Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୁନ୍‍ ୨୩ ତାରିଖରେ ବାଣିଜ୍ୟ ଭବନକୁ ଉଦଘାଟନ ଏବଂ ର୍ନିୟାତ ପୋର୍ଟାଲର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ – “ବାଣିଜ୍ୟ ଭବନକୁ ୨୩ ଜୁନ୍ ୨୦୨୨ ପୂର୍ବାହ୍ନ ୧୦:୩୦ ରେ ଉଦଘାଟନ କରିବେ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ର୍ନିୟାତ (ନେସନାଲ ଇମ୍ପୋର୍ଟଏକ୍ସପୋର୍ଟ ରେକର୍ଡ ଫର୍ୟର୍ଲି ଆନାଲିସସ ଅଫ୍ଟ୍ରେଡ)କୁ ମଧ୍ୟ ଉନ୍ମୋଚନ କରିବେଯାହାକି ହିତାଧିକାରୀଙ୍କ ପାଇଁ ଭାରତର ବୈଦେଶିକ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ପାଇବା ପାଇଁ ଏକକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ

ଇଣ୍ଡିଆ ଗେଟ୍ ନିକଟରେ ର୍ନିମିତ ବାଣିଜ୍ୟ ଭବନକୁ ଏକ ସ୍ମାର୍ଟ ସୌଧ ଭାବରେ ଡିଜାଇନ୍ କରାଯାଇଛି ଯାହାକି ଶକ୍ତି ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେଇ ସ୍ଥାୟୀ ସ୍ଥାପତ୍ୟର ନୀତିକୁ ଅନ୍ତର୍ଭୁକ୍ତ କରିଛି ଏହା ଏକ ସମନ୍ୱିତ ଏବଂ ଆଧୁନିକ କାର୍ଯ୍ୟାଳୟ ସୌଧ ଭାବରେ କାର୍ଯ୍ୟ କରିବ ଯାହା ମନ୍ତ୍ରଣାଳୟର  ଦୁଇଟି ବିଭାଗ ଯଥା ବାଣିଜ୍ୟ ବିଭାଗ ଏବଂ ଶିଳ୍ପ ଏବଂ ଆନ୍ତଃ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଟିଟି) ଦ୍ୱାରା ବ୍ୟବହୃତ ହେବ

HS