ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୭, ୨୦୨୨ ରେ ଜର୍ମାନୀର ସ୍ଲୋସ୍ ଏଲାମୁ ଠାରେ ଜି–୭ ଶିଖର ସମ୍ମିଳନୀ ଅବସରରେ ରିପବ୍ଲିକ୍ ଅଫ୍ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ୍ ସ୍କୋଲଜ୍ଙ୍କୁ ଭେଟିଛନ୍ତି ।
ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୈଠକ ଥିଲା; ପୂର୍ବ ବୈଠକ ଭାରତ–ଜର୍ମାନୀ ଆନ୍ତଃ – ସରକାରୀ ପରାମର୍ଶ ପାଇଁ ୨ ମଇ ୨୦୨୨ ରେ ପ୍ରଧାନମନ୍ତ୍ରୀଙ୍କ ବର୍ଲିନ ଗସ୍ତ ସମୟରେ ହୋଇଥିଲା । ଜି–୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଚାନସେଲର ସ୍କୋଲଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଗତ ମାସର ସେମାନଙ୍କର ଆଲୋଚନା ଜାରି ରଖି ଦୁଇ ନେତା ସେମାନଙ୍କର ସବୁଜ ଏବଂ ସ୍ଥାୟୀ ବିକାଶ ସହଭାଗିତାକୁ ଆଗକୁ ନେବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଲୋଚନା କାଳରେ ଜଳବାୟୁ କାର୍ଯ୍ୟଯୋଜନା, ଜଳବାୟୁ ପାଇଁ ପୁଞ୍ଜି ଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଉଭୟ ନେତା ମଧ୍ୟ ସହମତ ହୋଇଥିଲେ ।
ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରେ ବୃହତ ସମନ୍ୱୟ, ବିଶେଷକରି ଭାରତର ଆଗାମୀ ଜି –୨୦ ସଭାପତିତ୍ୱ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଦୁଇ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।
HS
PM @narendramodi meets @Bundeskanzler Olaf Scholz at the G-7 Summit in Germany. They are discussing ways to further diversify the India-Germany friendship for the benefit of our people and the entire planet. pic.twitter.com/JQYnPtyllB
— PMO India (@PMOIndia) June 27, 2022
Excellent meeting with @Bundeskanzler Scholz. Thanked him for the warm hospitality during the @G7 Summit. We discussed cooperation in key sectors like commerce and energy. We also had deliberations on furthering environmentally friendly growth for our planet. pic.twitter.com/5uprVt9ZML
— Narendra Modi (@narendramodi) June 27, 2022
Ausgezeichnetes Treffen mit @Bundeskanzler Scholz. Ich habe ihm für die herzliche Gastfreundschaft während des @G7-Gipfels gedankt. Wir haben über die Zusammenarbeit in Schlüsselbereichen wie Handel und Energie gesprochen. pic.twitter.com/UqM6QIusGK
— Narendra Modi (@narendramodi) June 27, 2022