ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ଫ୍ରେମୱାର୍କ(ଢାଞ୍ଚା) ସମ୍ମିଳନୀ(ୟୁଏନଏଫସିସିସି)ର ଦାୟିତ୍ୱ ନିର୍ବାହ ଅନ୍ତର୍ଗତ ଭାରତର ଦ୍ୱିତୀୟ ସଦ୍ୟତମ ଦ୍ଵିବାର୍ଷିକୀ ରିପୋର୍ଟ(ବିୟୁଆର)କୁ ସମ୍ମିଳନୀରେ ଉପସ୍ଥାପନ କରିବା ପାଇଁ ମଞ୍ଜୁରି ମିଳିଛି ।
ବିଶେଷତ୍ୱ :
1- ୟୁଏନଏଫସିସିସ ସମ୍ମିଳନୀରେ ଭାରତର ଉପସ୍ଥାପିତ ପ୍ରଥମ ଦ୍ୱିବାର୍ଷିକୀ ରିପୋର୍ଟର ସଦ୍ୟତମ ସ୍ୱରୂପ ହେଉଛି ଦ୍ୱିତୀୟ ଦ୍ୱିବାର୍ଷିକୀ ରିପୋର୍ଟ । ଦ୍ୱିବାର୍ଷିକୀ ସଦ୍ୟତମ ରିପୋର୍ଟର 5ଟି ପ୍ରମୁଖ ଉପାଦାନ ହେଉଛି : ରାଷ୍ଟ୍ରୀୟ ପାରିପାର୍ଶ୍ଵିକୀ, ରାଷ୍ଟ୍ରୀୟ ଗ୍ରୀନ୍ ହାଉସ ଗ୍ୟାସ, ଲଘୁକରଣ ଆଧାରିତ କାର୍ଯ୍ୟ, ଅର୍ଥ, ପ୍ରଯୁକ୍ତିବିଦ୍ୟା ଓ ସାମର୍ଥ୍ୟ ଗଠନ ସମ୍ବନ୍ଧୀୟ ଆବଶ୍ୟକତା ତଥା ସମର୍ଥନ ପ୍ରାପ୍ତି ଓ ଘରୋଇ ତଦାରଖ, ରିପୋର୍ଟିଂ ଓ ଯାଞ୍ଚ(ଏମଆରଭି) ଆଧାରିତ ବ୍ୟବସ୍ଥା ।
2– ରାଷ୍ଟ୍ରୀୟସ୍ତରରେ କରାଯାଇଥିବା ବିଭିନ୍ନ ଅଧ୍ୟୟନ ଆଧାରରେ ଦ୍ୱିବାର୍ଷିକୀ ସଦ୍ୟତମ ରିପୋର୍ଟ(ବିୟୁଆର) ପ୍ରସ୍ତୁତ କରାଯାଇଛି ।
3- ବିୟୁଆରର ବିଭିନ୍ନ ସ୍ତରରେ ସମୀକ୍ଷା ପ୍ରକ୍ରିୟା ଦ୍ୱାରା ହୋଇଛି । ଅତିରିକ୍ତ ସଚିବ( ଜଳବାୟୁ ପରିବର୍ତ୍ତନ)ଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞଙ୍କ ଟେକ୍ନିକାଲ ପରାମର୍ଶ କମିଟି ଓ ସଚିବ(ଇଏଫ ଆଣ୍ଡ ସିସି)ଙ୍କ ଅଧ୍ୟକ୍ଷତାରେ ନ୍ୟାସନାଲ ଷ୍ଟିୟରିଂ କମିଟି ଦ୍ୱାରା କରାଯାଇଥିବା ସମୀକ୍ଷା । ରାଷ୍ଟ୍ରୀୟ ଷ୍ଟିୟରିଂ କମିଟି ହେଉଛି ଏକ ଆନ୍ତଃ ମନ୍ତ୍ରଣାଳୟ ପରିଷଦ ଯେଉଁଥିରେ ନୀତି ଆୟୋଗ, କୃଷି ଗବେଷଣା ଓ ଶିକ୍ଷା, କୃଷି ସମବାୟ ଓ କୃଷକ କଲ୍ୟାଣ, ଅର୍ଥନୀତିକ ବ୍ୟାପାର, ବୈଦେଶିକ ବ୍ୟାପାର, ନବୀନ ଓ ଅକ୍ଷୟ ଶକ୍ତି,, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କୋଇଲା, ବିଦ୍ୟୁତ, ରେଳବାଇ ବୋର୍ଡ, ସଡ଼କ ପରିବହନ ଓ ରାଜପଥ, ଜାହାଜ ଚଳାଚଳ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭୂବିଜ୍ଞାନ ମନ୍ତ୍ରଣାଳୟ, ଗ୍ରାମ୍ୟ ଉନ୍ନୟନ, ଗୃହନିର୍ମାଣ ଓ ସହରାଂଚଳ ବ୍ୟାପାର, ଶିଳ୍ପ ନୀତି ଓ ସମ୍ବର୍ଦ୍ଧନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ଇସ୍ପାତ, ବେସାମରିକ ବିମାନ ଚଳାଚଳ, ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ଏବଂ ଭାରତୀୟ ପାଣିପାଗ ବିଭାଗ ସାମିଲ ଅଛନ୍ତି । ସମୀକ୍ଷା ପ୍ରକ୍ରିୟା ଆଧାରରେ ସମସ୍ତ ସଂଶୋଧନ ଓ ପ୍ରାସଙ୍ଗିକ ଟିପ୍ପଣୀକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଦ୍ୱିବାର୍ଷିକୀ ସଦ୍ୟତମ ରିପୋର୍ଟ(ବିୟୁଆର)କୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।
4- 2014 ମସିହାରେ ଭାରତର ସମସ୍ତ ଗତିବିଧିରୁ ମୋଟ 26,07,488 ଗିଗା ଗ୍ରାମ(ସିସି-2 ସମତୁଲ୍ୟ-ପ୍ରାୟ 2.607 ବିଲିୟନ ଟନ ) (ଏଲୟୁଏଲୟୁସିଏଫକୁ ଛାଡ଼ି) ଗ୍ରୀନ୍ ହାଉସ ଗ୍ୟାସ ଉତ୍ସର୍ଜନ ହୋଇଥିଲା । ଏଲୟୁଏଲୟୁସିଏଫକୁ ସାମିଲ କରିବା ପରେ ମୋଟ ଉତ୍ସର୍ଜନ 23,06,295 ଗିଗା ଗ୍ରାମ(କାର୍ବନ ଡାଇଅକ୍ସାଇଡ୍ ସମତୁଲ୍ୟ- ପ୍ରାୟ2.306 ବିଲିୟନ ଟନ୍) ହୋଇଥିଲା । ମୋଟ ଉତ୍ସର୍ଜନରେ ଶକ୍ତି କ୍ଷେତ୍ରର ଭାଗିଦାରୀ 73 ପ୍ରତିଶତ, ଆଇପିପିୟୁର 8 ପ୍ରତିଶତ, କୃଷିର 16 ପ୍ରତିଶତ ଓ ବର୍ଜ୍ୟବସ୍ତୁ କ୍ଷେତ୍ରର 3 ପ୍ରତିଶତ ରହିଛି । ଜଙ୍ଗଲଜମି, କୃଷିଜମି ଓ ଜନସଂଖ୍ୟାର କାର୍ବନ ସିଙ୍କ୍ ପ୍ରୟାସରୁ ଉତ୍ସର୍ଜନରେ 12 ପ୍ରତିଶତ ହ୍ରାସ ହୋଇଛି । 2014 ମସିହାରେ ଭାରତର ଗ୍ରୀନ୍ ହାଉସ ଗ୍ୟାସ ଉତ୍ସର୍ଜନ ତାଲିକା ନିମ୍ନରେ ପ୍ରଦାନ କରାଗଲା ।
ଶକ୍ତି କ୍ଷେତ୍ରରେ 19,09,765.74 ଗିଗା ଗ୍ରାମ କାର୍ବନ ଡାଇଅକ୍ସାଇଡ୍ ସମୁତଲ୍ୟ ଉତ୍ସର୍ଜନ ହୋଇଥିବାବେଳେ ଉଦ୍ୟୋଗିକ ପ୍ରକ୍ରିୟା ଓ ଉତ୍ପାଦନ ଉପଯୋଗରେ 2,02,277.69 ଗିଗା ଗ୍ରାମ, କୃଷି କ୍ଷେତ୍ରରେ 4,17,217.69 ଗିଗା ଗ୍ରାମ, ବର୍ଜ୍ୟବସ୍ତୁ 78.227.15 ଗିଗା ଗ୍ରାମ, ଜମିର ଉପଯୋଗ ଓ ଜମି ଉପଯୋଗରେ ପରିବର୍ତ୍ତନ ଏବଂ ବନୀକରଣ(ଏଲୟୁଏଲୟୁସିଏଫ)ରେ -3.01.192.69 ଗିଗା ଗ୍ରାମ ଏବଂ ମୋଟ(ଏଲୟୁଏଲୟୁସିଏଫକୁ ଛାଡ଼ି) 26,07,488.12 ଗିଗା ଗ୍ରାମ ଓ ମୋଟ(ଏଲୟୁଏଲୟୁସିଏଫକୁ ମିଶାଇ) 23.06,295.43 ଗିଗା ଗ୍ରାମ ରହିଥିଲା ।
ମୁଖ୍ୟ ପ୍ରଭାବ :
ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାର ଦାୟିତ୍ୱ ଭାରତ ଉପରେ ରହିଛି । ଦ୍ୱିତୀୟ ଦ୍ୱିବାର୍ଷିକୀ ସଦ୍ୟତମ ରିପୋର୍ଟ ଉପସ୍ଥାପନ ଦ୍ୱାରା ସମ୍ମିଳନୀର ସଦସ୍ୟ ରାଷ୍ଟ୍ର ଭାବେ ଭାରତ ଦାୟିତ୍ୱ ନିର୍ବାହ କରିବ ।
**********