Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓର ନିପନ୍ ବୁଡୋକାନରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ୨୦ ରୁ ଅଧିକ ରାଷ୍ଟ୍ର / ସରକାର ମୁଖ୍ୟଙ୍କ ସମେତ ୧୦୦ ରୁ ଅଧିକ ଦେଶର ପ୍ରତିନିଧୀ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିଥିଲେ

ପ୍ରଧାନମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ସ୍ମୃତିକୁ ସମ୍ମାନ ଜଣାଇଥିଲେ, ଯାହାଙ୍କୁ ସିଏ ନିଜର ଜଣେ ପ୍ରିୟ ବନ୍ଧୁ ଏବଂ ଭାରତଜାପାନ ସହଭାଗୀତାର ମହାନ ଚାମ୍ପିଅନ୍ ଭାବରେ ବିବେଚନା କରିଥିଲେ

ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ପରେ ପ୍ରଧାନମନ୍ତ୍ରୀ ଆକାସାକା ପ୍ରାସାଦରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଆବେଙ୍କ ପତ୍ନୀ ଶ୍ରୀମତୀ ଅକି ଆବେଙ୍କ ସହ ଏକ ବ୍ୟକ୍ତିଗତ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀମତୀ ଆବେଙ୍କୁ ତାଙ୍କ ହୃଦୟରୁ ସମବେଦନା ଜଣାଇଥିଲେ ଭାରତଜାପାନ ସମ୍ପର୍କକୁ ନୂତନ ଶିଖରକୁ ଆଣିବାରେ ଦେଇଥିବା ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ତାଙ୍କର ପ୍ରିୟ ବନ୍ଧୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କୁ ମନେ ପକାଇଥିଲେ ଏହାପରେ ପ୍ରଧାନମନ୍ତ୍ରୀ ନିଜର ସମବେଦନା ଜଣାଇବା ସହିତ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଏକ ସଂକ୍ଷିପ୍ତ ଆଲୋଚନା କରିଥିଲେ

HS