगवान बिरसा ने समाज के लिए जीवन जिया, अपनी संस्कृति और अपने देश के लिए अपने प्राणों का परित्याग किया।
— PMO India (@PMOIndia) November 15, 2021
इसलिए, वो आज भी हमारी आस्था में, हमारी भावना में हमारे भगवान के रूप में उपस्थित हैं: PM @narendramodi
धरती आबा बहुत लंबे समय तक इस धरती पर नहीं रहे थे।
— PMO India (@PMOIndia) November 15, 2021
लेकिन उन्होंने जीवन के छोटे से कालखंड में देश के लिए एक पूरा इतिहास लिख दिया, भारत की पीढ़ियों को दिशा दे दी: PM @narendramodi
It’s a special 15th November.
— Narendra Modi (@narendramodi) November 15, 2021
We are marking:
Janjatiya Gaurav Divas.
Statehood Day of Jharkhand.
Azadi Ka Amrit Mahotsav. pic.twitter.com/yxz7L4yx4G
Bhagwan Birsa Munda and countless other freedom fighters fought for freedom so that our people can take their own decisions and empower the weak.
— Narendra Modi (@narendramodi) November 15, 2021
They also spoke against social evils. pic.twitter.com/keTPhuaWMZ
The Government of India is committed to doing everything possible to protect and celebrate the glorious tribal culture. pic.twitter.com/Q8byjbmLvR
— Narendra Modi (@narendramodi) November 15, 2021