Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ପଛୁଆ ବର୍ଗ କମିଶନ ଗଠନ ଲାଗି ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦନ ମିଳିଛି । ଏଥିମଧ୍ୟରେ ରହିଛି ସମ୍ବିଧାନ (123ତମ ସଂଶୋଧନ) ବିଲ୍ 2017 ଏବଂ ସଂସଦରେ ଗୃହିତ ଜାତୀୟ ପଛୁଆବର୍ଗ କମିଶନ୍ ବିଲ, 2017 । ଏଥିସହିତ ପୂର୍ବତନ ଜାତୀୟ ପଛୁଆ ବର୍ଗ କମିଶନଙ୍କ ଦ୍ୱାରା ଧାରଣ କରାଯାଇଥିବା ପଦପଦବୀ ଏବଂ କାର୍ଯ୍ୟାଳୟ ପରିସରକୁ ନୂଆକରି ଗଠନ କରାଯାଇଥିବା ପଛୁଆବର୍ଗ କମିଶନଙ୍କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।

ସାମାଜିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ ପାଇଁ ସମ୍ବିଧାନର ଅନୁଚ୍ଛେଦ 338(ଖ) ଅନୁଯାୟୀ ଜାତୀୟ ପଛୁଆ ବର୍ଗ କମିଶନ ଗଠନ ଲାଗି ସମ୍ବିଧାନ ସଂଶୋଧନ କରାଯିବ ।

ସମ୍ବିଧାନର ଅନୁଚ୍ଛେଦ 366ରେ ଏକ ସ୍ୱତନ୍ତ୍ର ଧାରା (26ଗ) ଯୋଗ କରାଯିବାର ପ୍ରସ୍ତାବ ରହିଛି ଯାହା ସାମାଜିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗଙ୍କ ପାଇଁ ଏହି ଉଦ୍ଦେଶ୍ୟ ଅନ୍ତର୍ଗତ ଅନୁଚ୍ଛେଦ 342 (କ) ଅନୁଯାୟୀ ଏକ ନୂଆ ପରିଭାଷା ନିର୍ଦ୍ଧାରଣ କରୁଛି ।

ଜାତୀୟ ପଛୁଆ ବର୍ଗ କମିଶନ ଆଇନ 1993କୁ ରଦ୍ଦ କରାଯାଇ ସଂଶୋଧିତ ଜାତୀୟ ପଛୁଆ ବର୍ଗ କମିଶନ ବିଲ୍ 2017 ଅଣାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ପଛୁଆ ବର୍ଗ କମିଶନ ଗଠନ କରାଯିବା ପରେ ସେହି ତାରିଖ ଠାରୁ ଜାତୀୟ ପଛୁଆ ବର୍ଗ ଅଧିନିୟମର ଧାରା 3ର ଉପଧାରା 1 ଅନୁଯାୟୀ ପୂର୍ବରୁ ଥିବା ଜାତୀୟ ପଛୁଅ ବର୍ଗ କମିଶନ ଭଙ୍ଗ ହୋଇଯିବ ।

ଅନୁଚ୍ଛେଦ 338 (ଖ) ଅନୁଯାୟୀ ପୂର୍ବରୁ ବିଭିନ୍ନ ପଦପଦବୀରେ ରହିଥିବା ପଦବୀଧାରୀଙ୍କୁ ମିଶାଇ 52ଟି ପଦବୀ ସୃଷ୍ଟି କରାଯାଇ ପ୍ରସ୍ତାବିତ ଜାତୀୟ ପଛୁଆ ବର୍ଗ କମିଶନ ଗଠନ କରାଯିବ ।

ତ୍ରିକୂଟ-1, ଭିକାଜି କାମା ପ୍ଲେସ୍, ନୂଆଦିଲ୍ଲୀ-110066 ଠାରେ ଥିବା ବର୍ତ୍ତମାନର ଜାତୀୟ ପଛୁଆ ବର୍ଗ କମିଶନଙ୍କ କାର୍ଯ୍ୟାଳୟ ପରିସରକୁ ଦଖଲ କରିବା ଏବଂ ସମ୍ବିଧାନାର ଧାରା 338(ଖ) ଅନୁଯାୟୀ ପଛୁଆବର୍ଗ କମିଶନ ଗଠନ କରିବା ଲାଗି ନିଷ୍ପତ୍ତି ହୋଇଛି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସାମାଜିକ ଏବଂ ଶିକ୍ଷାଗତ କ୍ଷେତ୍ରରେ ପଛୁଆ ରହିଥିବା ଲୋକମାନଙ୍କର କଲ୍ୟାଣ ହୋଇପାରିବ । ଜାତୀୟ ପଛୁଆ ବର୍ଗ କମିଶନ ଅଧିକ ଦକ୍ଷତାର ସହ ମଧ୍ୟ କାର୍ଯ୍ୟ କରିପାରିବ ।