ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାମନା କରିଛନ୍ତି ଯେ, ଜାତୀୟ ସାମୁଦ୍ରିକ ସପ୍ତାହ ମାଧ୍ୟମରେ ବନ୍ଦର-କୈନ୍ଦ୍ରିକ ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ଉପକୂଳ ବ୍ୟବହାର ଉଦ୍ୟମ ଜୋରଦାର ହେବ ।
ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଟ୍ୱିଟରେ ଶ୍ରୀ ସୋନୱାଲ ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଲାପେଲରେ ପ୍ରଥମ ସାମୁଦ୍ରିକ ଧ୍ୱଜ ଲଗାଇବା ସମ୍ପର୍କରେ ସୂଚନା ଦେଇଥିଲେ । ଏପ୍ରିଲ ୫ରେ ପାଳିତ ହେଉଥିବା ଜାତୀୟ ସାମୁଦ୍ରିକ ଦିବସ ଭାରତର ସାମୁଦ୍ରିକ ପରମ୍ପରାର ଗୌରବମୟ ଇତିହାସକୁ ପାଳନ କରିଥାଏ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜାତୀୟ ସାମୁଦ୍ରିକ ସପ୍ତାହ ଆମ ସମୃଦ୍ଧ ସାମୁଦ୍ରିକ ଇତିହାସ ସହ ଆମ ସମ୍ପର୍କକୁ ଆହୁରି ଗଭୀର କରୁ ବୋଲି କାମନା କରୁଛି । ଏହା ବନ୍ଦର-କୈନ୍ଦ୍ରିକ ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ଉପକୂଳ ବ୍ୟବହାର ଉଦ୍ୟମ ତ୍ୱରାନ୍ୱିତ ହେଉ ବୋଲି ମଧ୍ୟ କାମନା କରୁଛି ।”
This will strengthen the Indian Navy and add momentum to our aim of Aatmanirbharta. https://t.co/MRETNEWhjI
— Narendra Modi (@narendramodi) March 31, 2023
SR
May the National Maritime Week serve as an opportunity to deepen our connect with our rich maritime history. May it also add vigour to the ongoing efforts towards port-led development and harnessing our coasts for economic prosperity. https://t.co/O643Pvh4ru
— Narendra Modi (@narendramodi) March 31, 2023