ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହିତ ୩୦ ଅକ୍ଟୋବର ୨୦୨୧ ରେ ଇଟାଲୀର ରୋମରେ ଅନୁଷ୍ଠିତ ଜି –୨୦ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ ।
ଦୁଇ ନେତା ଭାରତ–ଫ୍ରାନ୍ସ ମଧ୍ୟରେ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ରଣନୀତିକ ସହଯୋଗ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୦୨୧ ରେ ମୁକ୍ତିଲାଭ କରିଥିବା ୟୁରୋପୀୟ ସଂଘର ଇଣ୍ଡୋ–ପାସିଫିକ୍ ରଣନୀତିକୁ ସ୍ୱାଗତ କରିବା ସହ ଏଥିରେ ଫ୍ରାନ୍ସର ନେତୃତ୍ୱ ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଦୁଇ ନେତା ଇଣ୍ଡୋ–ପାସିଫିକ୍ରେ ସହଯୋଗ କରିବାକୁ ତଥା ଏହି ଅଞ୍ଚଳରେ ଏକ ମୁକ୍ତ, ଖୋଲା ଏବଂ ନିୟମ–ଆଧାରିତ କ୍ରମରେ ଯୋଗଦାନ କରିବାର ନୂତନ ତଥା ଅଭିନବ ଉପାୟ ଖୋଜିବାକୁ ନିଜର ପ୍ରତିବଦ୍ଧତା ଦର୍ଶାଇଛନ୍ତି ।
ଦୁଇ ନେତା ଆଗାମୀ ସିଓପି୨୬ ଏବଂ ଜଳବାୟୁ ଆର୍ଥିକ ସମସ୍ୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ଶୀଘ୍ର ଭାରତ ଗସ୍ତ କରିବାକୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଆମନ୍ତ୍ରଣ କରିଥିଲେ ।
HS
Productive discussions between PM @narendramodi and President @EmmanuelMacron on the sidelines of the @g20org Summit. India and France are cooperating extensively in various sectors. Today’s talks will add momentum to the bilateral ties between the two nations. pic.twitter.com/e8QgT6rkVy
— PMO India (@PMOIndia) October 30, 2021
Delighted to meet my friend, President @EmmanuelMacron in Rome. Our talks revolved around enhancing cooperation in diverse areas and boosting people-to-people relations. pic.twitter.com/zFGPO4CPKH
— Narendra Modi (@narendramodi) October 30, 2021