ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ‘ଜାତିର ପିତା’ ବଙ୍ଗବନ୍ଧୁ, ଶେଖ ମୁଜିବୁର ରହମାନଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିଥିଲେ ।
ଶ୍ରୀ ମୋଦୀ ତାଙ୍କର ଅଭିଭାଷଣରେ ଶେଖ ମୁଜିବୁର ରହମାନଙ୍କୁ ବିଗତ ଶତାବ୍ଦୀର ମହାନତମ ନେତା ଭାବେ ବର୍ଣ୍ଣନା କରି କହିଥିଲେ, “ତାଙ୍କର ସମଗ୍ର ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣା” ।
ବଙ୍ଗବନ୍ଧୁଙ୍କୁ ଜଣେ ସାହସୀ, ଦୃଢ଼ବିଶ୍ୱାସୀ ବ୍ୟକ୍ତି ତଥା ଶାନ୍ତିର ବାର୍ତ୍ତାବହ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ ଯେ ବାଂଲାଦେଶର ‘ଜାତିର ପିତା’ ତତକାଳୀନ ସମୟର ଯୁବକମାନଙ୍କୁ ଦେଶର ସ୍ୱାଧୀନତା ପାଇଁ ଲଢ଼ିବାକୁ ଅନୁପ୍ରାଣିତ କରିପାରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ କିପରି ଭାବେ ଏକ ଦମନକାରୀ ଓ କ୍ରୂର ଶାସନ ବ୍ୟବସ୍ଥା ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଣଦେଖା କରି ‘ବଙ୍ଗ ଭୂମି’ରେ ଅନ୍ୟାୟର ଶାସନ ପ୍ରସାରିତ କରିଥିଲା ଏବଂ ଏହାର ବାସୀନ୍ଦାଙ୍କ ଜୀବନକୁ ନଷ୍ଟ କରି ଦେଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମୃତିଚାରଣ କରି କହିଥିଲେ ଯେ ବଙ୍ଗବନ୍ଧୁ ବାଂଲାଦେଶକୁ ଧ୍ୱଂସ ଓ ନରସଂହାରର ଅତ୍ୟନ୍ତ କଷ୍ଟଦାୟକ ସମୟରୁ ବାହାର କରିବା ସହିତ ଏହାକୁ ଏକ ସକାରାତ୍ମକ ଏବଂ ପ୍ରଗତିଶୀଳ ସମାଜରେ ପରିଣତ କରିବା ଲାଗି ନିଜ ଜୀବନର ପ୍ରତ୍ୟେକ କ୍ଷଣକୁ ସମର୍ପି ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଘୃଣା ଓ ନକାରାତ୍ମକ ବିଚାର କେବେହେଲେ କୌଣସି ଦେଶର ବିକାଶ ପାଇଁ ମୂଳଦୁଆ ପ୍ରତିଷ୍ଠା କରିପାରିବ ନାହିଁ ବୋଲି ବଙ୍ଗବନ୍ଧୁ ସ୍ପଷ୍ଟ ଭାବେ ଜାଣିଥିଲେ । କିନ୍ତୁ ବଙ୍ଗବନ୍ଧୁଙ୍କୁ ଆମଠାରୁ ଛଡ଼ାଇ ନେବାକୁ ଚାହୁଁଥିବା ଲୋକଙ୍କ ମଧ୍ୟରୁ କେତେକଙ୍କୁ ତାଙ୍କର ବିଚାର ଓ ପ୍ରୟାସ ପସନ୍ଦ ନଥିଲା ।
ଶ୍ରୀ ମୋଦୀ କହିଥିଲେ, ଆମେ ଦେଖୁଛୁ ରାଜନୀତି ଓ କୂଟନୀତିର ହିଂସାତ୍ମକ ଅସ୍ତ୍ର ଓ ଆତଙ୍କବାଦ କିଭଳି ଭାବେ ସମାଜ ଓ ରାଷ୍ଟ୍ରକୁ ନଷ୍ଟ କରୁଛି । ବିଶ୍ୱ ମଧ୍ୟ ଏହା ଦେଖୁଛି ଯେ ଆତଙ୍କବାଦ ଓ ହିଂସାର ସମର୍ଥନକାରୀମାନେ ଏବେ କେଉଁଠି ଓ କିଭଳି ସ୍ଥିତିରେ ଅଛନ୍ତି । ଅନ୍ୟପଟେ ବାଂଲାଦେଶ ଲଗାତାର ପ୍ରଗତି ହାସଲ କରିଚାଲିଛି ।
ଶେଖ ମୁଜୀବୁର ରହମାନଙ୍କ ସ୍ୱପ୍ନ ଅନୁରୂପ ବାଂଲାଦେଶର ଜନସାଧାରଣ ଅତ୍ୟନ୍ତ ପ୍ରତିବଦ୍ଧତାର ସହିତ ନିଜ ଦେଶକୁ ସୋନାର ବାଂଲାରେ ପରିଣତ କରିବା ଲାଗି ଦିନ-ରାତି ପରିଶ୍ରମ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।
