ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୮-୨୯, ୨ଠ୨୨ରେ ଗୁଜରାଟ ଓ ତାମିଲନାଡୁ ଗସ୍ତ କରିବେ । ଜୁଲାଇ ୨୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପ୍ରଧାନମନ୍ତ୍ରୀ ସାବରକଣ୍ଟାର ଗାଡ଼ହୋଡ଼ା ଚୌକୀର ସାବର ଡାଏରୀ ଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକର ଉଦଘାଟନ କରିବେ । ପରେ ପ୍ରଧାନମନ୍ତ୍ରୀ ଚେନ୍ନାଇ ଯାଇ ପ୍ରାୟ ସନ୍ଧ୍ୟା ଛଅଟା ବେଳେ ଚେନ୍ନାଇର ଜେଏଲଏନ ଇନଡୋର ଷ୍ଟାଡିୟମ ଡାରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଉଦଘାଟନର ଘୋଷଣା କରିବେ ।
ଜୁଲାଇ ୨୯ ତାରିଖ ପ୍ରାୟ ପୂର୍ବାହ୍ନ ୧ଠଟା ବେଳକୁ ପ୍ରଧାନମନ୍ତ୍ରୀ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ । ତା’ପରେ ଗାନ୍ଧୀ ନଗର ଯାତ୍ରା କରି ଗିଫ୍ଟ ସିଟି ପରିଦର୍ଶନ କରିବେ । ସେଠାରେ ଅପରାହ୍ନ ପ୍ରାୟ ଚାରିଟା ବେଳେ ସେ କେତେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିବେ ।
ଗୁଜରାଟରେ ପ୍ରଧାନମନ୍ତ୍ରୀ
ସରକାର ମୁଖ୍ୟତଃ ଗ୍ରାମ୍ୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ କୃଷି ଓ ତଦଜନିତ ସଂଶ୍ଳିଷ୍ଟ କାର୍ଯ୍ୟକଳାପକୁ ଅଧିକ ଉତ୍ପାଦନ ଅଭିମୁଖୀ କରିବା ଉପରେ ପ୍ରାଥମିକତା ଦେଉଛନ୍ତି । ଏ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସାବର ଡାଏରୀ ପରିଦର୍ଶନ କରି ସେଠାରେ ଜୁଲାଇ ୨୮ ତାରିଖ ଦିନ ପ୍ରାୟ ଏକ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସେମାନଙ୍କ ଆୟ ବୃଦ୍ଧି କରାଇବାରେ ସହାୟକ ହେବ । ଏହା ସେହି ଅଞ୍ଚଳର ଗ୍ରାମୀଣ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆଣିବ ।
ପ୍ରଧାନମନ୍ତ୍ରୀ ସାବର ଡାଏରୀରେ ପାଉଡ଼ର ପ୍ଲାଣ୍ଟର ଉଦଘାଟନ କରିବେ । ଏହାର ଦୈନିକ କ୍ଷମତା ୧୨ଠ ନିୟୁତ ଟନ । ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦ ଖର୍ଚ୍ଚ ପ୍ରାୟ ୩ଠଠ କୋଟିରୁ ଅଧିକ ହେବ । ପ୍ଲାଣ୍ଟର ପାରିପାଟୀ ବୈଶ୍ୱିକ ଖାଦ୍ୟ ନିରାପତ୍ତା ମାନଙ୍କ ପୂରଣ କରୁଛି । ଏହା ଖୁବ୍ ଉଚ୍ଚ ଶକ୍ତି ସମ୍ପନ୍ନ ଓ ବର୍ଜବ୍ୟସ୍ତୁ ଉଦଗୀରଣ ନାହିଁ କହିଲେ ଚଳେ । ଏହି କାରଖାନା ଅତ୍ୟାଧୁନିକ ଓ ସମ୍ପୂର୍ଣ୍ଣ ସ୍ୱଂୟକ୍ରିୟ ପଦ୍ଧତିରେ ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଡାଏରୀରେ ସେପଟିକ ଦୁଗ୍ଧ ପ୍ୟାକେଜିଂ ପ୍ଲାଣ୍ଟର ଉଦଘାଟନ କରିବେ । ଏହି କାରଖାନାର ସାମର୍ଥ୍ୟ ହେଉଛି ଦିନକୁ ତିନି ଲକ୍ଷ ଲିଟର । ୧୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏହି କାରଖାନା ସମ୍ପୂର୍ଣ୍ଣ ସ୍ୱଂୟକ୍ରିୟ ଓ ପରିବେଶ ଅନୁକୂଳ ବୈଷୟିକ ଜ୍ଞାନ ଦ୍ୱାରା ପରିଚାଳିତ । ଏହି ପ୍ରକଳ୍ପ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଉତ୍ତମ ରୋଜଗାର ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଛେନା ଓ ଘୋଳ ଦହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ବାବଦ ପ୍ରାୟ ଛଅ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାରଖାନା ଦିନକୁ ୨ଠ ନିୟୁତ ଟନ ଚେଜାର ଛେନା, ଦିନକୁ ଦଶ ନିୟୁତ ଟନ ମୋଜାରେଲା ଛେନା ଓ ଦୈନିକ ୧୬ ନିୟୁତ ଟନ ପ୍ରକ୍ରିୟାକୃତ ଛେନା ଉତ୍ପାଦନ କରିବ । ପ୍ରସ୍ତୁତ ହୋଇସାରିବା ପରେ ଛେନା ଡ୍ରାଇଙ୍ଗ ପ୍ଲାଣ୍ଟରେ ଦିନକୁ ୪ଠ ନିୟୁତ ଟନ ଡ୍ରାଇଙ୍ଗ ହେବ ।
ସାବର ଡାଏରୀ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ)ର ଅଂଶବିଶେଷ ଭାବେ ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଅମୂଲ ଛାପରେ ବଜାରକୁ ଛାଡ଼ିଥାଏ ।
ଜୁଲାଇ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଗାନ୍ଧୀ ନଗରସ୍ଥିତି ଗିଫ୍ଟ ସିଟି ପରିଦର୍ଶନରେ ଯିବେ । ଗୁଜରାଟ ଇଣ୍ଟରନାସନାଲ ଫାଇନାନ୍ସ ଟେକ ସିଟି ଭାବରେ ପରିଚିତ ଗିଫ୍ଟ ସିଟି ଆର୍ଥିକ ଓ ପ୍ରଯୁକ୍ତି ସେବା ନିମନ୍ତେ ଏକ ସମନ୍ୱିତ ପେଣ୍ଠ ଭାବେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ପରିକଳ୍ପନା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ତର୍ଜାତିକ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫଏସସିଏ) ମୁଖ୍ୟାଳୟ ଭବନର ଶିଳାନ୍ୟାସ କରିବେ । ଏହି ଭବନ ଆର୍ଥିକ ସେବା, ସାମଗ୍ରୀର ନିୟନ୍ତ୍ରକ ହୋଇଥିବା ବେଳେ, ଏହାକୁ ଜିଆଇଏଫଟି – ଆଇଏଫଏସସିର ଏକ ଅଗ୍ରଣୀ ଆର୍ଥିକ କେନ୍ଦ୍ର ଭାବେ ପରିଳକଳ୍ପନା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଭାରତ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ (ଆଇଆଇବିଏକ୍ସ) ଭାରତରେ ପ୍ରଥମ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ ଇନ ଜିଆଇଏଫଟି – ଆଇଏଫଏସସିକୁ ଉଦଘାଟନ କରିବେ ।
ଏହା ବୈଶ୍ୱିକ ବୁଲିୟନ ବଜାରରେ ଭାରତକୁ ତା’ର ନାଯ୍ୟ ସ୍ଥାନ ହାସଲ ନେଇ ସଶକ୍ତ କରିବା ସହ ବୈଶ୍ୱିକ ମୂଲ୍ୟ ଚେନ୍ ଅତୁଟ ରଖେ । ଆଇଆଇବିଏକ୍ସ ମଧ୍ୟ ଭାରତ ସରକାରଙ୍କୁ ବୈଶ୍ୱିକ କୁଲିୟନ ପ୍ରାଇସ ପ୍ରଭାବ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଏନଏସଇ – ଆଇଏଫଏସସି – ଏସଜିଏକ୍ସ ସଂଯୋଗ ଶୁଭାରମ୍ଭ କରିବେ । ଏହା ଏନଏସଇର ଜିଆଇଏଫଟି ଆନ୍ତର୍ଜାତିକ ସେବାକେନ୍ଦ୍ର ଆଇଏଫଏସସି