ଜାମ୍ମୁଠାରେ ଏକ ନୂତନ ଆଇଆଇଏମ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜି (13.10.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ପ୍ରସ୍ତାବ ଗୃହିତ ହୋଇଛି । 2016-17 ଶିକ୍ଷା ବର୍ଷରୁ ଅସ୍ଥାୟୀ ଭାବେ ଏହି ଆଇଆଇଏମ ପୁରୁଣା ସରକାରୀ ଇଙ୍ଗିନିୟରିଂ ଓ ଟେକ୍ନୋଲୋଜି କଲେଜ ପରିସରରେ କାର୍ଯ୍ୟ ଆରମ୍ଭ କରିବ । ଏହି ଅସ୍ଥାୟୀ କ୍ୟାମ୍ପସ 2016 ରୁ 2020 ପର୍ଯ୍ୟନ୍ତ ଚାଲିବ । ଯେଉଁଥିପାଇଁ 61.90 କୋଟି ଟଙ୍କା ବ୍ୟୟ କରାଯିବ । ଏହାପରେ ନୂତନ କ୍ୟାମ୍ପସ ନିର୍ମାଣ କରାଯାଇ ସେଟାକୁ ଏହି ଶିକ୍ଷାନୁଷ୍ଠାନ ସ୍ଥାନାନ୍ତରିତ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଷ୍ଟଗ୍ରାଜୁଏଟ ଡିପ୍ଲୋମା କାର୍ଯ୍ୟକ୍ରମ ପାଇଁ 54 ଜଣ ଛାତ୍ରଛାତ୍ରୀଙ୍କୁ ନିଆଯିବ ଏବଂ ଚତୁର୍ଥ ବର୍ଷ ବେଳକୁ ଏହି ସଂଖ୍ୟା 120 କୁ ବୃଦ୍ଧି କରାଯିବ । ଜାମ୍ମୁ-କାଶ୍ମୀର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପେକେଜର ଏହା ଅଂଶବିଶେଷ ।