ବଂଗବନ୍ଧୁଙ୍କ ଦ୍ୱାରା ଅନୁପ୍ରାଣିତ ସୁଶ୍ରୀ ଶେଖ ହସୀନାଙ୍କ ନେତୃତ୍ୱରେ ବାଂଲାଦେଶ ସମନ୍ୱିତ ଏବଂ ବିକାଶୋନ୍ମୁଖୀ ନୀତି ସହିତ ବାଂଲାଦେଶର ବିକାଶକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଅର୍ଥବ୍ୟବସ୍ଥା, ଅନ୍ୟ ସାମାଜିକ ସୂଚକାଙ୍କ ଏବଂ କ୍ରୀଡ଼ା କ୍ଷେତ୍ରରେ ବାଂଲାଦେଶ ନୂଆ କୀର୍ତିମାନ ପ୍ରତିଷ୍ଠା କରିଚାଲିଛି । ଦକ୍ଷତା, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଏବଂ ଲଘୁ ଋଣ ଭଳି କ୍ଷେତ୍ରରେ ବାଂଲାଦେଶର ଅଭୂତପୂର୍ବ ପ୍ରଗତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, “ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସ୍ୱର୍ଣ୍ଣିମ ଅଧ୍ୟାୟ ରଚନା କରିଛନ୍ତି ତଥା ଆମର ସହଭାଗିତାକୁ ଏକ ନୂଆ ସୋପାନ ଓ ଏକ ନୂଆ ମାର୍ଗ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିଶ୍ୱାସ କାରଣରୁ ସୀମା କ୍ଷେତ୍ର ସହ ସମ୍ବନ୍ଧୀୟ ଜଟିଳ ମାମଲାରେ ଆପୋସ ବନ୍ଧୁତା ଆଧାରରେ ସମାଧାନ କରାଯାଇଛି ।
ସେ କହିଥିଲେ ଯେ ବାଂଲାଦେଶ ଦକ୍ଷିଣ ଏସିଆରେ ଭାରତର ବ୍ୟବସାୟିକ ଏବଂ ବିକାଶ ସହଯୋଗୀ । ସେ ଦୁଇ ଦେଶ ମଧ୍ୟରେ ବିଦ୍ୟୁତ ବିତରଣ, ବନ୍ଧୁତା ପାଇପଲାଇନ, ସଡ଼କ, ରେଳ, ଇଂଟରନେଟ, ବିମାନ ଓ ଜଳମାର୍ଗ ଭଳି ସହଯୋଗ କ୍ଷେତ୍ର ଉପରେ ଆଲୋକପାତ କରିଥିଲେ । ଏସବୁ କ୍ଷେତ୍ର ଯୋଗାଯୋଗ ବଢ଼ାଇଛି ଏବଂ ଦୁଇ ଦେଶର ଅଧିକ ଲୋକ ପରସ୍ପର ସହ ଯୋଡ଼ି ହୋଇପାରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଟାଗୋର, କାଜୀ ନଜରୁଲ ଇସଲାମ, ଉସ୍ତାଦ ଅଲଉଦ୍ଦୀନ ଖାନ, ଲଲୋନ ସିଂହ, ଜୀବାନନ୍ଦ ଦାସ ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ବୁଦ୍ଧିଜୀବୀଙ୍କ ଦ୍ୱାରା ଦୁଇ ଦେଶର ଜୀବନପରମ୍ପରା ନିର୍ମିତ ହୋଇଛି ।
ସେ କହିଥିଲେ ଯେ ବଙ୍ଗବନ୍ଧୁଙ୍କ ଜୀବନପରମ୍ପରା ଓ ପ୍ରେରଣା ଉଭୟ ଦେଶକୁ ଅଧିକ ବିସ୍ତୃତ ଓ ସୁଦୃଢ଼ କରାଯାଇଛି । ବଙ୍ଗବନ୍ଧୁଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ବିଗତ ଦଶନ୍ଧିରେ ଉଭୟ ଦେଶ ମଧ୍ୟରେ ଭାଗୀଦାରି ବିକାଶ ଓ ସମୃଦ୍ଧିର ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୁଇ ଦେଶ ପାଇଁ ଆଗାମୀ ଦିନରେ ଆସୁଥିବା ଐତିହାସିକ ସମୟ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଆସନ୍ତାବର୍ଷ ବାଂଲାଦେଶ ମୁକ୍ତସଂଗ୍ରାମର 50 ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଥିବା ବେଳେ 2022ରେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ବିଶ୍ୱାସ ଅଛି ଯେ ଏହି ଦୁଇଟି ଐତିହାସିକ କାର୍ଯ୍ୟକ୍ରମ ଭାରତ ଓ ବାଂଲାଦେଶର ବିକାଶକୁ ନୂଆ ଉଚ୍ଚତାକୁ ନେଇଯିବ ତଥା ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ନିବିଡ଼ ହେବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ନେପାଳ ରାଷ୍ଟ୍ରପତି ସୁଶ୍ରୀ ବିଦ୍ୟା ଭଣ୍ଡାରୀ, ଭୂଟାନ ପ୍ରଧାନମନ୍ତ୍ରୀ ଡ. ଲୋଟେ ଶେରିଙ୍ଗ, ମିଳିତ ଜାତିସଂଘ ମହାସଚିବ ମହାସଚିବ ଆଂଟୋନିୟୋ ଗୁଟେରେସ ଏବଂ ଇସଲାମୀୟ ସହଯୋଗ ସଂଗଠନର ମହାସଚିବ ଶ୍ରୀ ୟୁସୁଫ ବିନ ଅହମ୍ମଦ ଅଲ ଓଥାଇମୀନ ମଧ୍ୟ ଏହି ଅବସରରେ ବାର୍ତ୍ତା ଦେଇଥିଲେ ।
**********
शेख हसीना जी ने मुझे इस ऐतिहासिक समारोह का हिस्सा बनने के लिए व्यक्तिगत तौर पर निमंत्रण दिया था।
— PMO India (@PMOIndia) March 17, 2020
लेकिन कोरोना वायरस की वजह से ये संभव नहीं हो पाया।
फिर शेख हसीना जी ने ही विकल्प दिया, और इसलिए मैं वीडियो के माध्यम से आपसे जुड़ रहा हूं: PM @narendramodi
बंगबंधु शेख मुजीबुर-रहमान पिछली सदी के महान व्यक्तित्वों में से एक थे। उनका पूरा जीवन, हम सभी के लिए बहुत बड़ी प्रेरणा है: PM @narendramodi
— PMO India (@PMOIndia) March 17, 2020
आज मुझे बहुत खुशी होती है, जब देखता हूं कि बांग्लादेश के लोग, किस तरह दिन-रात अपने प्यारे देश को शेख मुजीबुर-रहमान के सपनों का ‘शोनार-बांग्ला’ बनाने में जुटे हुए हैं: PM @narendramodi
— PMO India (@PMOIndia) March 17, 2020
एक दमनकारी, अत्याचारी शासन ने, लोकतांत्रिक मूल्यों को नकारने वाली व्यवस्था ने, किस तरह बांग्ला भूमि के साथ अन्याय किया, उसके लोगों को तबाह किया, ये हम सभी भली-भांति जानते हैं: PM @narendramodi
— PMO India (@PMOIndia) March 17, 2020
उस दौर में जो तबाही मचाई गई थी, जो Genocide हुआ, उससे बांग्लादेश को बाहर निकालने के लिए, एक Positive और Progressive Society के निर्माण के लिए उन्होंने अपना पल-पल समर्पित कर दिया था: PM @narendramodi
— PMO India (@PMOIndia) March 17, 2020
बंगबंधु की प्रेरणा से और प्रधानमंत्री शेख हसीना जी के नेतृत्व में बांग्लादेश आज जिस प्रकार Inclusive और Development Oriented Policies के साथ आगे बढ़ रहा है, वो बहुत प्रशंसनीय है: PM @narendramodi
