ପାଞ୍ଚ-ଦିନିଆ ବିଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ଜେନେଭାଠାରେ ସୁଇଜରଲାଣ୍ଡର ସିଇଓମାନଙ୍କ ସହିତ ଗୋଲଟେବୁଲ୍ ବୈଠକ କରିଛନ୍ତି । ବିଭିନ୍ନ କ୍ଷେତ୍ରରୁ ଯୋଗଦେଇଥିବା ସିଇଓମାନଙ୍କ ଏହି ବୈଠକରେ ଆଲୋଚନାର କେନ୍ଦ୍ର ବିନ୍ଦୁ ଥିଲା – ଅର୍ଥନୈତିକ ସମ୍ପର୍କ ସୁଦୃଢିକରଣ । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ବୈଠକରେ ଏବିବି, ଲାଫାର୍ଜ, ନୋଭାର୍ଟିସ୍, ନେସ୍ଲେ, ରିଚର୍, ରୋଶ ଆଦି ବ୍ୟବସାୟୀକ ସଂସ୍ଥାର ମୁଖ୍ୟ ଯୋଗ ଦେଇଥିଲେ ।
ଏହି ବ୍ୟବସାୟୀକ ମୁଖ୍ୟମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଭାରତର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଉନ୍ନତି କରୁଛି । ଆମର ଆବଶ୍ୟକତା ଏବଂ ସୁଇଜରଲାଣ୍ଡର ସାମର୍ଥ୍ୟ ଏକାଠି ହେଲେ ଲାଭପ୍ରଦ ହୋଇପାରେ । ସେ କହିଲେ ଯେ, ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ ଦୃଢ ଥିବାରୁ ସେ ଆନନ୍ଦିତ । ପ୍ରଧାନମନ୍ତ୍ରୀ କହିଲେ ଯେ, ଭାରତ କେବଳ ୧.୨୫ ବିଲିୟନର ବଜାର ନୁହେଁ, ଆମ ପାଖରେ ଅଛି କୌଶଳ ଏବଂ ବ୍ୟବସାୟ ପାଇଁ ଦ୍ୱାର ଉନ୍ମୁକ୍ତ କରିଥିବା ସରକାର । ସେ ଆହୁରି କହିଲେ ଯେ, ଭାରତ ବିଶ୍ୱସ୍ତରୀୟ ନିର୍ମାଣ ଶୈଳୀ ଚାହେଁ, ତେଣୁ କୌଶଳ ବିକାଶର ସ୍ୱିସ୍ ମଡେଲ ଭାରତ ପାଇଁ ଖୁବ୍ ପ୍ରାସଙ୍ଗିକ ହୋଇପାରେ ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ୱିସ୍ ରାଷ୍ଟ୍ରପତି ସ୍ନିଡର-ଅମ୍ମନ୍ନଙ୍କ ସହ ମିଶି ଭାରତ-ସୁଇଜରଲାଣ୍ଡ ବହୁମୁଖି ଦ୍ୱିପାକ୍ଷିକ ସମ୍ବନ୍ଧର ସମୀକ୍ଷା କରିଥିଲେ । ବାର୍ତ୍ତା ସମୟରେ ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା । ପାରସ୍ପରିକ ପ୍ରତିବଦ୍ଧତା, ମୂଲ୍ୟବୋଧ, ଦୁଇ ଦେଶ ଜନସାଧାରଣଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଏବଂ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ସମ୍ପର୍କ ଭାରତ-ସୁଇଜରଲାଣ୍ଡ ସମ୍ବନ୍ଧକୁ ନୂତନ ଶିଖରକୁ ନେଇ ପାରିବ ବୋଲି ପ୍ରକାଶ ପାଇଥିବା ମତକୁ ପ୍ରଧାନମନ୍ତ୍ରୀ ସମର୍ଥନ ଜଣାଇଥିଲେ ।
ଭାରତୀୟ ବୈଜ୍ଞାନିକ ଏବଂ ଛାତ୍ରମାନଙ୍କ ଏକ ଦଳ ମଧ୍ୟ ଆଜି ଜେନେଭାର CERN ଠାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ।
Economic focus...PM meets Swiss CEOs to deepen economic ties. CEOs across several sectors have joined the meeting. pic.twitter.com/DPWTmqUzXJ
— PMO India (@PMOIndia) June 6, 2016
Held detailed discussions with Swiss CEOs. Glad that economic linkages between our nations are strong & vibrant. pic.twitter.com/o0GHwrrQrC
— Narendra Modi (@narendramodi) June 6, 2016
India's economy is growing rapidly. The coming together of our development needs & Swiss strengths can be beneficial https://t.co/RrkR67ARD0
— Narendra Modi (@narendramodi) June 6, 2016