ଓ ସିଙ୍ଗାପୁର ଏକ୍ସଚେଞ୍ଜ ଲିମିଟେଡ (ଏସଜିଏକ୍ସ)ର ଏକ ମିଳିତ ପଦ୍ଧତି । ଏହି ସଂଯୋଗ ବଳରେ ନିଫ୍ଟି ନିଦେ୍ର୍ଦଶାବଳୀର ସମସ୍ତ ନିଦେ୍ର୍ଦଶ ସିଙ୍ଗାପୁର ଏକ୍ସଚେଞ୍ଜରୁ ଏନଏସଇ – ଆଇଏଫଏସସି ଟ୍ରେଡିଂ ଫ୍ଲାଟଫର୍ମ ଜରିଆରେ ଅତିକ୍ରମ କରିବ । ଏହା ଜିଆଇଏଫଟି – ଆଇଏଫଏସସିର ଆର୍ଥିକ ବାତାବରଣ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରିବ ।
ତାମିଲନାଡୁରେ ପ୍ରଧାନମନ୍ତ୍ରୀ
ଚେନ୍ନାଇର ଜେଏଲନ ଇଣ୍ଡୋର ଷ୍ଟାଡିୟମରେ ଜୁଲାଇ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ୪୪ତମ ଚେସ୍ ଅଲମମ୍ପିଆଡର ଭବ୍ୟ ସମାରୋହକୁ ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀ ମଧ୍ୟ ଜୁନ ୧୯, ୨ଠ୨୨ ଦିନ ସର୍ବପ୍ରଥମ ଚେସ ଅଲିମ୍ପିଆଡ ମଶାଲ ରିଲେକୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମରେ ଶୁଭାରମ୍ଭ କରିଥିଲେ । ୪ଠ ଦିନ ଧରି ଏହି ମଶାଲ ଦେଶର ୭୫ଟି କୀର୍ତ୍ତିରାଜି ସ୍ଥଳ ପ୍ରାୟ ୨ଠ ହଜାର କିଲୋମିଟର ପରିକ୍ରମା କରିବା ପରେ ମହାବଳୀପୁରମରେ ଶେଷ ହୋଇଥିଲା । ପରେ ଏହା ସ୍ୱିଜରଲାଣ୍ଡର ଏଫଆଇଡିଇ ମୁଖ୍ୟାଳୟ ଯାତ୍ରା କରିଥିଲା ।
ଜୁଲାଇ ୨୮ରୁ ଅଗଷ୍ଟ ୯, ୨ଠ୨୨ ମଧ୍ୟରେ ୪୪ତମ ଚେସ ଅଲିମ୍ପିଆଡ ଚେନ୍ନାଇ ଠାରେ ଅନୁଷ୍ଠିତ ହେବ । ୧୯୨୭ ମସିହା ଠାରୁ ଆୟୋଜିତ ହୋଇ ଆସୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମଥର ପାଇଁ ଭାରତରେ ଆୟୋଜିତ ହେଉଥିବା ବେଳେ, ୩ଠ ବର୍ଷ ପରେ ଏସିଆରେ ଅନୁଷ୍ଠିତ ହେଉଛି । ୧୮୭ଟି ଦେଶ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବୃହତ୍ତମ ଚେସ ଅଲିମ୍ପିଆଡ । ଛଅଟି ଦଳରେ ବିଭକ୍ତ ହୋଇ ଭାରତ ଏହାର ସବୁଠାରୁ ବଡ଼ ୩ଠ ଜଳ କ୍ରୀଡ଼ାବିତଙ୍କୁ ଏଥିରେ ସାମିଲ କରିଛି ।
ଜୁଲାଇ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଚେନ୍ନାଇ ଠାରେ ସମ୍ମାନଜନକ ଆନ୍ନା ବିଶ୍ୱବିଦ୍ୟାଳୟରେ ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ । ଏହି ଅବସରରେ ସେ ୬୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିବେ ଏବଂ ନିଜର ଅଭିଭାଷଣ ରଖିବେ ।
ଆନ୍ନା ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୪, ୧୯୭୮ ମସିହାରେ ସ୍ଥାପିତ ହୋଇଥିଲା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ଏନ. ଆନ୍ନା ହଜାରେଙ୍କ ନାମରେ ଏହା ସ୍ଥାପିତ ହୋଇଛି । ଏହା ଅଧିନରେ ୧୩ଟି ଏକକ ମହାବିଦ୍ୟାଳୟ, ୪୯୪ଟି ସ୍ୱୀକୃତିପ୍ରାପ୍ତ ମହାବିଦ୍ୟାଳୟ ସମେତ ତିରୁଜେଲଭେଲୀ, ମଦୁରାଇ ଓ କୋଏମ୍ବାଟୁରରେ ତିନିଟି ଆଞ୍ଚଳିକ ପରିସର ରହିଛି।
SM/MB