— PMO India (@PMOIndia) March 17, 2020
मुझे इस बात की भी खुशी है कि बीते 5-6 वर्षों में भारत और बांग्लादेश ने आपसी रिश्तों का भी शोनाली अध्याय गढ़ा है, अपनी पार्टनरशिप को नई दिशा, नए आयाम दिए हैं: PM @narendramodi
— PMO India (@PMOIndia) March 17, 2020
ये हम दोनों देशों में बढ़ता हुआ विश्वास है, जिसके कारण हम दशकों से चले आ रहे Land Boundary, Maritime Boundary से जुड़े Complex मुद्दों को, शांति से सुलझाने में सफल रहे हैं: PM @narendramodi
— PMO India (@PMOIndia) March 17, 2020
बांग्लादेश आज साउथ एशिया में भारत का सबसे बड़ा ट्रेडिंग पार्टनर भी है और सबसे बड़ा डेवलपमेंट पार्टनर भी है।
— PMO India (@PMOIndia) March 17, 2020
भारत में बनी बिजली से बांग्लादेश के लाखों घर और फैक्ट्रियां रोशन हो रही है। Friendship Pipeline के माध्यम से एक नया Dimension हमारे रिश्तों में जुड़ा है: PM @narendramodi
हमारी विरासत टैगोर की है, काज़ी नज़रुल इस्लाम, उस्ताद अलाउद्दीन खान, लालॉन शाह, जीबानंदा दास और ईश्वर चंद्र विद्यासागर जैसे मनीषियों की है।
— PMO India (@PMOIndia) March 17, 2020
इस विरासत को बंगबंधु की प्रेरणा, उनकी Legacy ने और व्यापकता दी है: PM @narendramodi
भारत और बांग्लादेश के आत्मीय संबंध, इस साझा विरासत की मज़बूत नींव पर ही गढ़े गए हैं।
— PMO India (@PMOIndia) March 17, 2020
हमारी यही विरासत, हमारे आत्मीय संबंध, बंगबंधु का दिखाया मार्ग, इस दशक में भी दोनों देशों की Partnership, Progress और Prosperity का मजबूत आधार हैं: PM @narendramodi
अगले वर्ष बांग्लादेश की ‘मुक्ति’ के 50 वर्ष होंगे और उससे अगले वर्ष यानि 2022 में भारत की आज़ादी के 75 वर्ष होने वाले हैं।
— PMO India (@PMOIndia) March 17, 2020
मुझे विश्वास है कि ये दोनों पड़ाव, भारत-बांग्लादेश के विकास को नई ऊँचाई पर पहुंचाने के साथ ही, दोनों देशों की मित्रता को भी नई बुलंदी देंगे: PM @narendramodi