ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ମାଡଗାଓଁ ରେଳ ଷ୍ଟେସନରୁ ୩ ଜୁନ୍ ପୂର୍ବାହ୍ନ ୧୦:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିବେ ।
ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରି ମୁମ୍ବାଇ – ଗୋଆ ମାର୍ଗରେ ସଂଯୋଗକୁ ସୁଦୃଢ କରିବ ଏବଂ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ । ଏହି ଟ୍ରେନ୍ ଦେଶରେ ଚଳାଚଳ କରିବାକୁ ଥିବା ୧୯ ତମ ବନ୍ଦେ ଭାରତ ଟ୍ରେନ୍ ହେବ ।
ଏହି ଟ୍ରେନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ଏବଂ ଗୋଆର ମାଡଗାଓଁ ଷ୍ଟେସନ ମଧ୍ୟରେ ଚାଲିବ । ଏହା ପ୍ରାୟ ସାଢେ ସାତ ଘଣ୍ଟା ମଧ୍ୟରେ ଯାତ୍ରାକୁ ସମାପ୍ତ କରିବ ଯାହାକି ଦୁଇ ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟରେ ସାହାଯ୍ୟ କରିବ ।
ବିଶ୍ୱ ସ୍ତରୀୟ ସୁବିଧା ଏବଂ କବଚ ଜ୍ଞାନକୌଶଳ ସହିତ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ସ୍ୱଦେଶୀ ନିର୍ମିତ ଟ୍ରେନ୍ ମଧ୍ୟ ଉଭୟ ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ ।
HS